Posted inଖେଳ

ଜାତୀୟ ମହିଳା ଚେସ୍‌ ଚାମ୍ପିୟନଶିପ୍‌ : ଟାଇଟଲ ବଜାୟ ରଖିଲେ ଭକ୍ତି କୁଲକର୍ନୀ

କାରାଇକୁଡି, ୨୭ା୭ (ପି.ଟି.)- ଗତଥରର ଚମ୍ପିୟନ ତଥା ଏୟାର ଇଣ୍ଡିଆର ଭକ୍ତି କୁଲକର୍ନୀ ଏଠାରେ ଚାଲିଥିବା ୪୬ତମ ଜାତୀୟ ମହିଳା ଚେସ୍‌ ଚାମ୍ପିୟନଶିପ୍‌ରେ ତାଙ୍କ ଟାଇଟଲ ବଜାୟ ରଖିଛନ୍ତି। ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ କରିବା ସହ ୧୧ରାଉଣ୍ଡ ଖେଳରୁ ୧୦ ପଏଣ୍ଟ ଅର୍ଜନ କରିଥିଲେ। ଫାଇନାଲ ରାଉଣ୍ଡରେ ସେ ଆନ୍ଧ୍ର ପ୍ରଦେଶର ମହିଳା ଇଣ୍ଟରନ୍ୟାଶନାଲ ମାଷ୍ଟର ପ୍ରତ୍ୟୁଶା ବୋଡାଙ୍କ ସହ ତାଙ୍କ ଗେମ୍‌ ଡ୍ର ରଖିଥିଲେ। ଟାଇଟଲ ଜିତିବା ଦ୍ୱାରା ମହିଳା ଗ୍ରାଣ୍ଡମାଷ୍ଟର କୁଲକର୍ନୀ ପୁରସ୍କାର ବାବଦରେ ୪ ଲକ୍ଷ ଟଙ୍କା ପକେଟସ୍ଥ କରିଛନ୍ତି। ଏହାଛଡ଼ା ସେ ୮.୫ ପଏଣ୍ଟ ହାସଲ କରିଛନ୍ତି। ଦିଲ୍ଲୀର ଭନ୍ତିକା ଅଗ୍ରଓ୍ବାଲ ଫାଇନାଲ ରାଉଣ୍ଡରେ ମହାରାଷ୍ଟ୍ରର ମୃଦୁଲ ଦେହାନ୍‌କରଙ୍କ ସହିତ ପଏଣ୍ଟ ବଣ୍ଟୁଆରା କରିବା ସହ ପ୍ରଥମ ରନର୍ସଅପ୍‌ ହୋଇଛନ୍ତି। ତୃତୀୟ ସିଡ୍‌ ତଥା ମହାରାଷ୍ଟ୍ରର ଦିବ୍ୟା ଦେଶମୁଖ ତାମିଲନାଡୁର ପି.ଭି. ନନ୍ଧିଧାଙ୍କୁ ପରାସ୍ତ କରି ଭନ୍ତିକାଙ୍କ ସହ ସମାନ ପଏଣ୍ଟ ଅର୍ଜନ କରିଥିଲେ ମଧ୍ୟ ବ୍ରେକ୍‌ ସ୍କୋର ଭିତ୍ତିରେ ଦ୍ୱିତୀୟ ରନର୍ସଅପ୍‌ ପୋଜିଶନ ହାସଲ କରିଛନ୍ତି। ଭନ୍ତିକା ପୁରସ୍କାର ବାବଦରେ ୩ ଲକ୍ଷ ଟଙ୍କା ପାଇଥିବାବେଳେ ଦିବ୍ୟା ୨ଲକ୍ଷ ଟଙ୍କା ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri