ଜମ୍ମୁ-କଶ୍ମୀରକୁ ମିଳିବ ୧ ଲକ୍ଷ କୋଟିର ପ୍ୟାକେଜ

ନୂଆଦିଲ୍ଲୀ,୮-୮: କେନ୍ଦ୍ର ସରକାର ପାର୍ଲାମେଣ୍ଟ ଜରିଆରେ ଅନୁଚ୍ଛେଦ ୩୭୦କୁ ପ୍ରତ୍ୟାହାର କରିନେବା ପରେ ଜମ୍ମୁ-କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିବର୍ତ୍ତନ କରିଛନ୍ତି। ତେବେ ଏହି ଦୁଇ ଅଞ୍ଚଳକୁ ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଦେଇ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ କରିବା ଲାଗି ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍‌ଶୀଘ୍ର ଘୋଷଣା କରିବେ।
ପିଡିପି-ଭାଜପା ମେଣ୍ଟ ସରକାର ଭାଙ୍ଗିବା ପରେ ଜମ୍ମୁ-କଶ୍ମୀରରେ ଏବେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ତେବେ ଏହି ଦୁଇଟି ଅଞ୍ଚଳର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ହୋଇପଡିଛି। ତେବେ ବିଳମ୍ବରେ ହେଲେ ମଧ୍ୟ ଆର୍ଥିକ ଦୃଷ୍ଟିରୁ ସେମାନଙ୍କୁ ଦେଶର ମୁଖ୍ୟଧାରାକୁ ଆଣିବା ଏବେ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ରହିଛି। ଏଥିପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ୨୦୧୫ ନଭେମ୍ବର ୭ରେ କଶ୍ମୀରର ବିକାଶ ପାଇଁ ଏକ ବିକାଶ ଏଜେଣ୍ଡା ଘୋଷଣା କରିଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ରାଜ୍ୟର ଅଭିବୃଦ୍ଧି ପାଇଁ ୮୦,୦୬୮ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହି ପାଣ୍ଠିର ଦୁଇ-ତୃତୀୟାଂଶ ଅର୍ଥ ଏବେ ସୁଦ୍ଧା ଖର୍ଚ୍ଚ ହୋଇପାରିନାହିଁ। ଏହି କାରଣରୁ ପ୍ରକଳ୍ପଗୁଡ଼ିକୁ ଠିକ୍‌ ଭାବେ କ୍ରିୟାନ୍ବୟନ କରାଯାଇନାହିଁ। ଜଣେ ଅଧିକାରୀ କହିଛନ୍ତି ଯେ, କଶ୍ମୀରକୁ ଭାରତୀୟ ଉପମହାଦ୍ୱୀପରେ ସୁଇଜରଲାଣ୍ଡ ଭଳି ନିର୍ମାଣ କରିବାକୁ କେନ୍ଦ୍ର ଚାହୁଁଛି। ଏଥିଲାଗି ପର୍ଯ୍ୟଟନ, ଉଦ୍ୟାନ, ରେଶମ ପାଳନ, ଫୁଡ୍‌ ପ୍ରୋସେସିଂ ଆଦି ସେକ୍ଟରର ବିକାଶ କରାଯିବ। ଏହାଛଡ଼ା ହସ୍ତଶିଳ୍ପ ଓ ଅନ୍ୟ କମ୍‌ ପ୍ରଦୂଷଣଯୁକ୍ତ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରାଯିବ। ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଜମ୍ମ-କଶ୍ମୀରରେ ନିବେଶ କରିବାକୁ ନିର୍ଦ୍ଦେଶ ଦିଆଯାଇପାରେ। କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ଉଦୟ କୋଟାକ କହିଛନ୍ତି ଯେ, ସରକାର ଓ ଉଦ୍ୟୋଗ ଜଗତର ସମନ୍ବିତ ପ୍ରୟାସରେ ଏହି ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ। ସେଠାରେ ଜଳବିଦ୍ୟୁତ ଯୋଜନା ଓ ସୌର ଶକ୍ତି ବିକାଶର ଅଧିକ ସମ୍ଭାବନା ରହିଛି। ସୂଚନାଥାଉ କି, ଜମ୍ମୁ-କଶ୍ମୀରର ଅର୍ଥନୀତି ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ସହାୟତା ଉପରେ ନିର୍ଭରଶୀଳ। ସେଠାକାର ଆଦାୟ ହେଉଥିବା ମୋଟ ରାଜସ୍ବର ଅର୍ଦ୍ଧେକ କେନ୍ଦ୍ରରୁ ଆସିଥାଏ। ଗତ ୫ ବର୍ଷରେ ମାତ୍ର ୧୦ ପ୍ରତିଶତ ବିକାଶ ହାର ଦେଖିବାକୁ ମିଳିଛି। ଏହା ବେସ୍‌ ରେଟ୍‌ ଠାରୁ ଅନେକ କମ୍‌। ଏଠାକାର ଅର୍ଥନୀତି ମୁଖ୍ୟତଃ କୃଷି, ହସ୍ତଶିଳ୍ପ ଓ ସେବା ଉପରେ ନିର୍ଭରଶୀଳ। ଆର୍ଥିକ ସର୍ବେକ୍ଷଣରୁ ଜଣାପଡିଛି ଯେ, ପର୍ଯ୍ୟଟନ, ହସ୍ତଶିଳ୍ପ, ରେଶମ ଉତ୍ପାଦନ, ହ୍ୟାଣ୍ଡଲୁମ୍‌, ଉଦ୍ୟାନ, ଫୁଡ୍‌ ପ୍ରୋସେସିଂ ଓ କୃଷି କ୍ଷେତ୍ରରୁ ଅଧିକ ରାଜସ୍ବ ମିଳୁଥିଲେ ସୁଦ୍ଧା ଜିଡିପିର ମାତ୍ର ୦.୯ ପ୍ରତିଶତ ଶିଳ୍ପର ବିକାଶରେ ଖର୍ଚ୍ଚ କରାଯାଉଛି। ରାଜ୍ୟର ମାନୁଫାକ୍‌ଚରିଂ ଗତିବିଧି କେବଳ କୃଷି ଓ ହସ୍ତଶିଳ୍ପ ଆଧାରିତ ଭିତରେ ସୀମିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri