Posted inଖେଳ

ଜାତୀୟ ସବ୍‌ ଜୁନିଅର ଖୋଖୋ: ଓଡ଼ିଶା ବାଳିକା ଦଳ ଚାମ୍ପିୟନ, ବାଳକ ରନର୍ସଅପ୍‌

ଭୁବନେଶ୍ୱର, ୭।୧୦(ସ୍ପୋଟର୍‌ସ ବ୍ୟୁରୋ)- ଝାଡ଼ଖଣ୍ଡର ରାଞ୍ଚତ୍ଠାରେ ୩୦ତମ ଜାତୀୟ ସବ୍‌ ଜୁନିୟର ବାଳିକା ଓ ବାଳକ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ପ୍ରଥମଥର ପାଇଁ ଓଡ଼ିଶା ବାଳିକା ଦଳ ଚାମ୍ପିୟନ ହୋଇଥିବା ବେଳେ ବାଳକ ଦଳ ରନର୍ସଅପ୍‌ ହୋଇଛି।
ଫାଇନାଲରେ ଓଡ଼ିଶା ବାଳିକା ଦଳ ୧୫-୦୭ ପଏଣ୍ଟ ଓ ୨ ଇନିଂସରେ ମହାରାଷ୍ଟ୍ରକୁ ପରାସ୍ତ କରି ସ୍ବର୍ଣ୍ଣପଦକ ଜିତିଥିବା ବେଳେ ବାଳକ ଦଳ ୯-୧୫ ପଏଣ୍ଟରେ ମହାରାଷ୍ଟ୍ରଠାରୁ ପରାସ୍ତ ହୋଇ ରୌପ୍ୟ ପଦକ ହାସଲ କରିଛି। ବାଳିକା ଦଳର ଶିବାନୀ ଗମାଙ୍ଗୋ ୨ ମିନିଟ୍‌ ୩୦ ସେକେଣ୍ଡ ରନିଂ ଓ ୧ ପଏଣ୍ଟ , ଅର୍ଚ୍ଚନା ମାଝୀ- ୧ ମିନିଟ୍‌ ୨୦ ସେକେଣ୍ଡ ରନିଂ ଓ ୨ଟି ପଏଣ୍ଟ, ମୋନିକା ନାୟକ – ୩ ପଏଣ୍ଟ, ଅନନ୍ୟା ପ୍ରଧାନ ୨ ପଏଣ୍ଟ ଓ ୩ ମିନିଟ୍‌ ରନିଂ, ଶୁଭଶ୍ରୀ ସିଂ – ୧ ମିନିଟ୍‌ ୩୦ ସେକେଣ୍ଡ ରନିଂ, ୨ ପଏଣ୍ଟ, ଜୟସ୍ମିତା ତରାଇ ୧ ମିନିଟ୍‌ ୧୦ ସେକେଣ୍ଡ ରନିଂ କରି ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଛନ୍ତି। ଅନନ୍ୟା ପ୍ରଧାନ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି। ସେହିପରି ବାଳକ ଦଳର ପପୁ ମାରାଣ୍ଡି ୧ ମିନିଟ୍‌ ୩୦ ସେକେଣ୍ଡ ରନିଂ ଓ ୨ ପଏଣ୍ଟ, ବିଶାଳ ଓରାମ ୧ ମିନିଟ୍‌ ୫୦ ସେକେଣ୍ଡ ରନିଂ ଓ ୨ଟି ପଏଣ୍ଟ, ସନ୍ତୋଷ ଗୁରୁ ୨ ପଏଣ୍ଟ ସହ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri