ବ୍ରହ୍ମପୁର ଅଫିସ୍,୨୨|୧୧- ଗଞ୍ଜାମ ଜିଲରେ ଶିକ୍ଷକ ନିଯୁକ୍ତି ସମୟରେ ଜାଲ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବାରୁ ବର୍ତ୍ତମାନ ଅଡ଼ୁଆ ବଢ଼ିବାରେ ଲାଗିଛି। ପ୍ରତିଦିନ କେହି ନା କେହି ଧରାପଡ଼ୁଛନ୍ତି। ଅନ୍ୟପଟେ ଶିକ୍ଷା ବିଭାଗ ନିକଟରେ ଜାଲ୍ ସାର୍ଟିଫିକେଟ୍ଧାରୀ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ମଧ୍ୟ ବଢ଼ିବାରେ ଲାଗିଛି। ଏଯାଏ ୭୦ରୁ ଅଧିକ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ହୋଇସାରିଲାଣି। ତେବେ କାର୍ଯ୍ୟାନୁଷ୍ଠାନ ଭୟରେ ନିୟମିତ ଇସ୍ତଫା ଦେଉଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। କିନ୍ତୁ ଚାକିରି ଛାଡ଼ିଲେ ମଧ୍ୟ ସେମାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଚେତାବନୀ ଦେଇଛନ୍ତି।
ଶିକ୍ଷା ବିଭାଗ ନିକଟରେ ବିଭିନ୍ନ ସଂଗଠନ ପକ୍ଷରୁ ଜାଲ ସାର୍ଟିଫିକେଟ୍ଧାରୀ ଶିକ୍ଷକଙ୍କ ତାଲିକା ଦାଖଲ ହୋଇଛି। ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ଏବଂ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ପକ୍ଷରୁ ପ୍ରାୟ ୭୦ ଶିକ୍ଷକଙ୍କ ତାଲିକା ପ୍ରଦାନ କରାଯାଇଛି। ସେଥିରେ ବେଗୁନିଆପଡ଼ା, ଧରାକୋଟ, ଶେରଗଡ଼ ଏବଂ କବିସୂର୍ଯ୍ୟନଗର ବ୍ଲକରୁ ସର୍ବାଧିକ ରହିଛନ୍ତି। ଏଥି ମଧ୍ୟରେ ଧରାକୋଟ ବ୍ଲକରୁ ଦୁଇ ଦଫାରେ ୭ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତି ସମୟରେ ଜାଲ୍ ସାର୍ଟିଫିକେଟ୍ ଦାଖଲ କରିଥିବା ଯାଞ୍ଚ ବେଳେ ଦୃଷ୍ଟିକୁ ଆସିଥିଲା। ସେମାନଙ୍କ ବିରୋଧରେ ସମ୍ପୃକ୍ତ ଥାନାଗୁଡ଼ିକରେ ଏତଲା ଦିଆଯାଇଛି। ଅନ୍ୟ ବ୍ଲକରେ କଡ଼ାକଡ଼ି ଯାଞ୍ଚ ଚାଲିଛି। ଯେଉଁ ସବୁ ଶିକ୍ଷକଙ୍କ ବିରୋଧରେ ପୂର୍ବରୁ ଜାଲ୍ ସାର୍ଟିଫିକେଟ୍ ନେଇ ଅଭିଯୋଗ ହୋଇଥିଲା, କିମ୍ବା ଯେଉଁମାନଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ପୂର୍ବରୁ ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମଗାଯାଇଥିଲା, ସେମାନଙ୍କ ସାର୍ଟିଫିକେଟ୍ ପ୍ରଥମେ ଯାଞ୍ଚ କରାଯାଉଛି। କାର୍ଯ୍ୟାନୁଷ୍ଠାନ ଏବଂ ଆପରାଧିକ ମାମଲା ରୁଜୁ ଭୟରେ ସେମାନେ ଚାକିରି ଛାଡ଼ୁଛନ୍ତି। ପ୍ରାୟ ୭ଜଣ ଏପର୍ଯ୍ୟନ୍ତ ଇସ୍ତଫା ଦେଇଛନ୍ତି। ଚାକିରି ଛାଡ଼ୁଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମଧ୍ୟରୁ ଅଧିକାଂଶ ଜିଲାର ଏକ ନିର୍ଦ୍ଦିଷ୍ଟ ଶିକ୍ଷାନୁଷ୍ଠାନର ସାର୍ଟିଫିକେଟ୍ ଦାଖଲ କରିଛନ୍ତି। ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ଯାଞ୍ଚ ତାଲିକାରେ ରହିଛି। ତେବେ ଯାଞ୍ଚ ବେଳେ ଅନ୍ୟ କେତେକ ସମସ୍ୟା ମୁଣ୍ଡ ଟେକୁଛି। ଯେପରିକି ବର୍ତ୍ତମାନ ପର୍ଯ୍ୟନ୍ତ ମାଟ୍ରିକ୍ ସାର୍ଟିଫିକେଟ୍ ଯାଞ୍ଚ ହୋଇପାରୁଛି। କିନ୍ତୁ ତଦୁର୍ଦ୍ଧ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ୍ ଯାଞ୍ଚରେ ସମସ୍ୟା ମୁଣ୍ଡ ଟେକୁଛି। ଅନେକ ଶିକ୍ଷକ ନିଜର ନିଯୁକ୍ତି ସମୟରେ ରାଜ୍ୟ ବାହାରର ବିଇଡି ପ୍ରମାଣପତ୍ର ଦାଖଲ କରିଛନ୍ତି। ଏଣୁ କୌଣସି ଜଣେ ନିର୍ଦ୍ଦିଷ୍ଟ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ପାଇଁ ଅଧିକାରୀମାନେ ବାହାର ରାଜ୍ୟକୁ ଯିବା ସମ୍ଭବ ହେଉନାହିଁ। ସେହିଭଳି ନିଯୁକ୍ତି ସମୟରେ ଶିକ୍ଷୟିତ୍ରୀ ଶିକ୍ଷକମାନେ ଏକାଧିକ ଶିକ୍ଷାନୁଷ୍ଠାନର ପ୍ରମାଣପତ୍ର ଦାଖଲ କରିଥାନ୍ତି। ସେଥିରେ ପୁଣି ଭିନ୍ନକ୍ଷମ, ଜାତିଗତ ଏବଂ ଆର୍ଥିକ ସ୍ଥିତି ସମ୍ପର୍କିତ ପ୍ରମାଣପତ୍ର ମଧ୍ୟ ରହୁଛି। ଏତେଗୁଡ଼ିକ ସାର୍ଟିଫିକେଟ୍କୁ ଯାଞ୍ଚ କରିବାରେ ସମସ୍ୟା ଦେଖାଦେଉଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ କହିବାନୁଯାୟୀ, ଜାଲ୍ ସାର୍ଟିଫିକେଟ୍ରେ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ ସେମାନଙ୍କ ସାର୍ଟିଫିକେଟ୍ ଯାଞ୍ଚ କରାଯାଉଛି। ଭୟରେ ଅନେକ ଚାକିରି ଛାଡ଼ୁଥିବା ଦୃଷ୍ଟିକୁ ଆସିଛି। ତେବେ ସେମାନେ ଚାକିରି ଛାଡ଼ିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ, ଥାନାରେ ଏତଲା ଦିଆଯିବ। ଅନ୍ୟମାନଙ୍କ ସାର୍ଟିଫିକେଟ୍ ଯାଞ୍ଚ ଚାଲିଛ, ପର୍ଯ୍ୟାୟକ୍ରମେ ଏହା ଚାଲିବ। ଯେଉଁମାନଙ୍କ ବିରୋଧରେ ଏତଲା ଦିଆଯାଇଛି, ସେମାନଙ୍କୁ ତୁରନ୍ତ ଗିରଫ କରିବା ଦିଗରେ ପଦକ୍ଷେପ ନେବା ପାଇଁ ପୋଲିସ ସହ ଆଲୋଚନା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ View All
୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ
ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...
ହାତୀକୁ ଖାଦ୍ୟରେ ବିସ୍ଫୋରକ
ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...
କ୍ରିକେଟ କପ୍: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ
କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...
ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ
ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...
ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ
ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...
ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର
ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...
ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ
ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) : ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...
ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ
ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...
Archives


