Posted inଖେଳ

ଜାତୀୟ ଟିମ୍‌ ଚେସ୍‌ ଚାମ୍ପିୟନଶିପ୍‌: ପଦ୍ମିନୀଙ୍କୁ ସ୍ବର୍ଣ୍ଣ, ସ୍ବୟମ୍ସ, ବୈଭବଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୧୫।୨(କ୍ରୀଡ଼ା ପ୍ରତିନିଧି)-
ଅହମ୍ମଦାବାଦରେ ଅନୁଷ୍ଠିତ ୪୦ତମ ଜାତୀୟ ଟିମ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ବିଭିନ୍ନ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଶା ଖେଳାଳିମାନେ ଚମତ୍କାରିତା ପ୍ରଦର୍ଶନ କରିଛନ୍ତି। ଅନ୍ତର୍ଜାତୀୟ ମାଷ୍ଟର ପଦ୍ମିନୀ ରାଉତ ସ୍ବର୍ଣ୍ଣ ପଦକ ପାଇଥିବାବେଳେ ଗ୍ରାଣ୍ଡମାଷ୍ଟର (ଜିଏମ) ସ୍ବୟମ୍ସ ମିଶ୍ର ଏବଂ ବୈଭବ ମିଶ୍ର ବ୍ୟକ୍ତିଗତ ପ୍ରଭାବୀ ପ୍ରଦର୍ଶନ ପାଇଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ତାଙ୍କ ଟିମ୍‌ ଏୟାର ଇଣ୍ଡିଆ ୧୦ମ ସ୍ଥାନରେ ରହି ପ୍ରତିଯୋଗିତା ଶେଷ କରିଥିଲେ ହେଁ ସ୍ବୟମ୍ସ ୯ ରାଉଣ୍ଡରୁ ୬.୫ ପଏଣ୍ଟ ପାଇ ୩ୟ ବୋର୍ଡରେ ବ୍ୟକ୍ତିଗତ ବ୍ରୋଞ୍ଜ ପାଇଛନ୍ତି। ଏୟାର ଇଣ୍ଡିଆ ପକ୍ଷରୁ ସ୍ବୟମ୍ସଙ୍କ ବ୍ୟତୀତ ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ ଖେଳାଳି ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ) ସ୍ବୟଂଶୁ ସତ୍ୟପ୍ରଜ୍ଞ, ଜିଏମ ନାରାୟଣ ଶ୍ରୀନାଥ, ଜିଏମ ତେଜାସ ବାକ୍ରେ ଓ ଆଇଏମ ଚନ୍ଦ୍ରଶେଖର ଗୋଖଲେ ପ୍ରତିନିଧିତ୍ୱ କରୁଥିଲେ। ବ୍ୟକ୍ତିଗତ ପ୍ରଦର୍ଶନକୁ ନେଇ ସ୍ବୟମ୍ସ ସନ୍ତୋଷ ପ୍ରକାଶ କରିଛନ୍ତି।
ବୈଭବ ପ୍ରଭାବୀ
ପ୍ରତିଯୋଗିତାରେ ଭାଗ ନେଇଥିବା ଓଡ଼ିଶା‘ଏ’ ୮ମ ସ୍ଥାନରେ ରହି ପ୍ରତିଯୋଗିତା ଶେଷ କରିଛି। ଓଡ଼ିଶା ‘ଏ’ ପକ୍ଷରୁ ଆଇଏମ ସିଦ୍ଧାନ୍ତ ମହାପାତ୍ର, ଉତ୍କଳ ରଞ୍ଜନ ସାହୁ, ରାଜେଶ ନାୟକ, ଆଶୀର୍ବାଦ ସ୍ବାଇଁ ଓ ବୈଭବ ମିଶ୍ର ପ୍ରତିନିଧିତ୍ୱ କରୁଥିଲେ। ଉତ୍କଳ ଦଳର ନେତୃତ୍ୱ ନେଉଥିଲେ। ବୈଭବ ୪ର୍ଥ ବୋର୍ଡରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ପ୍ରତିଯୋଗିତାରେ ଭାଗ ନେଇଥିବା ଓଡ଼ିଶା ‘ବି’ ୧୪ତମ ସ୍ଥାନରେ ସନ୍ତୁଷ୍ଟ ରହିଛି। ଏହି ଦଳରେ ଅଂଶୁମାନ ସାମଲ, ନିଲ୍‌ସୁ ପଟ୍ଟନାୟକ, ସୁସୋଭିତ ଦାସ, ଆଶୁତୋଷ ମହାନ୍ତି ଖେଳୁଥିଲେ। ସୁସୋଭିତ ଦାସ ଦଳର ନେତୃତ୍ୱ ନେଇଥିଲେ।
ପଦ୍ମିନୀଙ୍କ ଟିମ୍‌ ଚାମ୍ପିୟନ
ପ୍ରତିଯୋଗିତାର ମହିଳା ବିଭାଗରେ ଆଇଏମ୍‌ ପଦ୍ମିନୀ ରାଉତଙ୍କ ପେଟ୍ରୋଲିୟମ ସ୍ପୋଟର୍‌ସ ପ୍ରମୋଶନ ବୋର୍ଡ ଚାମ୍ପିୟନ ହୋଇଛି। ଏହି ଦଳରେ ପଦ୍ମିନୀଙ୍କ ସହିତ ମହିଳା ଗ୍ରାଣ୍ଡମାଷ୍ଟର ମାରି ଆନ ଗୋମ୍ସ, ସୌମ୍ୟା ସ୍ବାମୀନାଥନ, ମହିଳା ଅନ୍ତର୍ଜାତୀୟ ମାଷ୍ଟର ରକ୍ଷିତା ଦେବୀ ଓ ଆଇଏମ ନିଶା ମୋହତା ଖେଳୁଥିଲେ। ପେଟ୍ରୋଲିୟମ ସ୍ପୋଟର୍‌ସ ପ୍ରମୋଶନ ବୋର୍ଡ ୭ ମ୍ୟାଚରୁ ୭ ବିଜୟ ହାସଲ କରିଥିଲା।
ଓଡ଼ିଶାର ପ୍ରଥମ ମହିଳା ଗ୍ରାଣ୍ଡମାଷ୍ଟର (ଡବ୍ଲ୍ୟୁଜିଏମ)କିରଣ ମନୀଷା ମହାନ୍ତି ଏହି ପ୍ରତିଯୋଗିତାରେ ତାଙ୍କ ନିଯୁକ୍ତି ସଂସ୍ଥା ଏଲଆଇସି ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଏଥିରେ ଏଲଆଇସି ୯ମ ସ୍ଥାନ ଅଧିକାର କରିଥିଲା। କିରଣଙ୍କ ବ୍ୟତୀତ ଡବ୍ଲ୍ୟୁଜିଏମ ସ୍ବାତୀ ଘାଟେ, ଅନଘା ୟାର୍ଡି, ମହିଳା ଫିଡେ ମାଷ୍ଟର ବିନ୍ଦୁ ସରିତା କେ. ଓ ମନୀଷା ତ୍ରିବେଦୀ ଏହି ଦଳ ପକ୍ଷରୁ ଖେଳୁଥିଲେ।
ଓଡ଼ିଶାକୁ ୧୪ତମ ସ୍ଥାନ
ମହିଳା ବିଭାଗରେ ଲୋପାମୁଦ୍ରା ରାଉତରାୟ, ନବନୀତା ପଟ୍ଟନାୟକ, ସ୍ମାରକୀ ମହାନ୍ତି ଓ କ୍ୟାଣ୍ଡିଡେଟ ମାଷ୍ଟର ଅପରାଜିତା ଗୋଚ୍ଛିକାର ଓଡ଼ିଶା ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ। ତେବେ ୭ ରାଉଣ୍ଡରୁ ୬ ପଏଣ୍ଟ ପାଇ ଓଡ଼ିଶା ଦଳ ୧୪ତମ ସ୍ଥାନରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri