Posted inଖେଳ

ଜୁଡ୍‌ ଫେଲିକ୍ସଙ୍କୁ ବହିଷ୍କୃତ କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ, ୨୦ା୬ (ପି.ଟି.)-ହକି ଇଣ୍ଡିଆ (ଏଚ୍‌ଆଇ) ବୁଧବାର ଜୁନିୟର ପୁରୁଷ ହକି ଟିମ୍‌ କୋଚ୍‌ ଜୁଡ୍‌ ଫେଲିକ୍ସଙ୍କୁ ବହିଷ୍କୃତ କହିଛନ୍ତି। ମାଡ୍ରିଡ୍‌ଠାରେ ନିକଟରେ ଶେଷ ହୋଇଥିବା ୮ ରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଭାରତ ନୈରାଶ୍ୟଜନକ ୬ଷ୍ଠ ସ୍ଥାନ ସହ ଅଭିଯାନ ଶେଷ କରିଥିଲା। ଫଳ ସ୍ବରୂପ ହକି ଇଣ୍ଡିଆ ଏହି ପଦକ୍ଷେପ ନେଇଛି। ହକି ଇଣ୍ଡିଆ ବୁଧବାର ଏହାର ଓ୍ବେବ୍‌ ସାଇଟ୍‌ରେ କୋଚ୍‌ ପଦବୀ ପାଇଁ ବିଜ୍ଞାପନ ଦେବା ପରେ ଫେଲିକ୍ସଙ୍କୁ ବହିଷ୍କାର କରାଯାଇଥିବା କଥା ପଦାକୁ ଆସିଥିଲା। ଭାରତ ବର୍ତ୍ତମାନର ଜୁନିୟର ବିଶ୍ୱ ଚାମ୍ପିୟନ ଦଳ ହୋଇଥିବା ବେଳେ ମାଡ୍ରିଡ୍‌ଠାରେ ଅନୁଷ୍ଠିତ ୮-ରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ନିମ୍ନମାନର ରହିଥିଲା। ତେଣୁ ଏହା ଏକ ସ୍ବାଭାବିକ ପଦକ୍ଷେପ ବୋଲି ହକି ଇଣ୍ଡିଆ ସୂତ୍ରରୁ ଜଣାପଡ଼ିଛି। ଚଳିତ ମାସ ପ୍ରାରମ୍ଭରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟରେ ଭାରତ ଅଷ୍ଟ୍ରେଲିଆଠାରୁ ୦-୪ ଗୋଲ୍‌ରେ, ନେଦରଲାଣ୍ଡ୍ସଠାରୁ ୨-୩, ସ୍ପେନଠାରୁ ୧-୩ ଏବଂ ଗ୍ରେଟ୍‌ ବ୍ରିଟେନଠାରୁ ୧-୨ ଗୋଲରେ ପରାଜିତ ହୋଇଥିଲା। ଭାରତ କେବଳ ଅଷ୍ଟ୍ରିଆ ବିପକ୍ଷ ମ୍ୟାଚ ୪-୨ ଗୋଲରେ ବିଜୟ ଲାଭ କରିଥିଲା। ସୂଚନାଯୋଗ୍ୟ, ଜୁଡ୍‌ ଅଗଷ୍ଟ ୨୦୧୭ରେ କୋଚ୍‌ ପଦବୀରେ ନିଯୁକ୍ତି ପାଇଥିଲେ। ପୂର୍ବତନ ଭାରତ ଅଧିନାୟକ ଜୁଡ୍‌ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ମାଡ୍ରିଡ ଟୁର୍ନାମେଣ୍ଟ ଉପରେ ତାଭ୍କ ରିପୋର୍ଟ ହକି ଇଣ୍ଡିଆ ନିକଟରେ ଉପସ୍ଥାପନ କରିବେ। ଏହି ଟୁର୍ନାମେଣ୍ଟ ପୂର୍ବରୁ ମଧ୍ୟ ଜୁଡ୍‌ଙ୍କ ଅଧୀନରେ ଭାରତର ପ୍ରଦର୍ଶନ ଉତ୍ସାହଜନକ ନ ଥିଲା। ଗତ ବର୍ଷ ସୁଲ୍‌ତାନ ଅଫ୍‌ ଜୋହର କପ୍‌ ହକି ଟୁର୍ନାମେଣ୍ଟ ଫାଇନାଲରେ ଭାରତ ଗ୍ରେଟ୍‌ ବ୍ରିଟେନଠାରୁ ୨-୩ ଗୋଲରେ ପରାଜିତ ହୋଇଥିଲା। ହକି ଇଣ୍ଡିଆ ଓ୍ବେବ୍‌ ସାଇଟ୍‌ରେ ପ୍ରକାଶିତ ବିଜ୍ଞାପନ ଅନୁସାରେ ନୂଆ କୋଚ୍‌ଙ୍କ ଚୁକ୍ତି ୨୦୨୧ ଡିସେମ୍ବର ୩୧ ଜୁନିୟର ବିଶ୍ୱକପ୍‌ ପର୍ଯ୍ୟନ୍ତ ରହିବ। ହେଲେ ନବ ନିଯୁକ୍ତ କୋଚ୍‌ଙ୍କୁ ୬ ମାସ ପାଇଁ ପ୍ରୋବେଶନରେ ରହିବାକୁ ପଡ଼ିବ। ତାଙ୍କ ପ୍ରଦର୍ଶନ ସନ୍ତୋଷଜନକ ହେବା ମଧ୍ୟ ଦରକାର। କୋଚ୍‌ ଜଣଙ୍କୁ ସିନିୟର ଟିମ୍‌ ମୁଖ୍ୟ କୋଚ୍‌ ଗ୍ରାହମ ରିଡ୍‌ ଏବଂ ହାଇପରଫର୍ମାନ୍ସ ଡାଇରେକ୍ଟର ଡେଭିଡ୍‌ ଜନ୍‌ଙ୍କ ବ୍ୟତୀତ ହକି ଇଣ୍ଡିଆର କାର୍ଯ୍ୟନିର୍ବାହୀ ବୋର୍ଡ ଏବଂ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)କୁ ରିପୋର୍ଟ କରିବେ। କୋଚ୍‌ ପଦବୀ ପାଇଁ ଆବେଦନର ଶେଷ ତାରିଖ ଜୁଲାଇ ୫ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri