ଜୁଏଲେରିରେ ମା’ ଦୁର୍ଗା: ଟ୍ରାଏ କରି ପାଇହେବ ଆକର୍ଷଣୀୟ ପୂଜା ଲୁକ୍‌…

ଆଭୂଷଣ ବା ଜୁଏଲେରି ନାରୀ ସୌନ୍ଦର୍ଯ୍ୟକୁ ଆହୁରି ଆକର୍ଷଣୀୟ କରିଥାଏ। ବିଶେଷକରି ପୂଜାପାର୍ବଣ ଅବସରରେ ପାରମ୍ପରିକ ପୋଷାକ ସହିତ ଶରୀରରେ ନାନାଦି ଆଭୂଷଣ ପିନ୍ଧିଲେ ଲୁକ୍‌ ବେଶ୍‌ ଗର୍ଜିୟସ୍‌ ଲାଗେ। ଏବେ ତ ମା’ଦୁର୍ଗାଙ୍କ ମୁଖ ଥିବା ବିଭିନ୍ନ ଜୁଏଲେରି ବି ମିଳିଲାଣି; ଯାହାକୁ ଟ୍ରାଏ କରି ଆକର୍ଷଣୀୟ ପୂଜା ଲୁକ୍‌ ପାଇହେବ…

* ଟେରାକୋଟା ମା’ ଦୁର୍ଗା ଜୁଏଲେରି: ଟେରାକୋଟାରେ ତିଆରି ଏହା ଏକ ସୁନ୍ଦର ହାଣ୍ଡକ୍ରାଫ୍ଟ ଜୁଏଲେରି। ଏହା ନେକ୍‌ଲେସ୍‌ ଓ ଇୟର୍‌ ରିଂ ସେଟ୍‌ରେ ଆସିଥାଏ; ଯେଉଁଥିରେ ମା’ ଦୁର୍ଗାଙ୍କର ଆକର୍ଷଣୀୟ ମୁଁହର ଡିଜାଇନ ହୋଇଥିବା ଦେଖିବାକୁ ମିଳେ। ଏହି ଟାଇପ୍‌ର ଜୁଏଲେରି ପର୍ବପର୍ବାଣି ସମୟରେ ଶାଢ଼ି କିମ୍ବା ବୋଟ ନେକ୍‌ ଅଥବା ଅଫ୍‌ ସୋଲ୍ଡର୍‌ ଡ୍ରେସ୍‌ ସହିତ ବେଶ୍‌ ଭଲ ମାନିଥାଏ। ତେବେ ଏହି ଜୁଏଲେରି ବ୍ୟବହାର କରିବାବେଳେ ଧ୍ୟାନଦେବେ ଏହା ଯେମିତି କୌଣସି ପ୍ରକାରର କେମିକାଲ୍‌ ତଥା ପାଣି ସଂସ୍ପର୍ଶରେ ନ ଆସେ, ଖାସ୍‌ କରି ପରଫ୍ୟୁମ୍‌ କିମ୍ବା ବଡି ସ୍ପ୍ରେ ସଂସ୍ପର୍ଶରେ ନଆସିବା ଭଲ। ସେହିପରି ଏହି ଜୁଏଲେରିକୁ ବଟର୍‌ ପେପର୍‌ କିମ୍ବା କଟନ୍‌ କପଡାରେ ଠିକ୍‌ ଭାବେ ର଼୍ୟାପ୍‌ କରି ରଖିଲେ ଏହା ଅନେକ ଦିନ ପର୍ଯ୍ୟନ୍ତ ଅକ୍ଷତ ଅବସ୍ଥାରେ ରହିଥାଏ।

* ଜୁଟ୍‌ ଦୁର୍ଗା ମା’ ଜୁଏଲେରି: ଜୁଟ୍‌ ଓ କ୍ଲେ ର ମିଳିତ ଡିଜାଇନ୍‌ରେ ତିଆରି ହୋଇଥାଏ ମା’ ଦୁର୍ଗାଙ୍କର ମୁହଁ ଥିବା ଏହି ଟ୍ରାଡିଶନାଲ୍‌ ଜୁଏଲେରି। ଏହାର ନେକ୍‌ଲେସ୍‌ ଓ ଇୟର୍‌ ରିଂ ସେଟ୍‌ ମଧ୍ୟ ଆସିଥାଏ। ଏହି ଟାଇପ୍‌ର ଜୁଏଲେରିକୁ ନବରାତ୍ରି ଓ ଦଶହରା ସମୟରେ ବେଙ୍ଗଲି କଟନ୍‌ ଶାଢ଼ି ହେଉ ବା ଜୁଟ୍‌ ଶାଢ଼ି ସହିତ ମ୍ୟାଚିଂ କରି ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ଏହି ଜୁଏଲେରିକୁ ମଧ୍ୟ ପାଣି ସଂସ୍ପର୍ଶରେ ଆଣିବା ଠିକ୍‌ ନୁହେଁ। ଯଦି ପିନ୍ଧିବା ସମୟରେ ଝାଳ ବାହାରୁଥାଏ, ତା’ହେଲେ ତୁରନ୍ତ ଝାଳକୁ ପୋଛିଦେବେ।

* କଉଡ଼ି ଜୁଏଲେରିରେ ବି ମା’ ଦୁର୍ଗା: ଏମିତି ବି କିଛି ନେକ୍‌ଲେସ୍‌ ଅଛି, ଯାହାକୁ ଜୁଟ୍‌ ଆଉ କ୍ଲେ ମିଶାଇ ତିଆରି କରାଯାଇଥାଏ। ସେଥିରେ କିଛି କଉଡ଼ିକୁ ଲଗାଇ ତାହାର ଲୁକ୍‌କୁ ଆଉ ଟିକେ ଆକର୍ଷଣୀୟ କରି ଦିଆଯାଏ। ଏହାବାଦ କ୍ଲେରେ ତିଆରି ମା’ ଦୁର୍ଗାଙ୍କର ମୁହଁଙ୍କୁ ପେଣ୍ଡେଣ୍ଟ ହିସାବରେ ମଧ୍ୟ ଲଗାଯାଇଥାଏ; ଯାହା ଦେଖିବାକୁ ବେଶ୍‌ ସୁନ୍ଦର ଲାଗେ। ଏହି ଟାଇପ୍‌ର ଜୁଏଲେରିକୁ ଶାଢ଼ି ହେଉ କିମ୍ବା ଯେ କୌଣସି ଟ୍ରାଡିଶନାଲ୍‌ ଆଉଟ୍‌ଫିଟ୍‌ ସହ ଟ୍ରାଏ କଲେ ଟ୍ରେଣ୍ଡି ପୂଜା ଲୁକ୍‌ ମିଳେ।

* କଟନ୍‌ କପଡ଼ାରେ ମା’ ଦୁର୍ଗା: ସାଧାରଣ କଟନ୍‌ କପଡ଼ାକୁ କାଟିକୁଟି ତାକୁ ନେକ୍‌ଲେସ୍‌ ଡିଜାଇନ୍‌ ଦେଇ ତା’ ଉପରେ କ୍ଲେରେ ତିଆରି ମା’ ଦୁର୍ଗାଙ୍କର ଏକ ଛୋଟ ମୁହଁକୁ ଅଠା ଦେଇ ଲଗାଇଦେଲେ ତାହା ଟିକେ ଭିନ୍ନ ଦେଖାଯାଇଥାଏ। ଖୁବ୍‌ କର୍ମ ଖର୍ଚ୍ଚରେ ଏହାକୁ ଘରେ ତିଆରି କରିହୁଏ। କଟନ୍‌ ଶାଢ଼ି ସାଙ୍ଗକୁ ଏହି ଟାଇପ୍‌ର ଜୁଏଲେରି ବେଶ୍‌ ସୁନ୍ଦର ଦେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରହଙ୍କ ଶୁଭ ଦୃଷ୍ଟି: ଶୁକ୍ରବାରରୁ ଏହି ୫ ରାଶିଙ୍କୁ ମିଳିବ ବମ୍ପର ଲାଭ, ହେବେ ମାଲାମାଲ!

ଜୁନ ୧୨, ୨୦୨୬, ଉପବାସର ଦିନ, ଶୁଭ ଯୋଗର ଗୃହ ଏବଂ ଗ୍ରହମଣ୍ଡଳରେ ଏକ ଦିବ୍ୟ ଦିନ। ଏହି ଦିନ ଶୁକ୍ରବାର, ଗ୍ରହମାନଙ୍କ ମଧ୍ୟରେ ଶୁକ୍ର ଏବଂ…

ଜୁନ୍ ୧୩ରୁ ଏହି ରାଶିର ବଦଳିବ ଭାଗ୍ୟ, ମିଳିବ ପ୍ରଚୁର ଟଙ୍କା!

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହମାନଙ୍କର ଗତି ଏବଂ ସେମାନଙ୍କର ନିର୍ଦ୍ଦିଷ୍ଟ ସଂଯୋଜନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ପ୍ରକୃତିର ଏକ ବିଶେଷ ଗ୍ରହ ସଂଯୋଜନ ୧୩…

ସିଙ୍ଗଡ଼ା- କଚୋଡ଼ି ପ୍ରେମୀ ସାବଧାନ! FSSAI ଜାରି କଲା ବଡ଼ ଚେତାବନୀ, ହୋଇପାରେ ମାରାତ୍ମକ ରୋଗ!

ଭାରତ ଏମିତି ଏକ ଦେଶ ଯେଉଁଠି ଖାଇବା ପିଇବା ପଛରେ ପ୍ରଚୁର ପଇସା ଖର୍ଚ୍ଚ କରାଯାଏ। ଲୋକମାନେ ସ୍ବାସ୍ଥ୍ୟ ଅପେକ୍ଷା ସ୍ବାଦକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଚା’…

ମେଷ ସମେତ ୩ ଏହି ରାଶି ଉପରେ ରହିବ ହନୁମାନଙ୍କ କୃପା, ମିଳିପାରେ ବଡ଼ ସଫଳତା

ଆଜିଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷର ନବମୀ ତିଥି । ନବମୀ ତିଥି ଆଜି ବିଳମ୍ବିତ ରାତି ୨:୩୫ ପର୍ଯ୍ୟନ୍ତ ଜାରି ରହିବ। ‘ପ୍ରୀତି ଯୋଗ’ ୮:୧୯ ପର୍ଯ୍ୟନ୍ତ…

ଗଣ୍ଠି ଯନ୍ତ୍ରଣା ପାଇଁ ରୋବୋଟିକ୍‌ ସର୍ଜରି

ସାଧାରଣତଃ ଗଣ୍ଠି ଯନ୍ତ୍ରଣାକୁ ଅଧିକାଂଶ ବାର୍ଦ୍ଧକ୍ୟର ଏକ ଅପରିହାର୍ଯ୍ୟ ଅଂଶ ବୋଲି ଗ୍ରହଣ କରିଥା’ନ୍ତି। ହେଲେ ବାସ୍ତବରେ ବିଭିନ୍ନ କାରଣରୁ ବର୍ତ୍ତମାନ କେବଳ ବୟସ୍କ ନୁହନ୍ତି ଅନ୍ୟମାନଙ୍କଠାରେ…

ଆଜିଠାରୁ ‘ମୃତ୍ୟୁ ପଞ୍ଚକ’ ଆରମ୍ଭ: ସ୍ବପ୍ନରେ ଏହି ୭ଟି ଜିନିଷ ଦେଖିଲେ ହୋଇଯାଆନ୍ତୁ ସାବଧାନ, ଘଟିପାରେ ବଡ଼ ଅଘଟଣ!

ସନାତନ ଧର୍ମରେ ମୃତ୍ୟୁ ପଞ୍ଚକର ଏକ ବିଶେଷ ମହତ୍ତ୍ୱ ରହିଛି, ଯାହାକୁ କ୍ଷତିକାରକ ଓ କଷ୍ଟଦାୟକ ବୋଲି ମାନିଥାନ୍ତି। ଯେତେବେଳେ ବି ପଞ୍ଚକ ଶନିବାର ଦିନରୁ ଆରମ୍ଭ…

ଆଜି ବିଶ୍ବ ପରିବେଶ ଦିବସ: ସବୁଜ ଯୋଦ୍ଧାଙ୍କୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା

ଗଛ କଟା, ପ୍ରଦୂଷଣ, ଜଳ ସଙ୍କଟ ଓ ବିଶ୍ୱ ତାପମାତ୍ରା ବୃଦ୍ଧି ମଣିଷ ଏବଂ ପ୍ରକୃତି ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଥିବାବେଳେ ପରିବେଶ ସୁରକ୍ଷା ଏବେ…

ସାବଧାନ! ଏହି ୫ ରାଶି ଉପରେ ମାଡ଼ି ଆସୁଛି ମହାସଙ୍କଟ, ଜୁନ ମାସରେ ଘଟିବ…

୨୭ଟି ଦୈନିକ ଯୋଗ ମଧ୍ୟରୁ ବୈଦୃତି ଯୋଗ ୨୭ତମ ସ୍ଥାନରେ ଅଛି, ଯାହା ପ୍ରାୟତଃ ମାନବ ଜୀବନ ଉପରେ ଅଶୁଭ ପ୍ରଭାବ ପକାଇଥାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri