ଜିଲାପାଳ, ଏସ୍‌ପିଙ୍କ କରୋନା ସ୍ଥିତି ସମୀକ୍ଷା

ଟିଟିଲାଗଡ, ୭।୫(ଡି.ଏନ.ଏ.): କରୋନା ମହାମାରୀ ନେଇ ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ, ଏସ୍‌ପି ସନ୍ଦୀପ ସମ୍ପଦ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଲ୍ପ ନିର୍ଦ୍ଦେଶକ ଡ. ମହେଶ୍ୱର ସ୍ବାଇଁ ଗୁରୁବାର ଟିଟିଲାଗଡ ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିଛନ୍ତି। ଏନେଇ ଟିଟିଲାଗଡ ଉପଜିଲାପାଳ ସୁଧାକର ନାୟକ, ବିଡିଓ ନବୀନ ଚନ୍ଦ୍ର ନାୟକ, ଏସଡିପିଓ ସୁରେନ୍ଦ୍ର ନାରାୟଣ ଶତପଥୀ ତଥା ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ କରୋନା ମୁକାବିଲା ନେଇ ଆଲୋଚନା କରିଥିଲେ। ପରେ ଟିଟିଲାଗଡ ରେଳ ଷ୍ଟେଶନ ପରିଦର୍ଶନ କରିଥିଲେ। ବାହାର ରାଜ୍ୟର ଶ୍ରମିକଙ୍କୁ ଟ୍ରେନରେ ଟିଟିଲାଗଡ ଆଣି ବିଭିନ୍ନ ଅଞ୍ଚଳକୁ ପଠାଇବାକୁ ପ୍ରଶାସନର ଯୋଜନା ରହିଥିବା ଜଣାପଡିଛି। ପରେ ଜିଲାପାଳ ଏବଂ ଏସପି ଟିଟିଲାଗଡ ବ୍ଲକ ଅନ୍ତର୍ଗତ କତରକେଲା ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିବା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ସୂଚନା ଦେଇଛନ୍ତି। ସହରର ମଧ୍ୟଭାଗରେ ରହିଥିବା ଟିଟିଲାଗଡ ରେଳ ଷ୍ଟେଶନରେ ବାହାର ରାଜ୍ୟରେ ରହୁଥିବା ଓଡିଆ ଶ୍ରମିକଙ୍କୁ ଆଣି ଓହ୍ଲାଇବାକୁ ପ୍ରଶାସନର ଯୋଜନା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏନେଇ ପୂର୍ବତନ ନଗରପାଳ ଗୋବର୍ଦ୍ଧନ ନାଗ ଉପଜିଲାପାଳଙ୍କୁ ସାକ୍ଷାତ ସହ ନାଗିରକଙ୍କ ଅସନ୍ତୋଷ ନେଇ ଅବଗତ କରିଛନ୍ତି। ରେଳ ଷ୍ଟେଶନ ମଧ୍ୟସ୍ଥଳରେ ରହିଥିବାରୁ ହଜାର ହଜାର ସଂଖ୍ୟାରେ ଶ୍ରମିକ ଆସିଲେ ସଂକ୍ରମଣ ଆଶଙ୍କା ରହିଥିବା ନାଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଭିଡିଆ ଆଣିଲା ଶକ୍ତିଶାଳୀ ଚିପ୍‌: ପିସି, ଲାପ୍‌ଟପ୍‌ କ୍ଷେତ୍ରରେ ଆସିବ ଏଆଇ କ୍ରାନ୍ତି

ତାଇପେଇ,୨ା୬(ରଏଟର୍ସ):ବିଶ୍ୱର ପ୍ରମୁଖ ଚିପ୍‌ ନିର୍ମାଣକାରୀ ସଂସ୍ଥା ‘ଏନ୍‌ଭିଡିଆ’ ବ୍ୟକ୍ତିଗତ କମ୍ପ୍ୟୁଟର (ପିସି) ଏବଂ ଲାପ୍‌ଟପ୍‌ ଜଗତରେ ବଡ଼ ବିପ୍ଳବ ଆଣିବାକୁ ଯାଉଛି। କମ୍ପାନୀ ପକ୍ଷରୁ ସୋମବାର ଏକ…

ଇଟାଭାଟିକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡ଼ିଗଲେ ଯୁବକ, ତାପରେ ଯାହା ଘଟିଲା……

ପରଜଙ୍ଗ,୨।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଡମୋଳ ଝରା ସାହି ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।ଗୋଟିକିଆ ଦନ୍ତା…

୩ରେ ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୨ା୬(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ୍‌ ୩ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବାଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା…

ରାଗରେ ନେତାନ୍ୟାହୁଙ୍କୁ ଫୋନ କଲେ ଟ୍ରମ୍ପ, ‘ତୁମେ ପାଗଳ ହୋଇଗଲ!’

ଓ୍ବାଶିଂଟନ,୨।୬: ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଫୋନ୍ କରିଥିଲେ ଏବଂ ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣ ବୃଦ୍ଧି ପାଇଁ ତାଙ୍କୁ କଡ଼ା…

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ବିଜେଡି କର୍ମୀ-ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା: ବିଜେଡି କଲା ଘୋଷଣା-ଆସନ୍ତା ବୁଧବାର…

ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri