ଜାତୀୟ କରାଟେ ପ୍ରତିଯୋଗିତାରେ ମିଳିଛି ସ୍ବର୍ଣ୍ଣ ପଦକ : ପ୍ରତିଭା ବିିକାଶରେ ଅର୍ଥ ସାଜିଛି ବାଧକ

ମହାକାଳପଡ଼ା,୧୨ା୮(ଡି.ଏନ୍‌.ଏ.):  ଅର୍ଥ ଅଭାବରୁ ଜଣେ ପ୍ରତିଭାବାନ ଛାତ୍ରୀ ତଥା ଜାତୀୟସ୍ତରର କରାଟେ ଖେଳାଳି ଉଚ୍ଚ ଶିକ୍ଷା ଲାଭ କରିବାରେ ବାଧକ ସୃଷ୍ଟି ହୋଇଛି। ସେ ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖରିନାସୀ ଗ୍ରାମର ପାୟଲ ବାୟନ(୧୭)। ୨୦୧୩ରେ ସେ କଟକ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ଜାତୀୟ କରାଟେ ପ୍ରତିଯୋଗିତାରେ ଭାଗ ନେଇ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଏଥିସହ ୨୦୧୭ରେ ବ୍ଲକ ଅନ୍ତର୍ଗତ ଖରିନାସୀ ହାଇସ୍କୁଲରୁ ମାଟ୍ରିକ ପରୀକ୍ଷାରେ ୮୦ ପତିଶତ ମାର୍କ ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚଳିତବର୍ଷ ମାର୍ଶାଘାଇସ୍ଥିତ ଏକ ଘରୋଇ କଲେଜରୁ ଯୁକ୍ତ ୨ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମାତ୍ର ଆଗକୁ ପଢ଼ିବାକୁ ଅର୍ଥ ନ ଥିବାରୁ ଉଚ୍ଚ ଶିକ୍ଷା କିପରି ଲାଭ କରିବେ ସେନେଇ ପାୟଲ ଚିନ୍ତିତ ହୋଇପଡିଛନ୍ତି।
ସୂଚନାଯୋଗ୍ୟ, ତାଙ୍କ ମା’ ବାପା ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ଆଗକୁ ପଢ଼ିବାକୁ ଓ କରାଟେ ପାଇଁ ପ୍ରଶିକ୍ଷଣ ନେବାକୁ ପାଖରେ ଅର୍ଥ ନାହିଁ। ଫଳରେ ତାଙ୍କ ପାଠରେ ଡୋରି ବନ୍ଧା ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବରୁ ବାପା ଶୁକଦେବ ବାୟନ ଜଣେ କରାଟେ କୋଚ ଥିଲେ। ବାପାଙ୍କ ଠାରୁ ଅନୁପ୍ରାଣିତ ହୋଇ ପାୟଲ ୫ ବର୍ଷରୁ କରାଟେ ଶିଖିବାକୁ ଆରମ୍ଭ କରିଥିଲେ। ପରେ ଝିଅର ଆଗ୍ରହ ଦେଖି ପାରାଦୀପ ଅଞ୍ଚଳର କରାଟେ କୋଚ ମାଷ୍ଟର ସଞ୍ଜୟ ସାହାଙ୍କଠାରୁ ବିଧିବଦ୍ଧ ଭାବେ ପ୍ରଶିକ୍ଷଣ ଦେଇଥିଲେ। ଅଦ୍ୟାବଧି ସେ ଏହି ପ୍ରତିଯୋଗିତାରେ ଅରେଞ୍ଜ, ବ୍ଲୁ ଓ ମେରୁନ ଆଦି ସୋପାନ ଅତିକ୍ରମ କରି ଏବେ ବ୍ଲାକ ବେଲ୍ଟର ନିକଟତର ହୋଇଛନ୍ତି। ସୋମବାର ପାରାଦୀପରେ ତାଙ୍କର ଶେଷ ପରୀକ୍ଷା ରହିଛି। ଏଥିରେ ସଫଳ ହେଲେ ସେ ବ୍ଲାକ ବେଲ୍ଟର ଅଧିକାରୀ ହେବେ। ପୂର୍ବରୁ ମଧ୍ୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କରାଟେ ପ୍ରତିଯୋଗିତାରେ ଭାଗନେଇ ସେ ପ୍ରମାଣପତ୍ର, ମେଡାଲ ଓ ଟ୍ରଫି ହାସଲ କରିଛନ୍ତି। ଏହାସତ୍ତ୍ୱେ ପାୟଲ ଅର୍ଥ ଅଭାବରୁ ଉଚ୍ଚ ଶିକ୍ଷା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି । ଏନେଇ ସେ ଚଳିତ ମାସ ୨ ତାରିଖରେ କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମାଙ୍କୁ ଭେଟି ନିଜ ସମସ୍ୟା ସମ୍ପର୍କରେ କହିଥିଲେ।
ଜିଲାପାଳ ବର୍ମା ତାଙ୍କର ଟ୍ରଫି ଓ ବିଭିନ୍ନ ପ୍ରମାଣ ପତ୍ର ଦେଖି ଖୁସିବ୍ୟକ୍ତ କରିବା ସହ ଅଧିକ ପ୍ରଶିକ୍ଷଣ ଓ ଉଚ୍ଚ ଶିକ୍ଷା ଯୋଗାଇ ଦେବା ଲାଗି ଭୁବନେଶ୍ୱରସ୍ଥିତ କିଟ୍‌ସ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ଚିିଠି ନଂ ୩୩୦/୨ା୮ା୧୯ରେ ଏହି ବିଷୟରେ ଉଲ୍ଲେଖ ରହିଛିି। ଆଗାମୀ ଦିନରେ କରାଟେରେ ବ୍ଲାକ୍‌ ବେଲ୍ଟ ହାସଲ ସହ ଉଚ୍ଚ ଶିକ୍ଷା ଲାଭ କରି ଜିଲା ପାଇଁ ଗୌରବ ଆଣିବାକୁ ପାୟଲ ଆଶାବ୍ୟକ୍ତ କରିଛନ୍ତି। ଏନେଇ ତାଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ଲାଗି ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri