ଜାଲରେ ଫସିଲେ ଦୁଇ ବିଷଧର ସାପ : ଚନ୍ଦନ ବୋଡ଼ାକୁ ଗିଳିଲା ନାଗ

ଭୁବନେଶ୍ୱର, ୩୦ା୫(ବ୍ୟୁରୋ) – ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ କଉଡ଼ିଖଣି ଗ୍ରାମରେ ପଦନି ସାହୁଙ୍କ ଘର ଚାରିପଟେ ଘେରାଯାଇଥିବା ଜାଲରେ ଏକ ବଡ଼ ନାଗ ସାପ ପଡି ଛନ୍ଦି ହୋଇଥିବା ଦେଖିବାକୁ ମିଳିଥିଲା। ଖବର ପାଇ ସାପ ଉଦ୍ଧାର ପାଇଁ ସ୍ନେକ୍‌ ହେଲ୍ପ୍‌ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚତ୍ଥିଲେ। ସୁଶାନ୍ତ ପ୍ରଥମେ ଏହାକୁ ଏକ ସାଧାରଣ ଘଟଣା ବୋଲି ଭାବି ଜାଲକୁ କାଟି ନାଗସାପକୁ ଖୋଲା ଜାଗାକୁ ଆଣିଲେ। କିଛି ସମୟ ଭିତରେ ସାପଟିର ପେଟ ଫୁଲିଥିଲା ଓ ସେ ଗିଳିଥିବା ଖାଦ୍ୟକୁ ବାନ୍ତି କରିବାକୁ ଉଦ୍ୟମ କଲା। କିନ୍ତୁ ତା’ ପାଟି ଏବଂ ଦାନ୍ତରେ ଜାଲର ସୂତା ଛନ୍ଦି ହୋଇଥିବାରୁ ଖାଦ୍ୟଟିକୁ ବାନ୍ତି କରିପାରି ନ ଥିଲା। ଏହାଦେଖି ସୁଶାନ୍ତ ଧୀରେ ଧୀରେ ପାଟିରୁ ଜାଲ ସୂତାକୁ କାଟିବାରେ ଲାଗିଲେ ଏବଂ ସାପଟି ବାନ୍ତି କରିବାକୁ ଆରମ୍ଭ କଲା। ପ୍ରଥମେ ନାଗର ପାଟିରୁ ଗିଳିଥିବା ଅନ୍ୟ ଏକ ସାପର ଲାଞ୍ଜ ଦେଖାଗଲା। ଉକ୍ତ ସାପଟିରେ ମଧ୍ୟ ଜାଲ ଛନ୍ଦି ହୋଇ ରହିଥିବାରୁ ନାଗ ପାଟିରୁ ବାହାରିବା ସମ୍ଭବପର ହେଉ ନ ଥିଲା। ତେଣୁ ସୁଶାନ୍ତ ନାଗ ପାଟି ଭିତରେ ଥିବା ସାପର ଜାଲକୁ ଧୀରେ ଧୀରେ ବାହାରକୁ ଆଣି କାଟିଥିଲେ। ଏହାପରେ ନାଗ ସମ୍ପୂର୍ଣ୍ଣ ସାପଟିକୁ ବାନ୍ତି କରିଥିଲା। ପରେ ଜଣାପଡିଲା ଯେ ନାଗ ଗିଳିଥିବା ସାପଟି ୩ ଫୁଟରୁ ଊର୍ଦ୍ଧ୍ୱ ଲମ୍ବର ଏକ ବିଷଧର ଚନ୍ଦନ ବୋଡ଼ା। ଏହି ଘଟଣାକୁ ଚମତ୍କାର ଘଟଣା ବୋଲି ବର୍ଣ୍ଣନା କରି ସ୍ନେକ୍‌ ହେଲ୍ପ ଲାଇନ ସମ୍ପାଦକ ତଥା ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି, ନାଗସାପ ଚନ୍ଦନବୋଡ଼ାକୁ ଶିକାର କରିବା ବା ଗିଳିବା ନୂଆ କଥା ନୁହେଁ। କିନ୍ତୁ ଜାଲରେ ପଡ଼ିଥିବା ଏକ ଚନ୍ଦନବୋଡ଼ାକୁ ନାଗଟି ଗିଳି ନିଜେ ସେହି ଜାଲରେ ଫସିବା ସମ୍ଭବତଃ ବିରଳ ଘଟଣା। ନାଗସାପର ବିଷ ନ୍ୟୁରୋଟକ୍ସିକ ଅର୍ଥାତ୍‌ ସ୍ନାୟୁ ପ୍ରଭାବୀ ଏବଂ ଚନ୍ଦନବୋଡ଼ା ବିଷ ହେମୋଟକ୍ସିକ ଅର୍ଥାତ୍‌ ରକ୍ତ ସଞ୍ଚାଳନ ପ୍ରଭାବୀ। ନାଗ ସାପ କାମୁଡ଼ିଲେ ଦ୍ରୁତଗତିରେ ଲକ୍ଷଣ ପ୍ରକାଶ ପାଇବା ସହ ଜନ୍ତୁଟିର ଶୀଘ୍ର ମୃତ୍ୟୁ ଘଟିଥାଏ। ତେଣୁ ନାଗ ଏବଂ ଚନ୍ଦନବୋଡା ଲଢ଼େଇରେ ସର୍ବଦା ନାଗ ହିଁ ବିଜୟୀ ହେବାର ନଜିର ରହିଛି ବୋଲି ଶୁଭେନ୍ଦୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

୧୧ ଯାଏ କୁଆପଥର ବର୍ଷା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା) – କଟକ, ନୟାଗଡ଼, ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ୫୦ରୁ ୬୦…

ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ: ଆନ୍ଦୋଳନ ହେବ ଆହୁରି ତୀବ୍ର

ଭୁବନେଶ୍ୱର,୯ା୪(ସୁଚିସ୍ମିତା ସାହୁ):ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ। ୨୦୦୧ରୁ ଏପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କ କାର୍ଯ୍ୟକାଳକୁ ଠିକା କାର୍ଯ୍ୟରୁ ଉଚ୍ଛେଦ କରି ମୂଳ ଚାକିରିରେ ଗଣନା କରି…

୧୦ରେ ନୂଆଦିଲ୍ଲୀ ଯିବେ ନବୀନ: ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ…

ଭୁବନେଶ୍ୱର,୯।୪(ସୁନିତ୍‌ ମିଶ୍ର):ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତରେ ଯିବେ। ତାଙ୍କ ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ମଙ୍ଗଳବାର ଏକ…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri