ଜିଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ: ୧୫ରୁ ଧାନକିଣା

ବଲାଙ୍ଗୀର ଅଫିସ, ୮ା୧୧-ବଲାଙ୍ଗୀର ଜିଲାରେ ଖରିଫ୍‌ ୨୦୧୯-୨୦ ବର୍ଷ ପାଇଁ ଜିଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ସ୍ଥାନୀୟ ଡିଆରଡିଏ ସମ୍ମଳନୀ କକ୍ଷରେ ଗୁରୁବାର ବସିଥିଲା ା ଜିଲାପାଳ ଅରିନ୍ଦମ ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ୍‌. ମୁକେଶ ମହାଲିଙ୍ଗ, ପାଟଣାଗଡ ବିଧାୟକ ସରୋଜ ମେହେର, ଟିଟିଲାଗଡ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ୍‌, ଏମପି ପ୍ରତିନିଧି ମାଧବ ପୁରୋହିତ, ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲକ୍ଷ୍ମଣ କୁମାର ମେହେର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲୀପ କୁମାର ପଟେଲ, ଜିଲା ଯୋଗାଣ ଅଧିକାରୀ ଅଭିରାମ ପ୍ରଧାନ୍‌, ଜିଲା କୃଷକ ମହାସଂଘ ସଭାପତି ଡା. ସୁଧୀର କୁମାର ପରିଚ୍ଛ, ମିଲର୍ସ ଉପସ୍ଥିତ ଥିଲେ ା ଆଗାମୀ ୧୫ ତାରିଖଠାରୁ ଜିଲାର ୧୫୮ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଓ ୧୬ଟି ମହିଳା ସ୍ବୟ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଜରିଆରେ ଧାନ କିଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଥିଲା ା ଚଳିତ ଖରିଫ ବିପଣନ ବର୍ଷ ସକାଶେ ସାଧାରଣ ଏଫ୍‌ଏକ୍ୟୁ ଧାନର ସର୍ବନିମ୍ନ ମୂଲ୍ୟ କୁଇଣ୍ଟାଲ ପିଛା ୧୮୧୫ ଟଙ୍କା ଓ ଗ୍ରେଡ୍‌ ଏ ଏଫ୍‌ଏକ୍ୟୁ ଧାନର ସର୍ବନିମ୍ବ ମୂଲ୍ୟ କୁଇଣ୍ଟାଲ ପିଛା ୧୮୩୫ ଟଙ୍କା ଧାର୍ଯ୍ୟ କରାଯାଇଛି ା ଚଳିତବର୍ଷ ଜିଲାର ଚାଷୀମାନେ ଯେପରି ଅଭାବୀ ବିକ୍ରିର ସମ୍ମୁଖୀନ ହେବନାହିଁ ଓ ଧାନର ଉଚିତ୍‌ ମୂୂଲ୍ୟ ପାଇବେ ସେନେଇ ଅଧିକ ଧ୍ୟାନ ଦେବାକୁ ଆଲୋଚନା ହୋଇଥିଲା ା ଜିଲାରେ ଧାନକିଣା ପ୍ରକ୍ରିୟା ଆରମ୍ଭ ହେବାକୁ ଥିତ୍ବାବେଳେ ଧାନ କିଣିବାକୁ ଥିତ୍ବା ସଂସ୍ଥା ଆରଏମ୍‌ସି, ପ୍ୟାକ୍ସ ପାଖରେ କୌଣସି ଆନୁସଙ୍ଗିକ ସୁବିଧା ନଥିତ୍ବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ କରାଯାଇଥିଲା ା ଏହାସହିତ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏଫ୍‌ସିଆଇ ଜିଲାର ଚାଷୀଙ୍କଠାରୁ ଧାନ କିଣୁ ନ ଥିବାରୁ ବିଧାୟକ ମିଶ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ା ଧାନକିଣା ବିଳମ୍ବ ହେଲେ ଚାଷୀ ବାଧ୍ୟହୋଇ ଅନ୍ୟତ୍ର ଧାନ ବିକ୍ରି କରିବ ଓ ଏହାର ସୁଯୋଗ ନେଇ ମିସର୍ଲ ଓ ଧାନ ବେପାରୀମାନେ ଚାଷୀଙ୍କୁ ଶୋଷଣ କରିବେ ବୋଲି ସେ କହିଥିଲେ ା ହାଇକୋର୍ଟ ନିର୍ଦ୍ଦେଶ ଥିବାରୁ କୌଣସି ପରିସ୍ଥିତିରେ ଧାନ ଡ୍ୟାଣ୍ଡିଲିଂ ପ୍ରକ୍ରିୟାରେ ମିଲର୍ସମାନେ ସାମିଲ ହୋଇପାରିବେ ନାହିଁ ବୋଲି କହିଥିଲେ ା ଏହି ବୈଠକରେ ବିଡିସିସି ବ୍ୟାଙ୍କ ସଭାପତି ମେହେର ଜିଲାର ଧାନକିଣା ପ୍ରକ୍ରିୟାକୁ ଉଦ୍ଦେଶ୍ୟମୂଳକ ଭାବେ ବିଳମ୍ବ କରାଯାଉଛି ବୋଲି କହିଥିଲେ ା ଜିଲାର ବଲାଙ୍ଗୀର, ପାଟଣାଗଡ ଓ କଣ୍ଟାବାଞ୍ଜି ଆରଏମ୍‌ସି ୟାର୍ଡରେ ଧାନକିଣା ଉପକରଣ, ଗ୍ରେଡିଂ ମେଶିନ୍‌, ଏଫ୍‌ଏକ୍ୟୁ ମାନ ନିର୍ଦ୍ଧାରଣ ମେଶିନ୍‌, ଅନ୍ୟାନ୍ୟ ଆନୁସଙ୍ଗିକ ଉପକରଣ ପ୍ରସ୍ତୁତ କରାଯାଇ ନ ଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା ା କୃଷି ବିଭାଗ ତରଫରୁ ଜିଲାର ଧାନ ଉପତ୍ାଦନକୁ ନେଇ ତଥ୍ୟ ଯୋଗାଇ ଦିଆଯାଇପାରି ନ ଥିଲା ା କେଉଁ ଧାନ ସାଧାରଣ ଓ କେଉଁଟା ଗ୍ରେଡ୍‌ ଏ ଧାନ ତାହା ଅଧିକାରୀମାନେ ସୂଚନା ଦେଇପାରି ନ ଥିଲେ ା ପରୀକ୍ଷାମୂଳକ ଭାବେ ଜିଲାରେ ଚଳିତ ଖରିଫ୍‌ ଧାନକିଣାରେ ୧୬ ଏସ୍‌ଏଚ୍‌ଜି ଧାନ କଣିବେ ା ଏନେଇ ଅନ୍ୟ ବିଧାୟକ ଓ ପ୍ରତିନିଧିଙ୍କୁ ସୂଚନା ଦିଆଯାଇ ନ ଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା ା ଖୁବ୍‌ କମ୍‌ ଦିନ ଭିତରେ ଆଉ ଥରେ ଡିଏଲପିସି ସମୀକ୍ଷା ବୈଠକ କରାଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ ା ଜିଲା ଯୋଗାଣ ଅଧିକାରୀ ପ୍ରଧାନ ଧାନକ୍ରୟ ପ୍ରକ୍ରିୟା ଉପରେ କହିଥିଲେ ା ମିଲର୍ସ ପ୍ରତିନିଧିମାନେ ସେମାନଙ୍କ ପକ୍ଷ ରଖଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଦିବ୍ୟାଙ୍ଗଠାରୁ ଲାଞ୍ଚ ମାଗି ବଦଳିଲେ ଆର୍‌ଆଇ, ଚାକିରିରୁ ବିଦା ହେଲେ ପିଅନ

ବାସୁଦେବପୁର,୧୯ା୧୨(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଇରମ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ବେସରକାରୀ ଭାବେ କାର୍ଯ୍ୟରତ ପିଅନ କାଳିଆ ବେହେରା ଜଣେ ଦିବ୍ୟାଙ୍ଗଙ୍କଠାରୁ...

ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ପ୍ରେମ ସମ୍ପର୍କକୁ ନେଇ…

ବଲାଙ୍ଗୀର,୧୯।୧୨ : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଅନତି ଦୂରରେ ଥିବା ଏକ କୁକୁଡା ଫାର୍ମର ପଛପଟ ଏକ ଗଛରେ ଜଣେ ଯୁବକଙ୍କର...

ଆଶ୍ଚର୍ଯ୍ୟ ହେଲେ ବି ସତ: ୬ ମାସରେ ୪ ଥର କାମୁଡ଼ିଛି ସାପ, ଦେଶୀ ଚିକିତ୍ସା କରି ବଞ୍ଚାଇଛନ୍ତି ଜୀବନ

ଦାରିଙ୍ଗବାଡି, ୧୯।୧୨ (ଅରୁଣ ସାହୁ ):୬ ମାସ ରେ ୪ ଥର ସାପ କାମୁଡ଼ିବା ଓ କାମୁଡ଼ିବା ପରେ ବଞ୍ଚିବା ତାହା ପୁଣି ଦେଶୀ ଚିକିତ୍ସା...

କଟକରେ ମା’ହେଲେ ଦଶମ ଶ୍ରେଣୀ ଛାତ୍ରୀ: ବଳାତ୍କାର ପରେ…

କଟକ,୧୯।୧୨: କଟକ ଜିଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ଖୁଣ୍ଟକଟା ଅଞ୍ଚଳର ଜଣେ ୧୪ ବର୍ଷୀୟ ଦଶମ ଶ୍ରେଣୀ ଛାତ୍ରୀ ବଳାତ୍କାର ଶିକାର ହେବା ପରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri