Posted inଖେଳ

ଜାତୀୟ ସବ୍‌ଜୁନିୟର ହକି: ଓଡ଼ିଶା ଚାମ୍ପିୟନ

ଭୁବନେଶ୍ୱର, ୨୩।୫(କ୍ରୀଡ଼ା ପ୍ରତିନିଧି)- ଛତିଶଗଡ଼ର ରାୟପୁରରେ ଅନୁଷ୍ଠିତ ଜାତୀୟ ସବ୍‌ଜୁନିୟର(ଡିଭିଜନ-ଏ) ହକି ଟୁର୍ନାମେଣ୍ଟରେ ଓଡ଼ିଶା ଚାମ୍ପିୟନ ହୋଇଛି। ବୁଧବାର ଅନୁଷ୍ଠିତ ଫାଇନାଲରେ ଓଡ଼ିଶା ଶୁଟ୍‌ଆଉଟ୍‌ ୩-୧ ଗୋଲରେ ଉତ୍ତର ପ୍ରଦେଶକୁ ପରାସ୍ତ କରିଛି। ପ୍ରକାଶ ଯୋଗ୍ୟ ଯେ, ଏହାକୁ ମିଶାଇ ଓଡ଼ିଶା ୭ମ ଥରପାଇଁ ଜାତୀୟ ଚାମ୍ପିୟନ ହୋଇ ଇତିହାସ ରଚିଛି।
ଓଡ଼ିଶା-ଉତ୍ତର ପ୍ରଦେଶ ମ୍ୟାଚ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ରହିବାପରେ ଦ୍ୱିତୀୟ କ୍ୱାର୍ଟରରେ ଅର୍ଥାତ୍‌ ୨୪ତମ ମିନିଟରେ ପେନାଲ୍ଟି କର୍ନରରୁ ଓଡ଼ିଶା ପାଇଁ ଗୋଲ ଦେଇଥିଲେ ଅଧିନାୟକ ଲବନ ଲୁଗୁନ। ତୃତୀୟ କ୍ୱାର୍ଟରରେ ୩୮ତମ ମିନିଟରେ ଉତ୍ତର ପ୍ରଦେଶ ଅଧିନାୟକ ସୌରଭ ଆନନ୍ଦ ଗୋଲ ପରିଶୋଧ କରିବାରୁ ମ୍ୟାଚ ୧-୧ ସ୍ଥିତିକୁ ଚାଲି ଆସିଥିଲା। ୪ର୍ଥ କ୍ୱାର୍ଟରରେ କଡ଼ା ଟକ୍କର ହୋଇଥିଲା। ୪୯ତମ ମିନିଟରେ ଅଙ୍କିତ୍‌ ପ୍ରଜାପତିଙ୍କ ଗୋଲ ବଳରେ ଉତ୍ତର ପ୍ରଦେଶ ଅଗ୍ରଣୀ ନେଇଥିଲା। ମାତ୍ର ଦଳର ଖୁସି ବେଶୀସମୟ ତିଷ୍ଠି ନ ଥିଲା। ଏହାର ୩ ମିନିଟ ପରେ ଅର୍ଥାତ୍‌ ୫୨ତମ ମିନିଟରେ ଓଡ଼ିଶାର ପ୍ରବୀନ୍‌ ଇନ୍ଦଓ୍ବାର ଗୋଲ ପରିଶୋଧ କରିବାରୁ ନିର୍ଦ୍ଧାରିତ ସମୟରେ ମ୍ୟାଚ ୨-୨ ସ୍ଥିତିରେ ରହିଥିଲା। ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ଆଉଟର ସହାୟତା ନିଆ ଯାଇଥିଲା। ଏହି ପର୍ଯ୍ୟାୟରେ ଓଡ଼ିଶା ପକ୍ଷରୁ ଲବନ ଲୁଗୁନ, ରାଜମନ ତେଲି ଓ ରୋଶନ କୁଜୁର ଗୋଲ ଦେଇଥିବାବେଳେ ଉତ୍ତର ପ୍ରଦେଶ ପକ୍ଷରୁ ଚନ୍ଦନ ଯାଦବ ଏକମାତ୍ର ଗୋଲ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ଅଜୟ ଯାଦବ,ସୁଜିତ କୁମାର ଓ ମହମଦ ହାରିସ ଗୋଲ ଦେବାରେ ବିଫଳ ହେବାରୁ ଓଡ଼ିଶା ବିଜୟ ମୁକୁଟ ପିନ୍ଧିଥିଲା। ହକି ଓଡ଼ିଶା ସଭାପତି ଜଷ୍ଟିସ୍‌ ଏ.ଏସ. ନାଇଡୁ ଓ ସାଧାରଣ ସମ୍ପାଦକ ପ୍ରତାପ ଶତପଥୀ ଓଡ଼ିଶା ଦଳର ଖେଳାଳି, କୋଚ୍‌ ଓ ମ୍ୟାନେଜରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆକୁ ୩-୦ ଗୋଲରେ ହରାଇ ଝାଡ଼ଖଣ୍ଡ ତୃତୀୟ ସ୍ଥାନ ଅଧିକାର କରିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ବିପକ୍ଷରେ ଝାଡ଼ଖଣ୍ଡ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ବିଜୟୀ ଦଳ ପକ୍ଷରୁ ୯ମ ମିନିଟରେ ଫ୍ଲାବିଅସ ତିର୍କୀ ପ୍ରଥମ ଗୋଲଟି ଦେଇଥିବାବେଳେ ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟର ଗୋଲଶୂନ୍ୟ ରହିଥିଲା। ୪ର୍ଥ କ୍ୱାର୍ଟର ଅର୍ଥାତ୍‌ ୪୮ତମ ମିନିଟରେ ଦୀପକ ସୋରେଙ୍ଗ ଓ ୫୨ତମ ମିନିଟରେ ଜୋସେଫ ଟପ୍ନୋ ଗୋଲ ଦେଇ ଝାଡ଼ଖଣ୍ଡ ଏକପାଖିଆଭାବେ ବିଜୟ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri