Posted inଖେଳ

ଜାତୀୟ ସବ୍‌ଜୁନିୟର ବାସ୍କେଟବଲ୍‌: ରାଜସ୍ଥାନ, ତାମିଲନାଡୁ କ୍ବାର୍ଟର ଫାଇନାଲରେ

କଟକ ଅଫିସ,୬ା୯- କଟକରେ ଚାଲିଥିବା ୪୬ତମ ଜାତୀୟ ସବଜୁନିୟର ବାସ୍କେଟବଲ ଚାମ୍ପିୟନଶିପର ବାଳକ ବର୍ଗରେ ରାଜସ୍ଥାନ ଓ ବାଳିକା ବର୍ଗରେ ତାମିଲନାଡୁ କ୍ବାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି। ବାଳକ ବର୍ଗର ପୁଲ-ବିରେ ସ୍ଥାନ ପାଇଥିବା ରାଜସ୍ଥାନ ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ରେ ୬୨-୫୦ ପଏଣ୍ଟରେ ପଞ୍ଜାବକୁ ପରାସ୍ତ କରିଛି । ଲଗାତର ୩ୟ ବିଜୟ ସହ ଏହି ଦଳ କ୍ବାର୍ଟରରେ ପ୍ରବେଶ କରିଛି। ସେହିପରି ବାଳିକା ବର୍ଗର ପୁଲ-ବିରେ ଥିବା ତାମିଲନାଡୁ ଗୁରୁବାର ଦିଲ୍ଲୀ ବିପକ୍ଷରେ ବୃହତ୍‌ ବିଜୟ ହାସଲ କରିଛି । ଦିଲ୍ଲୀକୁ ୮୪-୪୫ ପଏଣ୍ଟରେ ହରାଇଥିଲା ତାମିଲନାଡୁ । ତାମିଲନାଡୁ ବାଳିକା ଦଳର ମଧ୍ୟ ଏହା ଥିଲା ହ୍ୟାଟ୍ରିକ ବିଜୟ। ପ୍ରତିଯୋଗିତାର ୩ୟ ଦିବସ ଖେଳ ଶେଷ ସୁଦ୍ଧା ଏହି ଦୁଇ ଦଳ କ୍ବାର୍ଟରରେ ସ୍ଥାନ ସୁରକ୍ଷିତ କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଲୋୟର ପୁଲକୁ ଖସି ସାରିଥିବା ଓଡ଼ିଶା ବାଳକ ଦଳ ଗୁରୁବାର ଲିଗ ମ୍ୟାଚ୍‌ରେ ପୁଡୁଚେରୀକୁ ପରାସ୍ତ କରିଛି । ଏହି ମ୍ୟାଚ୍‌ରେ ଓଡ଼ିଶା ୯୪-୨୬ ପଏଣ୍ଟରେ ବିଜୟୀ ହୋଇଛି । ଓଡ଼ିଶା ପକ୍ଷରୁ ଶ୍ରେୟାଂଶ ପଣ୍ଡା ସର୍ବାଧିକ ୨୮ ପଏଣ୍ଟ ସ୍କୋର କରିଛନ୍ତି।
ବାଳକ ବର୍ଗର ଅନ୍ୟ ମ୍ୟାଚ୍‌ରେ ବିହାର ୭୦-୬୫ ପଏଣ୍ଟରେ ମହାରାଷ୍ଟ୍ରକୁ, ପଞ୍ଜାବ ୬୪-୪୫ ପଏଣ୍ଟରେ ଆନ୍ଧ୍ରପ୍ରଦେଶକୁ, ଚଣ୍ଡିଗଡ଼ ୫୮-୫୬ ପଏଣ୍ଟରେ କେରଳକୁ, ଛତିଶଗଡ଼ ୬୧-୪୮ ପଏଣ୍ଟରେ କର୍ନାଟକକୁ, ମଧ୍ୟପ୍ରଦେଶ ୪୫-୧୫ ପଏଣ୍ଟରେ ହିମାଚଳପ୍ରଦେଶକୁ, ମିଜୋରାମ ୫୮-୧୮ ପଏଣ୍ଟରେ ଦିଲ୍ଲୀକୁ, ରାଜସ୍ଥାନ ୬୨-୫୦ ପଏଣ୍ଟରେ ପଞ୍ଜାବକୁ, ତାମିଲନାଡୁ ୭୭-୬୯ ପଏଣ୍ଟରେ ଉତ୍ତରପ୍ରଦେଶକୁ ପରାସ୍ତ କରିଛି। ବାଳିକା ବର୍ଗର ମ୍ୟାଚ୍‌ରେ ତାମିଲନାଡୁ ୮୪-୪୫ ପଏଣ୍ଟରେ ଦିଲ୍ଲୀ, ଉତ୍ତରପ୍ରଦେଶ ୮୬-୪୪ ପଏଣ୍ଟରେ ରାଜସ୍ଥାନକୁ, ଚଣ୍ଡିଗଡ଼ ୩୧-୧୪ ପଏଣ୍ଟରେ ଉତ୍ତରାଖଣ୍ଡକୁ, କର୍ନାଟକ ୩୮-୨୪ ପଏଣ୍ଟରେ ହରିୟାଣାକୁ, ହିମାଚଳପ୍ରଦେଶ ୩୨-୮ ପଏଣ୍ଟରେ ବିହାରକୁ, ପଶ୍ଚିମବଙ୍ଗ ୫୩-୧୮ ପଏଣ୍ଟରେ ପୁଡୁଚେରିକୁ, କର୍ନାଟକ ୬୮-୪୦ ପଏଣ୍ଟରେ କେରଳକୁ ହରାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri