ଜୀବନ-ଜୀବିକା ମଧ୍ୟରେ ସନ୍ତୁଳନ ଜରୁରୀ, କଣ୍ଟେନ୍‌ମେଣ୍ଟ ଜୋନ୍‌ ବ୍ୟତିତ ସବୁଠି ଚାଲିବ ଅର୍ଥନୈତିକ କାର୍ଯ୍ୟ: ଏସ୍‌ଆର୍‌ସି

ଭୁବନେଶ୍ୱର,୫।୫(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ସମ୍ପ୍ରତି ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଏବେ ଏହାର ତୃତୀୟ ପର୍ଯ୍ୟାୟରେ ମେ’ ୧୭ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବଢ଼ାଯାଇଛି। ଏହି ସମୟରେ ବିଭିନ୍ନ କଟକଣାକୁ କୋହଳ କରାଯାଇଥିବା ବେଳେ ନୂତନ ଗାଇଡ୍‌ଲାଇନ୍‌ ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନର ପରିସ୍ଥିତିରେ ଜୀବନ ଓ ଜୀବିକା ଆମ ପାଇଁ ଆବଶ୍ୟକ। ଏଥିରେ ସନ୍ତୁଳନ ଜରୁରୀ। କାରଣ ଜୀବନ-ଜୀବିକାର ସଂଗ୍ରାମରେ ଜୀବନ ବଞ୍ଚାଉ ବଞ୍ଚାଉ ଜୀବିକା ହାରିଯିବ। ଜୀବନ ଯୁଦ୍ଧରେ ଜୀବିକା ଯେମିତି ବିପନ୍ନ ନ ହୁଏ, ଚେଷ୍ଟା କରିବା ଆବଶ୍ୟକ ପଡ଼ିଛି। ଏହାକୁ ନେଇ କଣ୍ଟେନମେଣ୍ଟ ଜୋନ୍‌ ବ୍ୟତିତ ସବୁଠି ଅର୍ଥନୈତିକ କାର୍ଯ୍ୟ ଚାଲିପାରିବ। ସରକାରଙ୍କ ପକ୍ଷରୁ କୃଷି ଶିଳ୍ପ, କ୍ଷୁଦ୍ର ଶିଳ୍ପ, ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି। ରେଡ୍‌ ଜୋନର ସହରାଞ୍ଚଳରେ ନିର୍ମାଣ କାମ ଉପରେ କିଛି କଟକଣା ରହିଛି। ଜୀବିକାକୁ ଆଉ ଥରେ ସ୍ବାଭାବିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀନ୍‌ ଜୋନ୍‌ ମଧ୍ୟରେ ବସ୍‌ ଚଳାଚଳ ପାଇଁ ସରକାର ଅନୁମତି ଦେଇଛନ୍ତି। ଶ୍ରମିକମାନଙ୍କ ଯା ଆସ ସୁବିଧା ପାଇଁ ବସ ଚଳାଚଳ ଅନୁମତି ମିଳିଛି। ହେଲେ ଗାଁ ଗାଁରେ ଲାଗିଥିବା ବ୍ୟାରିକେଡ ବେଆଇନ୍‌ ଅଟେ। ଏଭଳି ବ୍ୟାରିକେଡ୍‌ ଲଗାଇ ଶ୍ରମିକଙ୍କ ଯା’ଆସ ରୋକିବା ଠିକ୍‌ ନୁହେଁ। ଗୋଟିଏ ଜିଲାରୁ ଅନ୍ୟ ଏକ ଜିଲାକୁ ଶ୍ରମିକମାନେ ଯା’ଆସ କରିପାରିବେ। ତେବେ ଠିକାଦାରମାନେ ନିର୍ଦ୍ଦିଷ୍ଟ ଗାଡ଼ି କରି ଶ୍ରମିକମାନଙ୍କୁ ନେଇପାରିବେ। ଆବଶ୍ୟକ ପଡ଼ିଲେ ଜିଲାପାଳମାନେ ଶ୍ରମିକଙ୍କ ପାଇଁ ଗାଡ଼ି ଯୋଗାଇ ଦେବେ। ଶ୍ରମିକମାନଙ୍କ ଯାଆସରେ ବାଧା ସୃଷ୍ଟି କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୁଇ ରାଜ୍ୟ ସହମତିରେ ବାହାର ରାଜ୍ୟରୁ କୁଶଳୀ ଶ୍ରମିକ ଅଣାଯାଇପାରିବ। ମନରେଗାରେ ଦୈନିକ ୭.୫ ଲକ୍ଷ ଶ୍ରମ ଦିବସ ଚାଲିଛି। ଏହାକୁ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି। କୃଷି କାର୍ଯ୍ୟ ପାଇଁ ଗୋଟିଏ ଜିଲାରୁ ଅନ୍ୟ ଜିଲାକୁ ମଧ୍ୟ ଶ୍ରମିକମାନେ ଯାଇପାରିବେ। ଖରିଫ ଫସଲ ପାଇଁ ସରକାରଙ୍କ ପାଖରେ ଯଥେଷ୍ଟ ସାର ମହଜୁଦ ରହିଛି। ଶ୍ରମିକମାନେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବାକୁ ଅନୁମତି ଦରକାର ନାହିଁ ବୋଲି ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖିଯାଉଛି ନଦୀ-ପୋଖରୀ, ମଣିଷଙ୍କ ସହ ଡହଳବିକଳ ହେଉଛନ୍ତି ଗୃହପାଳିତ ପଶୁ

କେସିଙ୍ଗା,୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତରେ ଥିବା ୧୧୦ଟି ଗ୍ରାମରେ ପ୍ରଚଣ୍ଡ ଗ୍ରୀଷ୍ମତାପ ଯୋଗୁ ନଦୀନାଳ, ପୋଖରୀ, ଚେକ୍‌ ଡ୍ୟାମ୍‌, ନଳକୂପ ଶୁଖିଯାଉଛି।…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri