ଜିଲାରେ ଫନୀକୁ ନେଇ ଚାଷୀ ଚିନ୍ତିତ

ମାଲକାନଗିରି,୧।୫ (ଡି.ଏନ୍‌.ଏ.): ମାଡି ଆସୁଥିବା ବାତ୍ୟା ଫନୀକୁ ନେଇ ଚାଷୀମାନେ ଚିନ୍ତିତ ହୋଇପଡିଛନ୍ତି।  ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ୩ରେ ଏହା ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳକୁ ପ୍ରବେଶ କରିବ। ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ମାଲକାନଗିରି ଜିଲାରେ ରବି ଚାଷ କରିଥିବା ଚାଷୀମାନେ ଚିନ୍ତାରେ ପଡିଛନ୍ତି।  ଏବେ ଜିଲାର କୋରୁକୋଣ୍ଡା, ମାଲକାନଗିରି, କାଲିମେଳା, ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳରେ ହଜାର ହଜାର ହେକ୍ଟର ଚାଷ ଜମିରେ ଧାନ ପାଚି ରହିଛି।  ଅନେକ ଚାଷୀ ଧାନକଟା ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଏପରି କି ବାଦାମ, ଡାଲିଜାତୀୟ, ଏବଂ ପନିପରିବା ଚାଷ ଫଳନ୍ତି ଅବସ୍ଥାରେ ରହିଛି। ଏପରି ସ୍ଥଳେ ଯଦି ବର୍ଷା ହୁଏ ଏହି ସବୁ ଚାଷ କ୍ଷତିଗ୍ରସ୍ତ ହେବ। ମଙ୍ଗଳବାର ଜିଲା ପ୍ରଶାସନ ସମସ୍ତ ବ୍ଲକର ବିଡିଓ ଓ ତହସିଲଦାରଙ୍କୁ ଆଗାମୀ ଫନୀ ପାଇଁ ସତର୍କ ରହିବା, ଶୁଖିଲା ଖାଦ୍ୟ ମହଜୁଦ ରଖିବା, ଆଶ୍ରୟସ୍ଥଳୀ ବ୍ୟବସ୍ଥା ତଦାରଖ କରିବା, ପଲିଥିନ୍‌ ଏବଂ ଡଙ୍ଗା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛି। ଛୁଟିରେ ଯାଇଥିବା କର୍ମଚାରୀଙ୍କ ଛୁଟି ଜିଲାପାଳ ବାତିଲ କରିଛନ୍ତି। ଏ ସମ୍ପର୍କରେ ଜିଲା କୃଷି ଅଧିକାରୀ ରାମଚନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରୁ  ସେ କହିଛନ୍ତି ଯେ, ମାଲକାନଗିରିରେ ଜିଲାରେ ଯେଉଁ ଚାଷୀମାନେ ଧାନ କାଟିଛନ୍ତି ସେମାନେ କଟା ଧାନକୁ ତୁରନ୍ତ ନିଜ ଖଳାକୁ ନେଇଯାଆନ୍ତୁ। ଜମିରେ ଥିବା ଅତି ପାଚିଲା ଧାନକୁ ମଧ୍ୟ ଆସନ୍ତା ୨ ତାରିଖ ମଧ୍ୟରେ କାଟି ଖଳାକୁ ନେବାପାଇଁ ସେ ପରାମର୍ଶ ଦେଇଛନ୍ତି। ତେବେ ଏଥିପାଇଁ ଚାଷୀମାନେ ବିଶେଷ ଭୟଭୀତ ହେବା ଆବଶ୍ୟକ ନାହିଁ। କାରଣ ମାଲକାନଗିରିରେ ଫନୀ କେତେଦୂର ପ୍ରଭାବ ପକାଇବ ତା’ର ସବିଶେଷ ତଥ୍ୟ ଏଯାଏ ଆସିନାହିଁ ବୋଲି ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁର ବଂଶଧାରାରେ ଦ୍ୱିତୀୟ ସେତୁ ପାଇଁ ଦାବି ଜୋରଦାର: ମନ୍ତ୍ରୀଙ୍କୁ ସ୍ମାରକପତ୍ର…

ଗୁଣପୁର, ୮।୯ (ସୁଜାତା ପାଢ଼ୀ): ଗୁଣପୁର ବଂଶଧାରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…

ଶିରିଝୋଲି ହତ୍ୟାକାଣ୍ଡରେ ବଡ଼ ରାୟ, ବୁଡୁଙ୍କୁ ଆଜୀବନ….

ଗୁଣପୁର, ୭।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଗୁଣପୁର…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri