ଜିଲା ପରିଷଦ ସଭ୍ୟାଙ୍କ ସଭ୍ୟପଦ ରଦ୍ଦ: ସାନି ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଲେ ଜିଲା ଦୌରାଜଜ୍‌

ଯାଜପୁର ଟାଉନ,୧୧।୧୨(ଡି.ଏନ୍‌.ଏ.)- ଯାଜପୁର ଜିଲା କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୩ ନଂ ଜୋନ୍‌ରୁ ନିର୍ବାଚିତ ବିଜେଡି ସଭ୍ୟା ଝରଣା ରାଉତଙ୍କ ସଭ୍ୟପଦ ରଦ୍ଦ ହୋଇଛି। ଯାଜପୁର ଜିଲା ଦୌରାଜଜ୍‌ ବିରଞ୍ଚତ୍ ନାରାୟଣ ମିଶ୍ର ଗତ ୫ତାରିଖରେ ଏନେଇ ରାୟ ପ୍ରକାଶ କରିଛନ୍ତି। ୩ସନ୍ତାନର ଜନନୀ ହୋଇଥିବାରୁ ଝରଣାଙ୍କୁ ଆଇନ ଅନୁଯାୟୀ ଅଯୋଗ୍ୟ ଘୋଷଣା କରିବା ସହ ସଭ୍ୟପଦ ପୂରଣ ପାଇଁ ପୂନଃ ନିର୍ବାଚନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯେ, ଓଡ଼ିଶା ଜିଲା ପରିଷଦ ଆଇନ ଅନୁଯାୟୀ ସଦସ୍ୟା ଝରଣାଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ତାଙ୍କର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ଜୟଶ୍ରୀ ସାହୁ ଓ କଂଗ୍ରେସ ପ୍ରାର୍ଥୀ ରୀତା ମିଶ୍ର ଯାଜପୁର ଜିଲା ଦୌରାଜଜ୍‌ଙ୍କ ଅଦାଲତରେ ପୃଥକ୍‌ ପୃଥକ୍‌ ମାମଲା ଦାୟର କରିଥିଲେ।
ମିଳିଥିବା ସୂଚନା ଅନୁସାରେ ଜିଲାପରିଷଦ ନିର୍ବାଚନରେ ୩୩ନଂ ଜୋନ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟରେ ଝରଣା ରାଉତ ତାଙ୍କର ୩ଟି ସନ୍ତାନ ଥିବା ତଥ୍ୟ ଲୁଚାଇ ଥିବା ଜଣାପଡ଼ିବା ପରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଜୟଶ୍ରୀ ଓ ରୀତା ପ୍ରଥମେ ଜିଲା ନିର୍ବାଚନ ଅଧିକାରୀ ତଥା ଯାଜପୁର ଉପ-ଜିଲାପାଳଙ୍କ ନିକଟରେ ୧୮।୧।୨୦୧୭ରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ନିର୍ବାଚନ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ତାଙ୍କର ପ୍ରାର୍ଥୀପତ୍ର କାଏମ ରଖିଥିଲେ। ୨୧।୧।୨୦୧୭ରେ ନିର୍ବାଚନ ହୋଇଥିଲା ଏବଂ ବିଜେଡି ପ୍ରାର୍ଥୀ ଭାବରେ ଝରଣା ସର୍ବାଧିକ ଭୋଟ ପାଇ ବିଜୟ ହୋଇଥିଲେ। ପରେ ୧୦।୩।୨୦୧୭ରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦୁଇଟି ନିର୍ବାଚନୀ ମାମଲା ଯାଜପୁର ଜିଲା ଦୌରାଜଜ୍‌ଙ୍କ ଅଦାଲତରେ ରୁଜୁ କରିଥିଲେ। ନାମାଙ୍କନପତ୍ର ଯାଞ୍ଚ ବେଳେ ପ୍ରାର୍ଥୀଙ୍କ ବିରୋଧରେ ଉଠିଥିବା ଅଭିଯୋଗର ତଦନ୍ତ କରାଯାଇ ସତ୍ୟ ସ୍ପଷ୍ଟ କରାଯିବା ନିର୍ବାଚନ ଅଧିକାରୀଙ୍କ କ୍ଷମତା ପରିସରଭୁକ୍ତ ହୋଇଥିଲେ ମଧ୍ୟ ଏକ୍ଷେତ୍ରରେ ତାଙ୍କର ନିରବତାକୁ ଅଦାଲତ ତାଙ୍କ ରାୟରେ ନାପସନ୍ଦ କରିଛନ୍ତି। ଏଥିସହ ଝରଣା ତାଙ୍କର ଦ୍ୱିତୀୟ କନ୍ୟାକୁ ଅନ୍ୟର କନ୍ୟା ବୋଲି ଦର୍ଶାଇଥିବା ପ୍ରମାଣ ଅଦାଲତ ପାଇଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିବା ରାୟରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। ମାମଲାରେ ଜୟଶ୍ରୀଙ୍କ ପକ୍ଷରୁ ଦାଖଲ ୨୮ଟି ପ୍ରମାଣଯୋଗ୍ୟ ଦଲିଲ ଅଦାଲତ ଗ୍ରହଣ କରିବା ସହ ୧୧ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ। ସେହିପରି ପ୍ରତିପକ୍ଷ ଝରଣାଙ୍କ ପକ୍ଷରୁ ୩ଟି ଦଲିଲ ଓ ତିନି ଜଣ ସାକ୍ଷୀଙ୍କ ବୟାନ ଲିପିବଦ୍ଧ କରିଥିଲେ। ଅପରପକ୍ଷରେ ଜିଲାଜଜ୍‌ଙ୍କ ଏହି ରାୟକୁ ଅସାମ୍ବିଧାନିକ ବୋଲି ଦର୍ଶାଇବା ସହ ରାୟର ବିରୋଧରେ ଉପର କୋର୍ଟର ଆଶ୍ରୟ ନେବେ ବୋଲି ଝରଣା କହିଛନ୍ତି। ପ୍ରକାଶ ଯେ, ଝରଣା ଏବଂ ତାଙ୍କ ସ୍ବାମୀ ଅଦୈତ ରାଉତ ସେମାନଙ୍କ ଜନ୍ମିତ କନ୍ୟାର ଅଭିଭାବକତ୍ୱ ନିଜ ବଡ଼ବାପାଙ୍କ ପୁଅ ଅରୁଣ ରାଉତ ଓ ତାଙ୍କ ପତ୍ନୀ ସୁବାସିନୀ ପହିଙ୍କ ନଁାରେ ଦୀର୍ଘ ୮ବର୍ଷ ତଳୁ ଜାଲ୍‌ ଦଲିଲ ଆକାରରେ କରାଇଥିବା ସ୍ପଷ୍ଟ ପ୍ରମାଣ ଅଦାଲତ ପାଇଥିବା ଉଲ୍ଲେଖ କରିଛନ୍ତି। ଯେଉଁମାନଙ୍କ ନଁାରେ ଏହି ଦ୍ୱିତୀୟ ସନ୍ତାନକୁ ସରକାରୀ ନଥିଭୁକ୍ତ କରାଯାଇଛି ସେମାନେ ଦୁହେଁ ସରକାରୀ ସେବାରେ ଅବସ୍ଥାପିତ। କେରାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସେବିକା ଭାବରେ ଅବସ୍ଥାପିତ ସୁବାସିନୀ ତାଙ୍କର ସେବା ପୁସ୍ତିକାରେ ତାଙ୍କର ଦୁଇ କନ୍ୟା ସନ୍ତାନ ଥିବା ଦର୍ଶାଇଛନ୍ତି। ତେଣୁ ସେମାନଙ୍କ ନାମରେ ତୃତୀୟ କନ୍ୟା ସନ୍ତାନ ସରକାରୀ ଦଲିଲରେ ଦରଜ କରାଯିବା ଏକ ଜଘନ୍ୟ ଅପରାଧ ବୋଲି କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri