ଜାତୀୟସ୍ତରରେ ପୁଣି ଜଣେ

ପାଶ୍ଚାତ୍ୟ ବେଶଭୂଷାର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ଏପରି ଅବସ୍ଥାରେ ଫ୍ୟାଶନ ଡିଜାଇନର ନୂଆ ଟ୍ରେଣ୍ଡ ନେଇ ଯୁବ ପିଢି ବେଶ ଉତ୍ସାହିତ। ଏନେଇ ଦେଶର ବଡ଼ ବଡ ସହରରେ ଦୈନିକ ନୂଆ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଫ୍ୟାଶନ ଡିଜାଇନରେ ଡିଗ୍ରୀ ଡିପ୍ଲୋମା କରିବାକୁ ଅନେକ ଆଗ୍ରହ ପ୍ରକାଶ କଲେଣି। ଏ କ୍ଷେତ୍ରରେ ଜଣେ ଓଡ଼ିଆ ଯୁବକ ଡ୍ରେସ୍‌ ଡିଜାଇନର ସୌରଭ ସ୍ବରୂପ ଜାତୀୟସ୍ତରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି …

ରାଉରକେଲା ମାଟିର ପୁଅ ସୌରଭ ସ୍ବରୂପଙ୍କୁ ନେଇ ନୂଆଦିଲ୍ଲୀରେ ଅନେକ ଓଡ଼ିଆ ଆଜି ଗର୍ବ ଅନୁଭବ କରୁଛନ୍ତି। ଗତ ୨୦୧୭ରେ ନୂଆଦିଲ୍ଲୀର ଡ୍ରିମ ଜୋନ ଫେଶନ ଇନ୍‌ଷ୍ଟିଚ୍ୟୁଟରୁ ପାସ୍‌ ଆଉଟ ପରେ ସୌରଭ ଆଉ ପଛକୁ ଫେରି ଚାହିଁ ନାହଁ।ନ୍ତି। ମାତ୍ର ଦେଢ ବର୍ଷ ମଧ୍ୟରେ ସେ ଜାତୀୟସ୍ତରରେ ୨୮ରୁ ଊର୍ଦ୍ଧ୍ୱ ପୁରସ୍କାର ହାସଲ କରିଛନ୍ତି। ଗତ ରବିବାର ସୌରଭ ରାଉରକେଲା ବ୍ରାହ୍ମଣୀ କ୍ଲବରେ ଆୟୋଜିତ ଏଭଳି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ। ଓଡ଼ିଶାରୁ ଜଣେ ମାତ୍ର ଜାତୀୟ ପ୍ରତିଯୋଗୀ ଭାବେ ଏଠାକୁ ଆସିଥିବା ସୌରଭଙ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଥିଲା। ଫର୍ଟିଲାଇଜର ଟାଉନସିପ ବାସିନ୍ଦା ସୌରଭଙ୍କ ବାପା ଶିଶିର ସାହୁ ଜଣେ ବ୍ୟବସାୟୀ। ମା’ ରୀତା ଜଣେ ଶିକ୍ଷୟିତ୍ରୀ। ୮ମ ଶ୍ରେଣୀରୁ ସୌରଭ ଜଣେ ଫେଶନ ଡିଜାଇନର ହେବାକୁ ସ୍ବପ୍ନ ଦେଖିଥିଲେ। ମାତ୍ର ଯୁକ୍ତ ୨ ପଢିଥିବା ସୌରଭ ଫେଶନ ଡିଜାଇନରେ ମାଷ୍ଟର୍ସ ଡିଗ୍ରୀ ଶେଷ କରିବା ପରେ ନୂଆଦିଲ୍ଲୀର ଜଣେ ମଡେଲ ସିମରନ କୌରଙ୍କ ସଂସ୍ପର୍ଶରେ ଆସିଥିଲେ। ସିମରନ ନିଜ ଭାଇ ପରି ତାଙ୍କୁ ଭଲ ପାଉଥିଲେ। ସିମରନଙ୍କ ପରାମର୍ଶ, ସହଯୋଗରେ ଆଜି ମୁଁ ଏତେ ବାଟ ଆସି ପାରିଛି ବୋଲି କହନ୍ତି ସୌରଭ। ଜଣେ ଓଡ଼ିଆ ହିସାବରେ ନୂଆଦିଲ୍ଲୀରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ବାଛିବା କମ କାଠିକର ପାଠ ନୁହେଁ। ଜାତୀୟସ୍ତରରେ ଜଣେ ଉଚ୍ଚ କୋଟିର ଡ୍ରେସ ଡିଜାଇନର ଭାବେ ପ୍ରତିଷ୍ଠା ଲାଭ କରିବା ଥିଲା ମୋର ସ୍ବପ୍ନ। ଯାହା ସାକାର ହୋଇ ପାରିଛି ବୋଲି କହନ୍ତି ସୌରଭ। ନିଜ ମା’ଙ୍କୁ ରୋଲ ମଡେଲ ମାନୁଥିବା ସୌରଭଙ୍କ ଟାଲେଣ୍ଟ ଆନ୍ତର୍ଜାତୀୟସ୍ତରରେ ମଧ୍ୟ ସ୍ବୀକୃତି ଲାଭ କରିଛି। ମିସ୍‌ ନୋଏଡା ଶୋରେ ଦର୍ଶକ ତାଙ୍କ ଡିଜାଇନରେ ଶତମୁଖ ହୋଇଥିବା ବେଳେ ଚେନ୍ନାଇଠାରେ ଦୀର୍ଘ ୨୫ଘଣ୍ଟା ଧରି ଅନୁଷ୍ଠିତ ଲଙ୍ଗେଷ୍ଟ ଫେଶନ ଶୋରେ ଭାଗ ନେଇ ସୌରଭ ଅନେକ ପ୍ରଶଂସା ସାଉଁଟିଛନ୍ତି। ଗତ ୨୪ ଡିସେମ୍ବର ୨୦୧୮ରେ ଅନୁଷ୍ଠିତ ଏହି ସୋରେ ୪୧୫ ଡିଜାଇନର ଯୋଗ ଦେଇଥିଲେ। ଏଠାରେ ତାଙ୍କୁ ୨ଟି ପ୍ରଶଂସାପତ୍ର ମିଳିଥିଲା। ଏହା ବ୍ୟତୀତ ସେ ନେପାଳ, ଜୟପୁର, ଉତ୍ତର ପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ହରିଆଣା ଓ ନୂଆଦିଲ୍ଲୀ ଭଳି ସ୍ଥାନରେ ଅନୁଷ୍ଠିତ ଫେଶନ ସୋରେ ଭାଗ ନେଇ ନିଜ ଡିଜାଇନକୁ ପ୍ରଦର୍ଶିତ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଇତିମଧ୍ୟରେ ସୌରଭ ଅନେକ ମଡେଲ, ସିନେ ଓ ଟେଲି ତାରକାଙ୍କ ପାଇଁ ଡ୍ରେସ ଡିଜାଇନ କରି ସାରିଛନ୍ତି। ୟୁନିକ ୱାଲର୍ଡ ରେକର୍ଡ ଭୁକ୍ତ ସୌରଭ ଏବେ ଜଣେ ଉଚ୍ଚ ମାନର ଡ୍ରେସ ଡିଜାନର ଭାବେ ଜାତୀୟସ୍ତରରେ ବହୁ ଅନୁଷ୍ଠାନଠାରୁ ପୁରସ୍କୃତ। ଆଗକୁ ଜଣେ ଓଡ଼ିଆ ହିସାବରେ ଅନ୍ତର୍ଜାତୀୟସ୍ତରରେ ସୁନାମ ଆଣିବା ମୋର ଏକମାତ୍ର ଲକ୍ଷ୍ୟ ବୋଲି କୁହନ୍ତି ସୌରଭ।

 


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri