ଜିଲାକୁ ଫାଇଲେରିଆ ମୁକ୍ତ କରିବା ଲକ୍ଷ୍ୟ: ‘ସାମୂହିକ ଔଷଧ ସେବନ ଲାଭଦାୟକ’

ଢେଙ୍କାନାଳ ଅଫିସ, ୯।୮-ଢେଙ୍କାନାଳକୁ ଫାଇଲେରିଆ ମୁକ୍ତ କରିବାକୁ ଜିଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଗୁରୁବାରଠାରୁ ଆରମ୍ଭ ହୋଇଛି ସାର୍ବଜନୀନ ଔଷଧ ସେବନ କାର୍ଯ୍ୟକ୍ରମ। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ବଟିକା ଖାଇ ଏହାର ଶୁଭାରମ୍ଭ କରିଥିଲେ। ସାମୂହିକ ଔଷଧ ସେବନ ରୋଗ ପ୍ରତିକାର ପାଇଁ ଲାଭଦାୟକ ହେବ। ଖାଦ୍ୟ ଖାଇବା ପରେ ନିର୍ଦ୍ଧାରିତ ମାତ୍ରା ଅନୁଯାୟୀ ବଟିକା ଖାଇବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।
କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଜିଲାପାଳ କହିଲେ, ଗ୍ରାମାଞ୍ଚଳରେ ସରପଞ୍ଚ, ୱାର୍ଡମେମ୍ବର, ସ୍ବୟଂ ସହାୟକ ଗୋଷ୍ଠୀ, ଗଁା କଲ୍ୟାଣ ସମିତି, ଆଶା, ଅଙ୍ଗନୱାଡି କର୍ମୀ, ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ବଟିକା ବଣ୍ଟନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସେ ଆହ୍ବାନ ଦେଇଛନ୍ତି।
ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର କହିଲେ, ଠିକ୍‌ ମାତ୍ରରେ ଡିଇସି, ଆଲବେଣ୍ଡାଜଲ ବଟିକା ଖାଇଲେ ଫାଇଲେରିଆର ମୂଳୋତ୍ପାଟନ ସମ୍ଭବ। ମଶା କାମୁଡ଼ିବାର ୧୦ରୁ ୧୨ ଦିନ ପରେ ମ୍ୟାଲେରିଆ ଏବଂ ୪ରୁ ୭ଦିନ ପରେ ରୋଗୀ ନିକଟରେ ଡେଙ୍ଗୁର ଲକ୍ଷଣ ଦେଖାଦେଇଥାଏ। ହେଲେ ଫାଇଲେରିଆର ଲକ୍ଷଣ ୫ରୁ ୬ବର୍ଷ ପରେ ମଧ୍ୟ ଦେଖାଦେବା ଆଶଙ୍କା ରହିଥାଏ। ଆକ୍ରାନ୍ତଙ୍କ ଗୋଡ଼ ଗୋଦର ହୋଇଯାଏ। ଥରେ ରୋଗରେ ପଡ଼ିଲେ ଆରୋଗ୍ୟ ହେବା ସମ୍ଭାବନା କ୍ଷୀଣ। ତେଣୁ ସମୟ ଥାଉ ଥାଉ ସଚେତନ ହେବାକୁ ସିଡିଏମ୍‌ଓ ନିବେଦନ କରିଛନ୍ତି। ଔଷଧ ସେବନ ବିଧି ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ, ୨ରୁ ୫ବର୍ଷ ମଧ୍ୟରେ ପିଲା ୧୦୦ମିଲିଗ୍ରାମର ଗୋଟିଏ ଡିଇସି, ୪୦୦ ମିଲିଗ୍ରାମର ଗୋଟିଏ ଆଲବେଣ୍ଡାଜଲ ବଟିକା ଖାଇବେ। ୬ରୁ ୧୪ବର୍ଷ ବୟସର ପିଲା ୧୦୦ ମିଲିଗ୍ରାମର ୨ଟି ଡିଇସି, ୪୦୦ ମିଲିଗ୍ରାମର ଗୋଟିଏ ଆଲବେଣ୍ଡାଜଲ ଏବଂ ୧୫ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ୧୦୦ ମିଲିଗ୍ରାମର ୩ଟି ଡିଇସି, ୪୦୦ ମିଲିଗ୍ରାମର ଗୋଟିଏ ଆଲବେଣ୍ଡାଜଲ ବଟିକା ଭୋଜନ ପରେ ଖାଇବେ। ଖାଲି ପେଟରେ ଔଷଧ ଖାଇଲେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେବ ବୋଲି ସେ ସତର୍କ କରାଇଛନ୍ତି।
ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ସହକାରୀ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିଦ୍ୟୁତ୍‌ କୁମାର ନନ୍ଦ, ଜିଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡା. ସଂକଳ୍ପ କେଶରୀ ଭୋଳ, ରାଜ୍ୟ ଭେକ୍ଟରବାହିତ ରୋଗ ପରାମର୍ଶଦାତା ସୁଶାନ୍ତ ପରିଡ଼ା, ଜିଲା ଭେକ୍ଟରବାହିତ ରୋଗ ପରାମର୍ଶଦାତା ତପନ କୁମାର ସାହୁ, ଜିଲା ସ୍ବାସ୍ଥ୍ୟ ମିଶନ ପରିଚାଳକ ସୋନାଲି ପ୍ରିୟଦର୍ଶିନୀ, ଜିଲା ଅର୍ଥ ପରିଚାଳକ ଧୀରେନ୍ଦ୍ର କୁମାର ନନ୍ଦ, ଗଁା କଲ୍ୟାଣ ସମିତି, ଆଶା ପରିଚାଳକ ସମରେନ୍ଦ୍ର ଶତପଥୀ, ଜିଲା ମୁଖ୍ୟ ଚିକିତ୍ସାଳୟ ପରିଚାଳିକା ଅଲିଭା ଆଚାର୍ଯ୍ୟ, ଟେକ୍ନିସିଆନ ଏସ୍‌.ଏସ୍‌. ରହିମ, ବିକାଶ ରଞ୍ଜନ କର, ଭାଗୀରଥି ଆଚାର୍ଯ୍ୟ, ସୁକାନ୍ତ କୁମାର ଚାନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri