Posted inଫୁରସତ

ଜୁନ୍‌ ୨୧ରେ ବିରଳ ସୂର୍ଯ୍ୟପରାଗ

ଚଳିତମାସ ୨୧ ତାରିଖରେ ସୂର୍ଯ୍ୟପରାଗ ଲାଗିବ। ଏହି ପରାଗ ବିରଳ ତଥା ସ୍ବତନ୍ତ୍ର। ଏହି ସମୟରେ ସୂର୍ଯ୍ୟଙ୍କୁ ଭିନ୍ନ ଭିନ୍ନ ଭାବରେ ଦେଖିବାକୁ ମିଳିବ। ଏହା ସକାଳ ୯.୧୫ରେ ଆରମ୍ଭ ହୋଇ ଅପରାହ୍ନ ୩.୦୫ରେ ଶେଷ ହେବ। ବୈଜ୍ଞାନିକଙ୍କ ମତରେ ପ୍ରାୟ ୬ ଘଣ୍ଟା ଧରି ଏହି ପରାଗ ଲାଗିବ। ଏହା ଆଗାମୀ ସମୟରେ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇପାରେ।
ଏହି ପରାଗ ସମଗ୍ର ବିଶ୍ୱରେ ବହୁ ଚର୍ଚ୍ଚିତ। ଏହା ଉପରେ ବର୍ତ୍ତମାନ ଅନେକ ଅଧ୍ୟୟନ କରାଯାଉଛି। ଜ୍ୟୋତିର୍ବିଜ୍ଞାନୀଙ୍କ ଅନୁଯାୟୀ, ଏହି ପରାଗ ଭାରତର ରାଜସ୍ଥାନରେ ଦୃଶ୍ୟମାନ ହେବ। ସମଗ୍ର ବିଶ୍ୱ ବିଷୟରେ କହିବାକୁ ଗଲେ ଏହା ଆଫ୍ରିକାରୁ ଆରମ୍ଭ ହେବ। ଏହା ପ୍ରଥମେ ଆଫ୍ରିକାର ୟୁଥୋପିଆରେ ଦେଖାଯିବ। ଏହା ଏଠାରେ ୧୦୦ ପ୍ରତିଶତ ଦୃଶ୍ୟମାନ ହେବ। ପରେ ଏହା ଦକ୍ଷିଣ ପାକିସ୍ତାନରେ ଦେଖାଯିବ।
ରାଜସ୍ଥାନର ସୁରଟଗଡ଼ ଏବଂ ଅନୁପଗଡ଼, ହରିୟାଣାର ସିର୍‌ସା, ରାଟିଆ, କୁରୁକ୍ଷେତ୍ର ଏବଂ ଉତ୍ତରାଖଣ୍ଡର ଡେରାଡୁନ୍‌, ଚାମ୍ବା, ଚାମୋଲି ଏବଂ ଜୋସିମାଥ୍‌ରୁ ଏକ ମିନିଟ୍‌ ପାଇଁ ‘ରିଙ୍ଗ୍‌ ଅଫ୍‌ ଫାୟାର’ ଅର୍ଥାତ୍‌ ନିଆଁର ରିଙ୍ଗ୍‌ ପରି ଦେଖାଯିବ। ଏହା କେତେକ ଅଂଶରେ ବାର୍ଷିକ ସୂର୍ଯ୍ୟପରାଗ ହେବାକୁ ଥିବା ବେଳେ ଆଉ କେତେକ ଅଞ୍ଚଳରେ ଆଂଶିକ ଭାବେ ଦେଖାଦେବ।
ଆଫ୍ରିକାର କଙ୍ଗୋରେ ଲୋକମାନେ ପରାଗକୁ ପ୍ରଥମେ ଦେଖି ପାରିବେ ଏବଂ ଏହା ରାଜସ୍ଥାନ ଦେଇ ଭାରତ ପ୍ରବେଶ କରିବା ପୂର୍ବରୁ ଦକ୍ଷିଣ ସୁଦାନ, ଇଥିଓପିଆ, ୟେମେନ, ଓମାନ, ସାଉଦି ଆରବ, ଭାରତ ମହାସାଗର ଏବଂ ପାକିସ୍ଥାନ ଦେଇ ଅଗ୍ରଗତି କରିବ। ପରେ ଏହା ପ୍ରଶାନ୍ତ ମହାସାଗରରେ କୌଣସି ସ୍ଥାନରେ ଶେଷ ହେବା ପୂର୍ବରୁ ଚାଇନା ତାଇୱାନକୁ ଯିବ।
ପରାଗ ସମୟରେ ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ଏକ ସରଳରେଖାରେ ରହିଥାନ୍ତି। ତେଣୁ ଏହାର ଚୁମ୍ବକୀୟ ପ୍ରଭାବ ରହିଥାଏ। ଏହାବ୍ୟତୀତ ବୈଜ୍ଞାନିକମାନେ ସୂର୍ଯ୍ୟପରାଗର ପରିବେଶ ଏବଂ ପଶୁମାନଙ୍କ ଉପରେ ମଧ୍ୟ ଅଧ୍ୟୟନ କରନ୍ତି। ଏହି ପରାଗ ଦୀର୍ଘ ସମୟ ଧରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri