ଜୀବିତ ନାବାଳକଙ୍କୁ ମୃତ ଦର୍ଶାଇ ଗିରଫ କରିବା ଘଟଣା: ତତ୍କାଳୀନ ଡିଏସ୍‌ପି, ଇନ୍ସପେକ୍ଟରଙ୍କୁ ନୋଟିସ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ଜଣେ ନାବାଳକ ଜୀବିତ ଥାଇ ତାଙ୍କୁ ମୃତ ଦର୍ଶାଇଥିଲା ବରଗଡ଼ ଜିଲା ପାଇକମାଳ ଥାନା ପୋଲିସ। ଏପରି କି ଏହି ମାମଲାର ତଦନ୍ତ ନ କରି ପୋଲିସ ଦୁଇଜଣ ଯୁବକଙ୍କୁ ଗିରଫ କରି ଅଡୁଆରେ ପଡ଼ିଥିଲା। ଏହି ମାମଲାରେ ଓଡ଼ିଶା ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) ତତ୍‌କାଳୀନ ବରଗଡ଼ ଡିଏସ୍‌ପି ଏଲ୍‌.ଏନ୍‌. ମହାନ୍ତି ଓ ପାଇକମାଳ ଥାନା ଅଧିକାରୀ ପି.କେ. କର୍ଣ୍ଣଙ୍କୁ ଜବାବ ରଖିବା ପାଇଁ ନୋଟିସ କରିଛନ୍ତି। କମିଶନ୍‌ର ତକତ୍ାଳୀନ ସଦସ୍ୟ ବିଚାରପତି ରଘୁବୀର ଦାଶ ଗତ ଜୁନ୍‌ ୧୧ରେ ଏହି ଦୁଇ ଅଧିକାରୀକୁ ସେପ୍ଟେମ୍ବର ୨୬ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେମାନେ ନିର୍ଦ୍ଧାରିତ ସମୟରେ ଜବାବ ରଖି ନ ଥିଲେ କିମ୍ବା ଅଧିକ ସମୟ ମାଗି ନ ଥିଲେ। ତଥାପି ସ୍ବାଭାବିକ ନ୍ୟାୟ ପ୍ରଦାନ ପାଇଁ କମିଶନ ସଦସ୍ୟ ଅସୀମ ଅମିତାଭ ଦାସ ଜବାବ ରଖିବା ପାଇଁ ଆଉ ଥରେ ସୁଯୋଗ ଦେଇଛନ୍ତି। ଆସନ୍ତା ଅକ୍ଟୋବର ୩୦ ସୁଦ୍ଧା ଜବାବ ଦାଖଲ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ପାଇକମାଳ ପିପାଲିପାଳି ଗ୍ରାମର ମନୋରଞ୍ଜନ ଦଣ୍ଡସେନାଙ୍କ ନାବାଳକ ପୁଅ ନିଖୋଜ ନେଇ ପଦ୍ମପୁର ଥାନାରେ ୨୦୧୬ ଡିସେମ୍ବର ୭ରେ ଏକ ଅଭିଯୋଗ ହୋଇଥିଲା। ତେବେ ପାଇକମାଳ ପୋଲିସ ଉକ୍ତ ନାବାଳକଙ୍କ ମୋବାଇଲ୍‌ ଫୋନ୍‌କୁ ଉଦ୍ଧାର କରିବା ସହ ହାଲୁ ଗୁର୍ଲା ଓ ରାଘବ ନାୟକଙ୍କୁ ଗିରଫ କରି ପଦ୍ମପୁର କୋର୍ଟରେ ହାଜର କରିଥିଲା। ପରବର୍ତ୍ତୀ ସମୟରେ ନାବାଳକଙ୍କୁ ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଏହି ଦୁଇଜଣଙ୍କ ବିରୋଧରେ ୨୦୧୭ ଅକ୍ଟୋବର ୨୨ରେ ଚାର୍ଜଶିଟ୍‌ ଦାଖଲ କରିଥିଲା ପୋଲିସ। କିନ୍ତୁ ୨୦୧୮ ମେ ୮ ତାରିଖରେ ନିଖୋଜ ନାବାଳକ କଲିକତାରୁ ଘରକୁ ଫେରିବା ପରେ ପୋଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ହୋଇଥିଲା। ମାନବାଧିକାର କର୍ମୀ ବିଜୟ କୁମାର ପଣ୍ଡା, ଚନ୍ଦ୍ରନାଥ ଡାନି, ବିଶ୍ୱପ୍ରିୟ କାନୁନ୍‌ଗୋ ଓଏଚ୍‌ଆର୍‌ସିରେ ଅଭିଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତ କରି କମିଶନଙ୍କୁ ୨୦୧୮ ଅକ୍ଟୋବର ୩୦ରେ ରିପୋର୍ଟ ଦେଇଥିଲେ। ରିପୋର୍ଟ ଅନୁଯାୟୀ କମିଶନ୍‌ର ତକତ୍ାଳୀନ ସଦସ୍ୟ ରଘୁବୀର ଦାଶ ଥାନା ଅଧିକାରୀ ଓ ଡିଏସ୍‌ପିଙ୍କୁ ଜବାବ ରଖିବା ପାଇଁ ନୋଟିସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

ଅସହ୍ୟ ଗରମରେ ଅଘୋଷିତ ବିଦ୍ୟୁତ କାଟ, ଟାଟା ପାଓ୍ବାର ଅଫିସ ଘେରି କର୍ମଚାରୀଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ

ବଲାଙ୍ଗୀର, ୨୧।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଅଘୋଷିତ ଭାବେ ହେଉଛି ବିଦ୍ୟୁତ କାଟ। ଏହାର ପ୍ରତିବାଦରେ ଗୁରୁବାର ଟାଟା ପାୱାର ଅଫିସ ଘେରାଉ କରାଯିବା ସହ…

ଜୁଲାଇ ୧୬ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି । ଡିଜିପି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଆସନ୍ତା ଜୁଲାଇ ୧୬ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri