ଜିଡିପି ଅନୁମାନ ହ୍ରାସ କଲା ଆର୍‌ବିଆଇ

ମୁମ୍ବାଇ,୮-୮: ଦେଶର ଅର୍ଥନୀତିକୁ ମାନ୍ଦାବସ୍ଥା ଘାରିଛି ବୋଲି ସ୍ବୀକାର କରି ରିଜର୍ଭ ବ୍ୟାଙ୍କ ଜିଡିପି ଅନୁମାନକୁ ହ୍ରାସ କରିଛି। ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ୬.୯ ପ୍ରତିଶତ ରହିବ ବୋଲି ଆର୍‌ବିଆଇ ଅନୁମାନ କରିଛି।
ଏମ୍‌ପିସି ବୈଠକ ଶେଷରେ ଆର୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଜିଡିପି ଅଭିବୃଦ୍ଧି ୫.୮ରୁ ୬.୬ ପ୍ରତିଶତ ଏବଂ ଦ୍ୱିତୀୟାର୍ଦ୍ଧରେ ଏହା ୭.୩ରୁ ୭.୫ ପ୍ରତିଶତ ମଧ୍ୟରେ ରହିବାର ସମ୍ଭାବନା ରହିଛି। ବିଭିନ୍ନ କାରଣରୁ ଏହା ନିମ୍ନଗାମୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଜାରି ବିବୃତିରେ କୁହାଯାଇଛି। ଏଥିପୂର୍ବରୁ ଜୁନ୍‌ ବୈଠକରେ ରିଜର୍ଭ ବ୍ୟାଙ୍କ ଦେଶର ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତରୁ ୭ ପ୍ରତିଶତକୁ ହ୍ରାସ କରିଥିଲା। ଏମ୍‌ପିସି ପକ୍ଷରୁ କୁହାଯାଇଛି ଯେ, ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ମୌସୁମୀ ବର୍ଷା ହାରହାରି ୬ ପ୍ରତିଶତ କମ ହୋଇଛି। ଏହି କାରଣରୁ ଖରିଫ ଫସଲ ବୁଣାବୁଣି ଗତ ବର୍ଷ ତୁଳନାରେ ୬.୬% କମ ହୋଇଛି। ଆର୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, ମାନୁଫାକ୍‌ଚରିଂ ଓ ମାଇନିଂରେ ଉତ୍ପାଦନ ହ୍ରାସ କାରଣରୁ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି) କମିଛି। କ୍ୟାପିଟାଲ ଗୁଡ୍ସ ଓ କଞ୍ଜ୍ୟୁମର ଡ୍ୟୁରେବଲ୍‌ ଉତ୍ପାଦନ ହ୍ରାସ ପାଇଛି। ତେବେ କଞ୍ଜ୍ୟୁମର ନନ୍‌ ଡ୍ୟୁରେବଲ୍‌ ଉତ୍ପାଦନ ବଢ଼ିଛି। ସର୍ଭିସ ସେକ୍ଟରରେ ମେ-ଜୁନ୍‌ରେ ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି। ଗାଡ଼ି ବିକ୍ରି କମିବା କାରଣରୁ ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଦେଖାଯିବା ଚିନ୍ତାଜନକ। ସହରରେ କାର୍‌, ଗ୍ରାମାଞ୍ଚଳରେ ଟ୍ରାକ୍ଟର ଓ ବାଇକ ବିକ୍ରି କମିବାରେ ଲାଗିଛି।

କମିବ ଇଏମ୍‌ଆଇ
ଆର୍‌ବିଆଇ ପକ୍ଷରୁ ରେପୋ ରେଟ ହ୍ରାସ କରାଯିବା ପରେ ସମସ୍ତ ପ୍ରକାର ଋଣ ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ। କାରଣ ବ୍ୟାଙ୍କ ପକ୍ଷରୁ ଋଣ ଉପରେ ସୁଧ ହାର ହ୍ରାସ କରିବାକୁ ବାଧ୍ୟ ରହିବେ। ତେବେ ସବୁ ବ୍ୟାଙ୍କ ଏହି ଲାଭ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ରୂପେ ଦେଇନାହାନ୍ତି ବୋଲି ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। ସୁଧ ହାର ହ୍ରାସ ହେଲେ ଗୃହ, କାର୍‌, ପାଠ ପଢ଼ା ଋଣ ସମେତ ସମସ୍ତ ପ୍ରକାର ଋଣ ଶସ୍ତା ହୋଇଯିବ। କାରଣ ବ୍ୟାଙ୍କଗୁଡ଼ିକର ମାର୍ଜିନାଲ କଷ୍ଟ ବେଷ୍ଟଡ ଲେଣ୍ଡିଂ ରେଟ୍‌(ଏମ୍‌ସିଏଲ୍‌ଆର୍‌) କମିଯିବ। ଗଭର୍ନର ଦାସ କହିଛନ୍ତି ଯେ, ଟ୍ରେଡ ଓ୍ବାର୍‌, ବିଶ୍ୱ ଆର୍ଥିକ କ୍ଷେତ୍ରରେ ଧିମାପଣର ପ୍ରଭାବ ଭାରତର ଅର୍ଥନୀତି ଉପରେ ପଡିବା ଆରମ୍ଭ ହୋଇଛି। ଦେଶରେ ନିର୍ମାଣ ଶିଳ୍ପ ଧିମା ହୋଇଥିଲେ ସୁଦ୍ଧା ଖାଦ୍ୟ ତଥା ତୈଳକୁ ଛାଡ଼ି ଦେଲେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି। ମାନ୍ଦାବସ୍ଥାରୁ ବାହାରିବାକୁ ହେଲେ ଘରୋଇ ନିବେଶ, ଚାହିଦା ବୃଦ୍ଧିକୁ ପ୍ରାଥମିକତା ଦେବାକୁ ହେବ। ଏହାଛଡ଼ା ଏମ୍‌ଏମ୍‌ଏମ୍‌ଇଙ୍କ ଲାଗି ଋଣ ସୀମାକୁ ୧୫ରୁ ୨୦ ପ୍ରତିଶତକୁ ବୃଦ୍ଧି କରାଯିବା ଆବଶ୍ୟକ। ନିବେଶ ବୃଦ୍ଧି ଲାଗି ଏମ୍‌ଏସ୍‌ଏମ୍‌ଇଙ୍କ ଲାଗି ୨୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଋଣ ପ୍ରଦାନ କରିବାକୁ ପ୍ରାଥମିକତା ଦେବାକୁ ହେବ ବୋଲି ସେ କହିଛନ୍ତି।

ଖୁଚୁରା ମୁଦ୍ରାସ୍ଫୀତି ଅନୁମାନ ହ୍ରାସ
ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୦ର ପ୍ରଥମ ୬ ମାସ ଲାଗି ଖୁଚୁରା ମୁଦ୍ରାସ୍ଫୀତି ୩.୫ରୁ ୩.୭ ପ୍ରତିଶତ ରହିବ ବୋଲି ଅନୁମାନ କରିଥିବା ବେଳେ ଦ୍ୱିତୀୟ ୬ ମାସରେ ଏହା ୩.୧% ରହିବ ବୋଲି କହିଛି।
ବ୍ୟାଙ୍କ ଦେଇଛନ୍ତି ୨୯% ଫାଇଦା
ଆର୍‌୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, କେନ୍ଦ୍ରୀୟ ବ୍ୟାଙ୍କ ତିନି ଥରରେ ୦.୭୫ ପ୍ରତିଶତ ରେପୋ ରେଟ୍‌ ହ୍ରାସ କରିଥିବା ବେଳେ ବ୍ୟାଙ୍କଗୁଡ଼ିକ ଏହାର ସମ୍ପୂର୍ଣ୍ଣ ଫାଇଦା ଗ୍ରାହକଙ୍କୁ ଦେଇନାହାନ୍ତି। ସେମାନେ ଅଦ୍ୟାବଧି ମାତ୍ର ୨୯ ପ୍ରତିଶତ ଲାଭ ଦେଇଛନ୍ତି। ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କୁ ପୁରା ଫାଇଦା ଦେବାକୁ ଦାସ ଆହ୍ବାନ ଦେଇଛନ୍ତି। ଶସ୍ତା ଋଣ ନିବେଶ ବଢ଼ାଇବା ଏବଂ ଅର୍ଥନୀତି ଅଭିବୃଦ୍ଧିରେ ସହାୟତା କରିପାରିବ। ତେବେ ବ୍ୟାଙ୍କଗୁଡ଼ିକ କେତେ ପରିମାଣରେ ଫାଇଦା ଗ୍ରାହକଙ୍କୁ ଦେବାକୁ ଚାହୁଁଛନ୍ତି, ତାହା ସେମାନଙ୍କ ଉପରେ ନିର୍ଭର କରିବ ବୋଲି ଦାସ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri