ଜୀବନ ପାଇଁ ବଦଳିଛି ଜୀବିକା: ଭୋକ, ଭୟର ଦୋଛକିରେ ମଣିଷ

ବିଶ୍ୱରେ ବିଚିତ୍ର ସ୍ଥିତି ସୃଷ୍ଟି କରିଛି କରୋନା। ଭୂତାଣୁ ସଂକ୍ରମଣରେ ଭୟଭୀତ ମଣିଷ। ପ୍ରତିଦିନ ଗଡୁଛି ମୁଣ୍ଡ। ବଢୁଛି ଆତଙ୍କ। ଏଥିରେ ପ୍ରଭାବିତ ହୋଇଛି ଜୀବନ ସାଙ୍ଗକୁ ଜୀବିକା। କରୋନା ଛଡ଼ାଇ ନେଇଛି ଅନେକଙ୍କ ହାତରୁ ରୋଜଗାର। ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ଅଣସଙ୍ଗଠିତ କ୍ଷେତ୍ରର ମେହନତି ମଣିଷ। ଭୋକ ଓ ଭୟର ଦୋଛକିରେ ଛିଡ଼ା ହୋଇଛି ମଣିଷ ଖୋଜୁଛି ବଞ୍ଚତ୍ବାର ସାଧନ। ଏସବୁ ଭିତରେ ସମୟର ଆହ୍ବାନକୁ ସମ୍ମାନ ଜଣାଇ ପେଟ ପାଇଁ ଆରମ୍ଭ ହୋଇଛି ପରିବର୍ତ୍ତନ। ଲକ୍‌ଡାଉନ୍‌ରେ ଜୀବନ ଚିନ୍ତାରେ ବୃତ୍ତି ବଦଳାଇଥିବା ଏଭଳି କେତେଜଣଙ୍କୁ ନେଇ ଧରିତ୍ରୀର ସ୍ବତନ୍ତ୍ର ଉପସ୍ଥାପନା…

-ରିପୋର୍ଟ: ଦୀନେଶ ଦାସ, ଓଡ଼ାପଡ଼ା

ସାଇକେଲ ଦୋକାନରେ ପଡ଼ିଛି ତାଲା

କଣ୍ଟାବଣିଆ ବଜାରରେ ସାଇକେଲ ମରାମତି ଦୋକାନ କରି ଚଳୁଥିଲି। କରୋନା କଟକଣା ପାଇଁ ପ୍ରାୟ ୨ମାସ ହେଲା ଦୋକାନ ବନ୍ଦ। ଘରେ ବାପା, ମାଆ, ସ୍ତ୍ରୀ ଓ ୨ ପୁଅଙ୍କୁ ନେଇ ୬ ପ୍ରାଣୀ କୁଟୁମ୍ବ। ହାତ ବାନ୍ଧି ବସି ରହିଲେ ସମସ୍ତେ ଓପାସ ରହିବେ। ତେଣୁ ପେଟ ପାଇଁ ଜୀବିକା ବଦଳେଇବାକୁ ପଡ଼ିଲା। କିଛିଦିନ ହେବ କଣ୍ଟାବଣିଆ ବଜାରରେ ବସି ପରିବା ବିକ୍ରି କରୁଛି। ସାଇକେଲ ମରାମତି କାମରୁ ଦିନକୁ ୫ଶହ ଟଙ୍କା ଯାଏ ରୋଜଗାର ହେଉଥିଲା। ଏବେ ପରିବା ବ୍ୟବସାୟରୁ କେବେ ୨ଶହ ତ ଆଉ କେବେ ୩ଶହ ଟଙ୍କା ହେଉଛି। ଦିନେ ଦିନେ ପରିବା ନଷ୍ଟ ହୋଇଯିବାରୁ ମୂଳ ବି ହାତରୁ ଯାଉଛି। ବଡ଼ କଷ୍ଟରେ ଚଳିବାକୁ ପଡୁଛି।
-ପ୍ରଦୀପ ସାହୁ, କଣ୍ଟାବଣିଆ

 

ଫାଷ୍ଟଫୁଡ୍‌ ବନ୍ଦ, ଶାଗ ସାହା

ରୋଜଗାର ଆଶାରେ କିଛି ବର୍ଷ ହେଲା ବାଲେଶ୍ୱରରୁ କଣ୍ଟାବଣିଆ ଆସିଥିଲି। କଣ୍ଟାବଣିଆ ବଜାରରେ ଫାଷ୍ଟଫୁଡ୍‌ ଦୋକାନଟିଏ ଦେଇ ରୋଜଗାର କରିବା ସହ ଅନୁଗୋଳ ଜିଲା ଗିରାଙ୍ଗରେ ସ୍ତ୍ରୀପୁଅକୁ ନେଇ ଭଡ଼ାରେ ରହୁଥିଲି। ଆଗରୁ ସବୁ ଠିକ୍‌ ଥିଲା। ହେଲେ କରୋନା ଆସିବା ଦିନରୁ ସବୁ ଏପଟ ସେପଟ ହେଇଯାଇଛି। ଫାଷ୍ଟଫୁଡ୍‌ ଦୋକାନ ବନ୍ଦ। ୨ମାସ ହେଲା ଘରଭଡ଼ା ବି ଦେଇନି। ତା’ ସାଙ୍ଗକୁ ପେଟ ଚିନ୍ତା। ତେଣୁ ବାଧ୍ୟ ହୋଇ ଶାଗ, ପରିବା ବିକୁଛି। ଏଥିରେ ପରିବାର ଚଳୁଛି। ଫାଷ୍ଟଫୁଡ୍‌ ଦୋକାନରୁ ଦିନକୁ ୫୦୦ରୁ ୬୦୦ଟଙ୍କା ବାହାରେ। ଏବେ ଶାଗ, ପରିବାରୁ ୩୦୦ଟଙ୍କା ହେବା ବି ମୁସ୍କିଲ। ଉଠା ଦୋକାନୀଙ୍କ ପାଇଁ ସରକାର ସହଯୋଗ କଲେ ଅନେକ ପରିବାର ବଞ୍ଚତ୍ୟାଆନ୍ତେ।
-ପଞ୍ଚାନନ ପାତ୍ର, ବାଲେଶ୍ୱର

 

ପାନ ବଦଳରେ ପରିବା ବେପାର

ବାପା ନାହାନ୍ତି। ପରିବାର କହିଲେ ମୁଁ, ମା’ ଆଉ ସାନ ଭାଇ। ପୂରା ଘରର ବୋଝ ମୋ’ ମୁଣ୍ଡରେ। ଆଗରୁ କଣ୍ଟାବଣିଆ ବଜାରରେ ପାନ ଦୋକାନଟିଏ ଦେଇଥିଲି। ସେଇଥିରୁ ଯାହା ମିଳେ ପରିବାର ଚଳେ। କରୋନା ଯୋଗୁ ସରକାର ଦୋକାନ ବନ୍ଦ କରିବାକୁ କହିଛନ୍ତି। ତେଣୁ ୨ମାସ ହେଲା ଦୋକାନ ବନ୍ଦ। କେମିତି ପେଟ ପୋଷିବୁ ଭାବି ବଜାରରେ ବସି ପରିବା ବିକୁଛି। ସେଇଥିରୁ ଯାହା ୨୦୦-୩୦୦ଟଙ୍କା ମିଳୁଛି, ସେଥିରେ କଷ୍ଟେ ମଷ୍ଟେ ପରିବାର ଚଳାଉଛି। ଆଗକୁ କ’ଣ ହବ କିଛି ଜଣାନାହିଁ। ଲକ୍‌ଡାଉନ୍‌ ଖୋଲିଲେ ପାନ ଦୋକାନ ସହ ପରିବା ବ୍ୟବସାୟ କରିବି ବୋଲି ଭାବିଛି।

-ସଞ୍ଜିତ ସାହୁ, କଣ୍ଟାବଣିଆ

 


Enter your email to get our daily news in your inbox.

All Right Reserved By Dharitri.Com

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ; ଛିଣ୍ତିଲା ବିଦ୍ୟୁତ୍ ତାର, ଗଛ ପଡ଼ି ବୃଦ୍ଧା ଗୁରୁତର

କେନ୍ଦୁଝର,୨୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକରେ ତାଣ୍ତବ ରଚିଛି କାଳବୈଶାଖୀ । ବୁଧବାର ସନ୍ଧ୍ୟାରେ ଜୋରରେ ପବନ ହେବାରୁ ପନିପରିବା ଫସଲ ସମେତ ଗଛ ଉପୁଡିଵା…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri