ଜିଡିପି ଅନୁମାନ ହ୍ରାସ କଲା ଆର୍‌ବିଆଇ

ମୁମ୍ବାଇ,୮-୮: ଦେଶର ଅର୍ଥନୀତିକୁ ମାନ୍ଦାବସ୍ଥା ଘାରିଛି ବୋଲି ସ୍ବୀକାର କରି ରିଜର୍ଭ ବ୍ୟାଙ୍କ ଜିଡିପି ଅନୁମାନକୁ ହ୍ରାସ କରିଛି। ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ୬.୯ ପ୍ରତିଶତ ରହିବ ବୋଲି ଆର୍‌ବିଆଇ ଅନୁମାନ କରିଛି।
ଏମ୍‌ପିସି ବୈଠକ ଶେଷରେ ଆର୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଜିଡିପି ଅଭିବୃଦ୍ଧି ୫.୮ରୁ ୬.୬ ପ୍ରତିଶତ ଏବଂ ଦ୍ୱିତୀୟାର୍ଦ୍ଧରେ ଏହା ୭.୩ରୁ ୭.୫ ପ୍ରତିଶତ ମଧ୍ୟରେ ରହିବାର ସମ୍ଭାବନା ରହିଛି। ବିଭିନ୍ନ କାରଣରୁ ଏହା ନିମ୍ନଗାମୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଜାରି ବିବୃତିରେ କୁହାଯାଇଛି। ଏଥିପୂର୍ବରୁ ଜୁନ୍‌ ବୈଠକରେ ରିଜର୍ଭ ବ୍ୟାଙ୍କ ଦେଶର ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତରୁ ୭ ପ୍ରତିଶତକୁ ହ୍ରାସ କରିଥିଲା। ଏମ୍‌ପିସି ପକ୍ଷରୁ କୁହାଯାଇଛି ଯେ, ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ମୌସୁମୀ ବର୍ଷା ହାରହାରି ୬ ପ୍ରତିଶତ କମ ହୋଇଛି। ଏହି କାରଣରୁ ଖରିଫ ଫସଲ ବୁଣାବୁଣି ଗତ ବର୍ଷ ତୁଳନାରେ ୬.୬% କମ ହୋଇଛି। ଆର୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, ମାନୁଫାକ୍‌ଚରିଂ ଓ ମାଇନିଂରେ ଉତ୍ପାଦନ ହ୍ରାସ କାରଣରୁ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି) କମିଛି। କ୍ୟାପିଟାଲ ଗୁଡ୍ସ ଓ କଞ୍ଜ୍ୟୁମର ଡ୍ୟୁରେବଲ୍‌ ଉତ୍ପାଦନ ହ୍ରାସ ପାଇଛି। ତେବେ କଞ୍ଜ୍ୟୁମର ନନ୍‌ ଡ୍ୟୁରେବଲ୍‌ ଉତ୍ପାଦନ ବଢ଼ିଛି। ସର୍ଭିସ ସେକ୍ଟରରେ ମେ-ଜୁନ୍‌ରେ ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି। ଗାଡ଼ି ବିକ୍ରି କମିବା କାରଣରୁ ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଦେଖାଯିବା ଚିନ୍ତାଜନକ। ସହରରେ କାର୍‌, ଗ୍ରାମାଞ୍ଚଳରେ ଟ୍ରାକ୍ଟର ଓ ବାଇକ ବିକ୍ରି କମିବାରେ ଲାଗିଛି।

କମିବ ଇଏମ୍‌ଆଇ
ଆର୍‌ବିଆଇ ପକ୍ଷରୁ ରେପୋ ରେଟ ହ୍ରାସ କରାଯିବା ପରେ ସମସ୍ତ ପ୍ରକାର ଋଣ ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ। କାରଣ ବ୍ୟାଙ୍କ ପକ୍ଷରୁ ଋଣ ଉପରେ ସୁଧ ହାର ହ୍ରାସ କରିବାକୁ ବାଧ୍ୟ ରହିବେ। ତେବେ ସବୁ ବ୍ୟାଙ୍କ ଏହି ଲାଭ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ରୂପେ ଦେଇନାହାନ୍ତି ବୋଲି ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। ସୁଧ ହାର ହ୍ରାସ ହେଲେ ଗୃହ, କାର୍‌, ପାଠ ପଢ଼ା ଋଣ ସମେତ ସମସ୍ତ ପ୍ରକାର ଋଣ ଶସ୍ତା ହୋଇଯିବ। କାରଣ ବ୍ୟାଙ୍କଗୁଡ଼ିକର ମାର୍ଜିନାଲ କଷ୍ଟ ବେଷ୍ଟଡ ଲେଣ୍ଡିଂ ରେଟ୍‌(ଏମ୍‌ସିଏଲ୍‌ଆର୍‌) କମିଯିବ। ଗଭର୍ନର ଦାସ କହିଛନ୍ତି ଯେ, ଟ୍ରେଡ ଓ୍ବାର୍‌, ବିଶ୍ୱ ଆର୍ଥିକ କ୍ଷେତ୍ରରେ ଧିମାପଣର ପ୍ରଭାବ ଭାରତର ଅର୍ଥନୀତି ଉପରେ ପଡିବା ଆରମ୍ଭ ହୋଇଛି। ଦେଶରେ ନିର୍ମାଣ ଶିଳ୍ପ ଧିମା ହୋଇଥିଲେ ସୁଦ୍ଧା ଖାଦ୍ୟ ତଥା ତୈଳକୁ ଛାଡ଼ି ଦେଲେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି। ମାନ୍ଦାବସ୍ଥାରୁ ବାହାରିବାକୁ ହେଲେ ଘରୋଇ ନିବେଶ, ଚାହିଦା ବୃଦ୍ଧିକୁ ପ୍ରାଥମିକତା ଦେବାକୁ ହେବ। ଏହାଛଡ଼ା ଏମ୍‌ଏମ୍‌ଏମ୍‌ଇଙ୍କ ଲାଗି ଋଣ ସୀମାକୁ ୧୫ରୁ ୨୦ ପ୍ରତିଶତକୁ ବୃଦ୍ଧି କରାଯିବା ଆବଶ୍ୟକ। ନିବେଶ ବୃଦ୍ଧି ଲାଗି ଏମ୍‌ଏସ୍‌ଏମ୍‌ଇଙ୍କ ଲାଗି ୨୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଋଣ ପ୍ରଦାନ କରିବାକୁ ପ୍ରାଥମିକତା ଦେବାକୁ ହେବ ବୋଲି ସେ କହିଛନ୍ତି।

ଖୁଚୁରା ମୁଦ୍ରାସ୍ଫୀତି ଅନୁମାନ ହ୍ରାସ
ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୦ର ପ୍ରଥମ ୬ ମାସ ଲାଗି ଖୁଚୁରା ମୁଦ୍ରାସ୍ଫୀତି ୩.୫ରୁ ୩.୭ ପ୍ରତିଶତ ରହିବ ବୋଲି ଅନୁମାନ କରିଥିବା ବେଳେ ଦ୍ୱିତୀୟ ୬ ମାସରେ ଏହା ୩.୧% ରହିବ ବୋଲି କହିଛି।
ବ୍ୟାଙ୍କ ଦେଇଛନ୍ତି ୨୯% ଫାଇଦା
ଆର୍‌୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, କେନ୍ଦ୍ରୀୟ ବ୍ୟାଙ୍କ ତିନି ଥରରେ ୦.୭୫ ପ୍ରତିଶତ ରେପୋ ରେଟ୍‌ ହ୍ରାସ କରିଥିବା ବେଳେ ବ୍ୟାଙ୍କଗୁଡ଼ିକ ଏହାର ସମ୍ପୂର୍ଣ୍ଣ ଫାଇଦା ଗ୍ରାହକଙ୍କୁ ଦେଇନାହାନ୍ତି। ସେମାନେ ଅଦ୍ୟାବଧି ମାତ୍ର ୨୯ ପ୍ରତିଶତ ଲାଭ ଦେଇଛନ୍ତି। ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କୁ ପୁରା ଫାଇଦା ଦେବାକୁ ଦାସ ଆହ୍ବାନ ଦେଇଛନ୍ତି। ଶସ୍ତା ଋଣ ନିବେଶ ବଢ଼ାଇବା ଏବଂ ଅର୍ଥନୀତି ଅଭିବୃଦ୍ଧିରେ ସହାୟତା କରିପାରିବ। ତେବେ ବ୍ୟାଙ୍କଗୁଡ଼ିକ କେତେ ପରିମାଣରେ ଫାଇଦା ଗ୍ରାହକଙ୍କୁ ଦେବାକୁ ଚାହୁଁଛନ୍ତି, ତାହା ସେମାନଙ୍କ ଉପରେ ନିର୍ଭର କରିବ ବୋଲି ଦାସ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟରୁ ଉଠାଇପାରିବେ ୧୦ହଜାର ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ କାର୍ଯ୍ୟକାଳର ସବୁଠାରୁ ଲୋକପ୍ରିୟ ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଜନ ଧନ (ପ୍ରଧାନମନ୍ତ୍ରୀ ଜନ ଧନ) ଆକାଉଣ୍ଟ। ଏହି ଯୋଜନା…

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

Railways fare Alert: ରେଲେଓ଼୍ବ ଏହି ୧୦ଟି ଟ୍ରେନର ଭଡାରେ କଲା ପରିବର୍ତ୍ତନ, ଯାତ୍ରା କରିବା ପୂର୍ୱରୁ ଜାଣି ନିଅନ୍ତୁ ଜରୁରୀ ଖବର…

ନୂଆଦିଲ୍‌ଲୀ,୨୦।୨:ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ଏହି ଖବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରାସଙ୍ଗିକ। ରେଳବାଇ 10ଟି ଟ୍ରେନରେ ଭଡା…

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri