ଜୁନ୍‌ରୁ କ୍ରୀଡ଼ା ପ୍ରକ୍ରିୟା ଆରମ୍ଭ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୨୦।୫: କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଗତ ଦୁଇମାସ ହେବ ସାରା ବିଶ୍ୱ ତଥା ଦେଶରେ କ୍ରିକେଟ ପୂରା ଠପ୍‌ ହୋଇଛି। ବର୍ତ୍ତମାନ ଏକ ଖୁସି ଖବର ରହିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦେଶରେ ଆସନ୍ତାମାସରୁ କ୍ରିକେଟ ଆରମ୍ଭ କରିପାରେ। ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ କ୍ରିକେଟ ଆରମ୍ଭ ହେବାର ସମ୍ଭାବନା ରହିଛି। ଗତ ଦୁଇଦିନ ହେବ ବୋର୍ଡ ଅଧିକାରୀ ଓ ମ୍ୟାନେଜର ଏ ସଂକ୍ରାନ୍ତରେ ଆଲୋଚନା କରୁଛନ୍ତି। ଫଳରେ ଜୁନ୍‌ରୁ କ୍ରିକେଟ ଖେଳିବା ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଶା କରାଯାଉଛି।
ବୋର୍ଡ ମଧ୍ୟ କେନ୍ଦ୍ର ସରକାର ସହିତ ଏ ନେଇ ଆଲୋଚନା କରୁଛି। ସବୁ ପ୍ରକାର ପ୍ରୟାସ ଆରମ୍ଭ କରାଯାଉଥିଲେ ମଧ୍ୟ ଭାରତକୁ ନେଇ ଅନ୍ତର୍ଜାତୀୟ କ୍ରିକେଟ କେବେ ଆରମ୍ଭ ହେବ ସେ ନେଇ କିଛି ଗ୍ୟାରେଣ୍ଟି ଦେଇ ହେବନାହିଁ ବୋଲି କୁହାଯାଇଛି। କରୋନା ଭାଇରସ ସଂକ୍ରମଣ ପାଇଁ ଭାରତରେ ଗତ ମାର୍ଚ୍ଚ ମାସ ମଧ୍ୟ ଭାଗରୁ କ୍ରିକେଟ ବନ୍ଦ ରହିଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ ମଧ୍ୟ ଏହି କାରଣରୁ ଅଧାରୁ ବନ୍ଦ ରହିଥିଲା। ଏହାପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା।
ଏବେ ଆଇପିଏଲ୍‌ ଆୟୋଜନ ନେଇ ବିସିସିଆଇ ଚିନ୍ତା କରିବା ଆରମ୍ଭ କରିଛି। ବିଶ୍ୱର ଏହି ଶ୍ରେଷ୍ଠ ଟି୨୦ ଲିଗ୍‌ ପାଇଁ ବୋର୍ଡ ଓ୍ବିଣ୍ଡୋ ଖୋଜିବା ଆରମ୍ଭ କରିଛି। ପାଖାପାଖି ୪, ୦୦୦ କୋଟି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିସିସିଆଇ ଇତିମଧ୍ୟରେ ପ୍ରସାରଣକାରୀ ସଂସ୍ଥା ଓ ପ୍ରାୟୋଜକଙ୍କଠାରୁ ୨,୦୦୦ କୋଟି ଟଙ୍କା ନେଇ ସାରିଛି। ଏପରିସ୍ଥଳେ ୮ଟି ଦଳକୁ ନେଇ ଆଇପିଏଲ ଆୟୋଜନ କରିବା ବୋର୍ଡ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସଦୃଶ ହୋଇଛି। ଦ୍ୱିପାକ୍ଷିକ ସିରିଜ ଆୟୋଜନ କରିବା ସେତେଟା କଷ୍ଟକର ନୁହଁ। କିନ୍ତୁ ବିଦେଶୀ ଓ ଦେଶୀ ଖେଳାଳି ଓ ଭିନ୍ନ ଭିନ୍ନ ଭେନ୍ୟୁରେ ୮ଟି ଦଳକୁ ନେଇ ଆଇପିଏଲ୍‌ ଆୟୋଜନ କରିବା ବେଶ୍‌ କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri