ଜାତିପ୍ରଥା ପାଇଁ ମୃତଦେହ ୨ ଦିନ ଘରେ ପଡ଼ି ରହିଲା

ବାରିପଦା ଅଫିସ/ କୁଳିଅଣା,୧୬ା୮(ଡି.ଏନ୍‌.ଏ.)- ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ଜାତିପ୍ରଥାକୁ କେନ୍ଦ୍ରକରି ଜଣେ ମହିଳାଙ୍କ ମୃତଦେହ ୨ ଦିନ ଘରେ ପଡ଼ି ରହିବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ପରିବାର ମଧ୍ୟରେ ଲିଖିତ ଚୁକ୍ତିନାମା କରିବା ପରେ ମୃତଦେହ ସତ୍କାର କରାଯାଇଛି। କୁଳିଅଣା ଥାନା ଅନ୍ତର୍ଗତ କୁଚେଇ ଅଞ୍ଚଳରେ ଏଭଳି ଏକ କୁତ୍ସିତ ଘଟଣା ଦେଖିବାକୁ ମିଳିଛି। ମୃତ ମହିଳାଙ୍କ ବାପ ଘର ଓ ଶାଶୁଘର ମଧ୍ୟରେ ପୂର୍ବରୁ ଚୁକ୍ତି ହୋଇଥିବା ଜାତିପ୍ରଥା ପଣ ବିବାଦର ସମାଧାନ ନ ହେବା ପର୍ଯ୍ୟନ୍ତ ମୃତଦେହ ସତ୍କାର ନ କରାଇବାକୁ ବାପଘର ଲୋକେ ଜିଦ ଧରି ବସିଥିଲେ । ଗତ ୧୦ ବର୍ଷ ପୂର୍ବେ କୁଚେଇ ଅଞ୍ଚଳର କାନ୍ଦ୍ରା ସୋରେନ ପଳାଶବଣି ଗାଁର ପାର୍ବତୀ ସୋରେନଙ୍କୁ ଭଲପାଇ ବିବାହ କରିଥିଲେ। ତେବେ ବିବାହ ସମୟରେ ଜାତିପ୍ରଥା ନିୟମ ଅନୁସାରେ କାନ୍ଦ୍ରା ପଣ ଦେଇ ନ ଥିଲେ। ଯେଉଁଥି ପାଇଁ ବିଭିନ୍ନ ସମୟରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହେଉଥିଲା। ଗତ କିଛି ଦିନ ହେଲା ପାର୍ବତୀଙ୍କ ଦେହ ଅସୁସ୍ଥ ଥିଲା। ଗୁରୁବାର ଭୋର ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ମୁତ୍ୟୁ ଖବର ଶୁଣି ତାଙ୍କ ବାପଘର ଲୋକେ ଝିଅର ଶାଶୁଘରେ ପହଞ୍ଚିଥିଲେ। ପୂର୍ବରୁ ଦୁଇ ପରିବାର ମଧ୍ୟରେ କଥା ହୋଇଥିବା ଜାତିପ୍ରଥା ପଣ ବିବାଦର ସମାଧାନ ନ ହେଲେ ମୃତଦେହ ସେହିଭଳି ପକାଇ ରଖିବାକୁ ଜିଦ୍‌ ଧରି ବସିଥିଲେ। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଭଳି ପରିସ୍ଥିତି ଉପୁଜିଥିଲା। ଏହାର ସମାଧାନ ପାଇଁ କାନ୍ଦ୍ରା ୩ ମାସ ସମୟ ମାଗିଥିଲେ। ହେଲେ ତାଙ୍କ କଥାରେ ମୃତ ପାର୍ବତୀଙ୍କ ବାପଘର ଲୋକେ ସହମତ ହୋଇନଥିଲେ। ଫଳରେ ମୃତଦେହ ସତ୍କାର ନ କରି ଘର ଭିତରେ ପକାଇ ରଖାଯାଇଥିଲା।

ଖବରପାଇ ପ୍ରଥମେ କୁଳିଅଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ପରିବାରକୁ ବୁଝାସୁଝା କରିଥିଲେ ମଧ୍ୟ ଉଭୟପକ୍ଷ ବୁଝି ନ ଥିଲେ। ଫଳରେ ଦୁଇ ପରିବାର ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଥିଲା। ପରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବାରିପଦାରୁ ଯାଇ ଏହାର ସମାଧାନ ପାଇଁ ଦୁଇ ପରିବାର ମଧ୍ୟରେ ଏକ ଲିଖିତ ଚୁକ୍ତିନାମା କରାଇଥିଲେ। ଚୁକ୍ତିନାମା ହେବା ପରେ ମୃତଦେହ ବ୍ୟବଛେଦ ପାଇଁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ନିଆଯାଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ସ୍ଥାନୀୟ ସରପଞ୍ଚଙ୍କ ସହଯୋଗରେ ବାରୁଣି ଘାଟରେ ପାର୍ବତୀଙ୍କ ସତ୍କାର କରାଯାଇଥିଲା। ଏଥିନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୨୪/୧୯) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହୋଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri