ମୃତଦେହ ଦାହ ପାଇଁ ହଇରାଣ ହେଉଛନ୍ତି ସହରବାସୀ: ଶ୍ମଶାନ, ବିଦ୍ୟୁତ୍‌ ଚୁଲା ବ୍ୟବସ୍ଥା ଦାବି

ଅନୁଗୋଳ ଅଫିସ, ୯।୮-ଅନୁଗୋଳ ସହରରେ ନାହିଁ ଶ୍ମଶାନ ସୁବିଧା। ଅଧିକାଂଶ ଶ୍ମଶାନ ଜମିକୁ ଜବରଦଖଲକାରୀ ମାଡ଼ି ବସିଥିବାବେଳେ ଅନେକ ଅବହେଳିତ ହୋଇ ପଡ଼ିରହିଛି। ହେମସୁରପଡ଼ାରେ ପୌରପାଳିକାର ଶ୍ମଶାନ ନିର୍ମାଣ ଲୋକଙ୍କ ବିରୋଧ ପାଇଁ ଆଗେଇ ପାରି ନାହିଁ। ଏପରିସ୍ଥଳେ କରଡ଼ାଗାଡ଼ିଆ ଶ୍ମଶାନ ଉପରେ ସହରବାସୀଙ୍କୁ ନିର୍ଭର କରିବାକୁ ପଡ଼ୁଛି। ହେଲେ ତାହା ବ୍ୟୟବହୁଳ ହେଉଥିବାରୁ ସହରରେ ଶ୍ମଶାନ ନିର୍ମାଣ ସହ ବିଦ୍ୟୁତ୍‌ ଚୁଲା ବ୍ୟବସ୍ଥା କରିବାକୁ ଦାବି ହେଉଛି।
ରାଜ୍ୟର ବହୁ ସହରରେ ସରକାରୀ ଶ୍ମଶାନ ସହ ବିଦ୍ୟୁତ୍‌ ଚୁଲା ବ୍ୟବସ୍ଥା ରହିଛି। କିନ୍ତୁ ଅନୁଗୋଳରେ ଏହି ସୁବିଧା ଆଦୌ ନାହିଁ। ଏଥିଯୋଗୁ ମୃତଦେହ ପୋଡ଼ିବାକୁ ସମ୍ପୃକ୍ତ ପରିବାର ଓ ସମ୍ପର୍କୀୟମାନେ ଅସୁବିଧାର ସମ୍ମୁଖୀନ ହେବା ସହ ଉଚ୍ଚ ଦରରେ କାଠ କିଣି ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଉପକଣ୍ଠରେ ଥିବା ଗ୍ରାମଗୁଡ଼ିକ ସରକାରୀ ଜାଗାରେ ନିଜସ୍ବ ଶ୍ମଶାନ କରିଥିବା ବେଳେ ସହରବାସିନ୍ଦା କିନ୍ତୁ ହଇରାଣ ହେଉଛନ୍ତି। କରଡ଼ାଗାଡ଼ିଆସ୍ଥିତ ଶ୍ମଶାନରେ ମୃତଦେହ ପୋଡ଼ିବା ପାଇଁ ସହରବାସୀ ହଜାର ହଜାର ଟଙ୍କା ଦେଉଥିଲେ ବି ବର୍ଷା ବେଳେ ସଂସ୍କାର କାର୍ଯ୍ୟ କଷ୍ଟକର ହୋଇପଡ଼ୁଛି। ତେଣୁ ସହରରେ ଶ୍ମଶାନ ସହ ବିଦ୍ୟୁତ୍‌ ଚୁଲା ବ୍ୟବସ୍ଥା କରାଗଲେ କମ୍‌ ଖର୍ଚ୍ଚରେ ଓ ବିନା ଅସୁବିଧାରେ ମୃତଦେହ ଦାହ ହୋଇପାରନ୍ତା ବୋଲି ସହରବାସୀ ମତବ୍ୟକ୍ତ କରିଛନ୍ତି।
ସହରବାସିନ୍ଦା ବିଶ୍ୱରଞ୍ଜନ ପଟ୍ଟନାୟକ କହିଛନ୍ତି, ପୌରପାଳିକା ପକ୍ଷରୁ ବିଦ୍ୟୁତ୍‌ ଚୁଲା ଥିବା ଶଶ୍ମାନ ନିର୍ମାଣ କରାଯିବା କଥା। ଅନ୍ୟ ସହରରେ ଏହା ନିର୍ମାଣ କରାଯାଇଛି। ମୃତଦେହ ଦାହ ପାଇଁ କାଠ ବ୍ୟବହାର ବ୍ୟୟବହୁଳ। କାଠର ଦର ବଢ଼ୁଥିବାବେଳେ କରଡ଼ାଗାଡ଼ିଆ ଶ୍ମଶାନ କମିଟି ମୃତଦେହ ପିଛା ୩ରୁ ସାଢ଼େ ୩ ହଜାର ଟଙ୍କା ନେଉଛି। ବିଦ୍ୟୁତ୍‌ ଚୁଲା ହେଲେ ସ୍ବଳ୍ପ ବ୍ୟୟରେ ଲୋକେ ସୁବିଧା ପାଇବା ସହ ଅଚିହ୍ନା ମୃତଦେହ ମଧ୍ୟ ଏହି ଚୁଲାରେ ଦାହ ହୋଇପାରନ୍ତା। ତେଣୁ ପୌରପାଳିକା ପକ୍ଷରୁ ଏଭଳି ଚୁଲା ନିର୍ମାଣ କରାଯିବାକୁ ସେ ଦାବି କରିଛନ୍ତି।
ଏ ନେଇ ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା କହିଛନ୍ତି, ସହରରେ ଆଦର୍ଶ ଶ୍ମଶାନ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଆସିଛି। ତେବେ ହେମସୁରପଡ଼ାରେ ଶ୍ମଶାନ ନିମନ୍ତେ ପୌରପାଳିକା ଜାଗା ଚିହ୍ନଟ କରିଥିଲା। କିନ୍ତୁ ବିରୋଧ ଯୋଗୁ ଉକ୍ତ ସ୍ଥାନରେ କାର୍ଯ୍ୟ ହୋଇପାରିନାହିଁ। କରଡ଼ାଗାଡ଼ିଆ ଶ୍ମଶାନ ଉପରେ ଏଥିପାଇଁ ନିର୍ଭର କରିବାକୁ ପଡ଼ୁଛି। କରଡ଼ାଗାଡ଼ିଆ ପୌରପାଳିକା ଅଧୀନରେ ଆସୁନାହିଁ। ତେଣୁ ସେଠାରେ ଆଦର୍ଶ ଶ୍ମଶାନ କଲେ ସରକାରଙ୍କୁ ଅନୁମତି ମାଗିବାକୁ ପଡ଼ିବ। ଅନୁମତି ମିଳିବା ପରେ ଆଦର୍ଶ ଶ୍ମଶାନ ନିର୍ମାଣ ହେବ। ଏହାପରେ ସେଠାରେ ବିଦ୍ୟୁତ୍‌ ଚୁଲାର ବ୍ୟବସ୍ଥା କରାଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ଡବଲ ଇଞ୍ଜିନ ସରକାର କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଝାରସୁଗୁଡ଼ା,୨୪ା୪ (ସଞ୍ଜୟ ମାଲି):ଝାରସୁଗୁଡା ଜିଲା ଲଇକେରା ବ୍ଲକରେ ମଙ୍ଗଳବାର ଭାଜପା ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଲଇକେରା ବିଜେଡି ମହିଳା ନେତ୍ରୀ...

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri