ଜିଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ: ‘ଜୈବିକ କୃଷି ଉପରେ ଗୁରୁତ୍ୱ ଦିଅ’

ବାଲେଶ୍ୱର ଅଫିସ, ୧୭।୬-ବାଲେଶ୍ୱରସ୍ଥିତ ଓସୱାନ ହଲ୍‌ରେ ମଙ୍ଗଳବାର ଖରିଫ ୨୦୨୦ ନିମନ୍ତେ ଜିଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବୈଠକରେ ଅଧ୍ୟକ୍ଷତା କରି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ବ୍ଲକର କୃଷି ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ୨୦୧୯-୨୦ ରବିଋତୁର ଲକ୍ଷ୍ୟ ହାସଲ ଏବଂ ଚଳିତ ଖରିଫ ଋତୁ ପାଇଁ ବିଭିନ୍ନ ଫସଲ ଏବଂ ନିର୍ଦ୍ଧାରିତ କୃଷି କାର୍ଯ୍ୟକ୍ରମ ଓ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା।
ଚଳିତ ଖରିଫ ଋତୁରେ ଚାଷୀମାନଙ୍କର ଉପତ୍ାଦନ ଖର୍ଚ୍ଚକୁ କମାଇବା, ଉନ୍ନତମାନର ବିହନ ଯୋଗାଣ ସହ ତାହାର ବ୍ୟବହାର ପାଇଁ ଚାଷୀମାନଙ୍କୁ ପ୍ରବର୍ତ୍ତାଇବା, ସଏଲ ହେଲ୍‌ଥ କାର୍ଡ଼ ବଣ୍ଟନ ସହ ଚାଷଜମିର କିସମ ଅନୁଯାୟୀ ଚାଷ କାମ କରିବା, ଧାଡ଼ିରୁଆ, ଠିକ୍‌ ସମୟରେ ସୁଲଭ ମୂଲ୍ୟରେ ସାର, କୀଟନାଶକ ଓ ବିହନ ଯୋଗାଣ, ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ଏବଂ ସବ୍‌ସିଡ଼ି ପ୍ରଦାନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଏବଂ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ବିଶେଷ କରି ଜୈବିକ କୃଷିକୁ ଲୋକପ୍ରିୟ କରାଇବା ଉପରେ ଜିଲାପାଳ ଗୁରୁତ୍ୱ ଦେଇଥିଲେ। ଚଳିତ ଖରିଫ ଋତୁରେ କୃଷି ବିଭାଗ ତରଫରୁ ୧ଲକ୍ଷ ୯୭ହଜାର ୮୭୧ହେକ୍ଟର ଜମିରେ ଧାନ ଫସଲ ଏବଂ ୧୯,୩୬୮ ହେକ୍ଟର ଜମିରେ ଅଣଧାନ ଫସଲ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଅଣଧାନ ଫସଲ ମଧ୍ୟରେ ଡାଲି ଜାତୀୟ, ମକା, ଚିନାବାଦାମ, ଝୋଟ, ପନିପରିବା, ଅଦା, ହଳଦୀ, ଲଙ୍କା, ଆଖୁ ଆଦି ଚାଷ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ଉଦ୍ୟାନ କୃଷି ବିଭାଗ ତରଫରୁ ଆମ୍ବ, କଦଳୀ, ଅମୃତଭଣ୍ଡା, ଶଙ୍କରଜାତୀୟ (ହାଇବ୍ରିଡ଼) ପନିପରିବା ଚାଷ କରାଯିବା ଲାଗି ଯୋଜନା ଥିବା ସୂଚନା ଦିଆଯାଇଥିଲା। ବୈଠକରେ କୃଷି ଓ ଆନୁଷଙ୍ଗିକ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଯୋଜନା ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ। ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରସନ୍ନ କୁମାର ମହାପାତ୍ର, ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ଲେଙ୍କା, ଡିଆରସିଏସ ପ୍ରଶାନ୍ତ କୁମାର ମହାନ୍ତି, ଜଳଚ୍ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ରଶ୍ମିରଞ୍ଜନ ପାତ୍ର, ଏଲ୍‌ଡିଏମ ସୁଦୀପ ଡାକୁଆ, ବିବିସିସି ବ୍ୟାଙ୍କର ଏଜିଏମ୍‌ ଅଭିରାମ ମହାନ୍ତି, ନିର୍ବାହୀଯନ୍ତ୍ରୀ ସୁବୋଧ କୁମାର ଚୌଧୁରୀ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?