ଜିଲାରେ ୫୫୫ ଶିଶୁ ଅପପୁଷ୍ଟିର ଶିକାର

ଭଦ୍ରକ ଅଫିସ, ୧୮।୫ – ଭଦ୍ରକ ଜିଲାରେ ସମନ୍ବିତ ଶିଶୁ ବିକାଶ ଯୋଜନା ବାଟବଣା। ଗର୍ଭବତୀ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟର ବିକାଶ ପାଇଁ ସରକାରଙ୍କ ନାନା ଯୋଜନା କାର୍ଯ୍ୟକାରୀ ହେଉଛି। ଉପଯୁକ୍ତ ତଦାରଖ ଓ ଆନ୍ତରିକତା ଅଭାବରୁ ଯୋଜନା ତା’ର ମୂଳ ଉଦ୍ଦେଶ୍ୟଠାରୁ ଦୂରେଇ ଯାଉଛି। ଜିଲାରେ ମୋଟ ୫୫୫ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ନିକଟରେ ବିଭାଗ ଦ୍ୱାରା ରେଡ୍‌ଜୋନ୍‌ ଅଧୀନରେ ୫୨୭ ଶିଶୁ ଚିହ୍ନଟ କରାଯାଇଛି। ୬ ମାସରୁ ୫ ବର୍ଷ ମଧ୍ୟରେ ଥିବା ଏହି ଶିଶୁମାନେ ଆବଶ୍ୟକ ଓଜନଠାରୁ କମ୍‌। ଏଣୁ ବିଭାଗ ପକ୍ଷରୁ ଏମାନଙ୍କୁ ଚିହ୍ନଟ କରାଯାଇ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି। ଗର୍ଭବତୀ ମହିଳାଙ୍କୁ ୩ ମାସଠାରୁ ଆରମ୍ଭ କରି ଶିଶୁ ଜନ୍ମ ହେବା ପର୍ଯ୍ୟନ୍ତ ଯଦି ସରକାରୀ ସ୍ତରରେ ସମସ୍ତ ପୁଷ୍ଟିକର ଖାଦ୍ୟ, ଅଣ୍ଡା, ଛତୁଆ ଇତ୍ୟାଦି ପ୍ରଦାନ କରାଯାଉଛି, ତେବେ ଶିଶୁମାନେ ଏତେ କମ୍‌ ଓଜନର କାହିଁକି ଜନ୍ମ ହେଉଛନ୍ତି ବୋଲି ପ୍ରଶ୍ନ ଉଠିଛି। ସରକାରୀ ସ୍ତରରେ ଦିଆଯାଉଥିବା ଖାଦ୍ୟର ଉପଯୁକ୍ତ ମାନ ରହୁ ନ ଥିବାରୁ ଏଭଳି ଘଟୁଥିବା ଅଭିଯୋଗ ହେଉଛି। ଅପପୁଷ୍ଟିର ଶିକାର ଶିଶୁମାନଙ୍କୁ ଭଦ୍ରକ ଗବସାହିରେ ଥିବା ପୁଷ୍ଟିସାଧନ କେନ୍ଦ୍ରକୁ ପଠାଯାଇ ସେଠାରେ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଏବଂ ଔଷଧ ଦିଆଯାଇ ଯତ୍ନ ନିଆଯାଉଛି।
ସୂଚନା ଅନୁଯାୟୀ, ସମୁଦାୟ ଜିଲାର ୭ ବ୍ଲକର ୮ ପ୍ରକଳ୍ପ ଅଞ୍ଚଳରୁ ଚିହ୍ନଟ ହୋଇଥିବା କମ୍‌ ଓଜନର ୫୨୭ ଶିଶୁଙ୍କ ମଧ୍ୟରୁ ବାସୁଦେବପୁରରୁ ୮୧, ଭଦ୍ରକରୁ ୭୮, ଭଣ୍ଡାରିପୋଖରୀରୁ ୬୬, ବନ୍ତରୁ ୮୫, ଚାନ୍ଦବାଲି-୧ ରୁ ୭୧, ଚାନ୍ଦବାଲି-୨ରୁ ୬୪, ଧାମନଗରରୁ ୩୯ ଓ ତିହିଡିରୁ ୪୩ ଶିଶୁ ଚିହ୍ନଟ ହୋଇଛନ୍ତି। ପୁଷ୍ଟିସାଧନ କେନ୍ଦ୍ରରେ ୨୮ଜଣ ଚିକିତ୍ସିତ ହେଉଥିବା ଦର୍ଶାଯାଇଛି। ଫନୀ ବାତ୍ୟା ପାଇଁ ବିଭିନ୍ନ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବା ସମୟରେ ୨୨୭ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଚିହ୍ନଟ କରାଯାଇଥିଲା। ଏହାପରେ ଜିଲା ପ୍ରଶାସନର ନିଦ ହଜିଯାଇଥିଲା। ଜିଲାପାଳ ଜ୍ଞାନରଞ୍ଜନ ଦାସ ଏହି ଶିଶୁଙ୍କ କେଶ୍‌ ଡାଏରୀ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ସେମାନଙ୍କ ପରିବାର ଲୋକଙ୍କ ସ୍ଥିତାବସ୍ଥା, ବୃତ୍ତି, ଆୟ ପନ୍ଥା ଓ ଅପପୁଷ୍ଟିର କାରଣ ସମ୍ପର୍କରେ ଜାଣିବା ପାଇଁ ନିକଟରେ ଏକ ବୈଠକ ଡକାଇ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଜିଲା ମଙ୍ଗଳ ଅଧିକାରୀ ଆଶାଲତା ମହାନ୍ତିଙ୍କ ନେତୃତ୍ୱରେ ସମସ୍ତ ବ୍ଲକର ସିଡିପିଓ, ସୁପରଭାଇଜରଙ୍କୁ ନେଇ ହୋଇଥିବା ଏହି ବୈଠକରେ ଜିଲାପାଳ କ୍ଷୋଭ ପ୍ରକାଶ କରିଥିଲେ। ତୁରନ୍ତ ଏଭଳି ଅପପୁଷ୍ଟିର ଶିକାର ହୋଇଥିବା ଶିଶୁମାନଙ୍କୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ ସ୍ବତନ୍ତ୍ର ଯୋଜନା କରାଯାଇ ଧ୍ୟାନ ଦେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏ ସମ୍ପର୍କରେ ଜିଲା ମଙ୍ଗଳ ଅଧିକାରୀ ମହାନ୍ତିଙ୍କୁ ପଚାରିବାରୁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଶିଶୁଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇ ସେମାନଙ୍କ ପରିବାରର ସ୍ଥିତାବସ୍ଥା ସମୀକ୍ଷା କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?