ଜି.ଉଦୟଗିରି ବ୍ଲକରେ ୪୦୦ ଅସହାୟଙ୍କୁ ରନ୍ଧା ଖାଦ୍ୟ, ୧୬୫ ପ୍ରବାସୀ ଶ୍ରମିକଙ୍କୁ ସାମଗ୍ରୀ ଯୋଗାଉଛି ପ୍ରଶାସନ

ଜି.ଉଦୟଗିରି, ୧୬।୪ (ଡି.ଏନ୍‌.ଏ.): କରୋନା ମୁକାବିଲା ପାଇଁ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଏଥିଯୋଗୁ ଗରୀବ, ଅସହାୟ, ଓ ଫସି ରହିଥିବା ବାହାର ରାଜ୍ୟର ଶ୍ରମିକ ମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଜି .ଉଦୟଗିରି ବ୍ଲକର ୮ ଟି ପଞ୍ଚାୟତରେ ୪୦୦ ଅସହାୟ ଲୋକଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ରନ୍ଧା ଖାଦ୍ୟ ଯୋଗାଯାଉଛି । ବ୍ଲକ ଅଞ୍ଚଳରେ ଫସି ରହିଥିବା ବାହାର ରାଜ୍ୟର ୧୬୫ ଜଣଙ୍କୁ ରାନ୍ଧି ଖାଇବା ପାଇଁ ଚାଉଳ, ଡାଲି, ତେଲ, ଓ ଆବଶ୍ୟକ ରୋଷେଇ ସାମଗ୍ରୀ ଯୋଗାଇ ଦିଆଯାଇଛି ବୋଲି ଜି ଉଦୟଗିରି ବିଡିଓ ଶାନ୍ତନୁ କୁମାର ନାୟକ କହିଛନ୍ତି। ନୋଡାଲ ଅଫିସର ପ୍ରଶାନ୍ତ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନ ଓ ଜ୍ୟୋତି ପ୍ରକାଶ ସାହୁ, ଜଗନ୍ନାଥ ରଥ, ଶ୍ୟାମଳ ବେହେରା ଏସବୁ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । କୋଭିଡ ମୁକାବିଲା ପାଇଁ ବ୍ଲକର ପ୍ରତ୍ୟକ ପଞ୍ଚାୟତରେ ୫୦ଟି ଲେଖାଏ ଶଯ୍ୟା ପକାଯାଇ ଅସ୍ଥାୟୀ କୋଭିଡ ୱାର୍ଡ କରାଯାଇଛି ବୋଲି ଦାୟିତ୍ୱରେ ଥିବା କର୍ମଚାରୀ ଜଗନ୍ନାଥ ରଥ ସୂଚନା ଦେଇ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ବୃଦ୍ଧ, କଚାଡ଼ି ମାରିଦେଲା

ମୋରଡା,୧୪।୬(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକରେ ବର୍ଷ ତମାମ ହାତୀ ଉପଦ୍ରଵ ଲାଗି ରହିଥିବା ବେଳେ ଦିନକୁ ଦିନ ଧନଜୀବନ କ୍ଷୟକ୍ଷତି ବୃଦ୍ଧି ପାଉଥିବାର ଦେଖିବାକୁ…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

କୁଆଁରମୁଣ୍ଡା,୧୪।୬(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଦୁମକିଶିହିରିଆ ଗ୍ରାମ ନିକଟସ୍ଥ ଏକ ପୋଖରୀରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

ପହିଲି ରଜରେ ଅଘଟଣ: ବଜ୍ରପାତରେ ଚାଲିଗଲା ବାପା-ମା’ଙ୍କର ଏକମାତ୍ର ପୁଅର ଜୀବନ

ରାଜନଗର,୧୪ା୬(ଭାସ୍କର ରାଉତରାୟ): ପହିଲି ରଜରେ ଅଘଟଣ। ବଜ୍ରପାତରେ ଚାଲିଗଲା ବାପା-ମା’ଙ୍କର ଏକମାତ୍ର ପୁଅର ଜୀବନ। ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଘଡ଼ିଆମାଳ ଗାଁର ଦୈତାରୀ…

ରଜରେ ବଡ଼ ଅଘଟଣ; ୨ ଘଣ୍ଟା ବ୍ୟବଧାନରେ ୨ ଦୁର୍ଘଟଣା, କେନ୍ଦୁଝରରେ ୫ ମୃତ

କେନ୍ଦୁଝର,୧୪।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ପ୍ରଥମ ରଜ ପାଇଁ ଚାରିଆଡ଼େ ଉତ୍ସବର ପରିବେଶ ରହିଥିବା ବେଳେ କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ଏନଏଚ ୪୯ ରେ…

ଦାମୀଗାଡ଼ିରେ ଗଞ୍ଜେଇ ଚାଲାଣ, ପାଟ୍ରୋଲିଂବେଳେ ଦୁଇ ଅଭିଯୁକ୍ତଙ୍କୁ…

ବଲାଙ୍ଗୀର,୧୪ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଅବକାରୀ ବିଭାଗ ରବିବାର ଭୋରରୁ ତୁଷୁରା-ଆଟଗାଁ ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ ଏକ ଧଳା ରଙ୍ଗର ଦାମୀ ଥାର ଗାଡ଼ିରେ ଚାଲାଣ ହେଉଥିବା…

ବଜ୍ରପାତରେ ୪ ନାବାଳକ ଆହତ, ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ଲାଞ୍ଜିଗଡ଼,୧୪ା୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ କୁନାକାଡୁ ଗ୍ରାମର ୪ ଜଣ ନାବାଳକ ବଜ୍ରପାତରେ ଆହତ…

ଗଞ୍ଜାମରୁ ସୋମନାଥ ମନ୍ଦିର ଯାତ୍ରା: ଶୁଭାରମ୍ଭ କଲେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୪।୬ (ଦିଲ୍ଲୀପ ସାମଲ): ‘ସୋମନାଥ ସ୍ୱାଭିମାନ ଯାତ୍ରା’ ଅଭିଯାନରେ ଗଞ୍ଜାମ ଜିଲାର ୫୨ ଜଣ ତୀର୍ଥଯାତ୍ରୀ ଶନିବାର ଛତ୍ରପୁର ନୂଆ ବସ୍‌ଷ୍ଟାଣ୍ଡରୁ ଗୁଜରାଟସ୍ଥିତ ପବିତ୍ର ସୋମନାଥ…

ଡାକ୍ତରଖାନା ପାଇଖାନାରେ ନବଜାତ ଶିଶୁକନ୍ୟାର ମୃତଦେହ, କିଏ ସେ ଅଜଣା ମହିଳା ଯିଏ…

ବଞ୍ଚୋ,୧୪ା୬(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାର ମହିଳା ଓ୍ବାର୍ଡ ପାଇଖାନା ଭିତରୁ ଏକ ସଦ୍ୟ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri