ଜଳେଶ୍ୱର ଆସିବାକୁ ପଞ୍ଜୀକରଣ କଲେ ୫୬୩୮ ଶ୍ରମିକ

ଜଳେଶ୍ୱର, ୩୦ା୪ (ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ୩୫ ପଞ୍ଚାୟତର ପ୍ରାୟ ୨ଲକ୍ଷ ୧୦ହଜାର ଲୋକ ବସବାସ କରନ୍ତି। ଏଥିରୁ ୨୧ହଜାର ବ୍ୟକ୍ତି ଅନ୍ୟ ରାଜ୍ୟରେ ରହି କାର୍ଯ୍ୟ କରୁଥିବା ବେଳେ ୫ହଜାର ବ୍ୟକ୍ତି ଅନ୍ୟ ଜିଲାରେ ରହି କାର୍ଯ୍ୟ କରି ଆସୁଥିବା ସରକାରୀ ତଥ୍ୟରୁ ପ୍ରକାଶ। ଏହି ୩୫ ପଞ୍ଚାୟତର ୨୦୭ଟି ଗାଁର ୫୬୩୮ ବ୍ୟକ୍ତି ନିଜ ଗାଁକୁ ଫେରିବାକୁ ଅନଲାଇନ୍‌ରେ ପଞ୍ଜୀକରଣ କରିଛନ୍ତି । ଏହି ବ୍ୟକ୍ତିମାନେ ଘରବାହୁଡା ହେଲେ କେତେ ସ୍ଥାନର ଆବଶ୍ୟକ ହେବ ସେନେଇ ପ୍ରଶାସନ ତପତ୍ର ହୋଇଉଠିଛିି। ପୂର୍ବରୁ ପ୍ରତି ପଞ୍ଚାୟତରେ ଅନ୍ୟୁନ ଗୋଟିଏ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୧୦ ବା ୧୫ଜଣଙ୍କ ରହିବାର ବ୍ୟବସ୍ଥା ରହିଥିଲା। ବହୁ ପଞ୍ଚାୟତରେ ୨୦୦ରୁ ଅଧିକ ବ୍ୟକ୍ତି ଏହି ଅସ୍ଥାୟୀ କେନ୍ଦ୍ରରେ ରହିବା ଲାଗି ନାମ ପଞ୍ଜୀକରଣ କରିଛନ୍ତି। ପୂର୍ବରୁ ଖୋଲାଯାଇଥିବା କେନ୍ଦ୍ରଗୁଡିକରେ ରହିବା ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ । ହାଇସ୍କୁଲରେ ଏପରି କେନ୍ଦ୍ର ଖୋଲାଯିବାର ସିଦ୍ଧାନ୍ତ ହୋଇଥିବା ବେଳେ ସବୁ ବିଦ୍ୟାଳୟରେ ସେପରି ଭିତ୍ତିଭୂମି ନାହିଁ। କିନ୍ତୁ ଜିଲାପାଳଙ୍କ ନିର୍ଦ୍ଦେଶରେ ଗୋଟିଏ ଆକ୍ୱାଗାର୍ଡ, ଗୋଟିଏ ବଡ ଇନ୍‌ଭର୍ଟର କିଣି ଦିଆଯିବାର ବ୍ୟବସ୍ଥା ବିଡିଓ କରୁଥିବା ଜଣାଯାଇଛି। କିନ୍ତୁ ସରପଞ୍ଚମାନେ ଜିଲାପାଳଙ୍କ ଦାୟିତ୍ୱ ପାଇଥିବା ବେଳେ ସେମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯାଉ ନ ଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏପରିକି ସେମାନଙ୍କୁ କିପରି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ରଖାଯାଇ ଚିକିତ୍ସା କରାଯାଇପାରିବ ତାହା ପ୍ରଶାସନର ମୁଣ୍ଡ ବ୍ୟଥା ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

ସମ୍ବଲପୁର DRUCC ସଦସ୍ୟ ଭାବେ ମନୋନୀତ ହେଲେ ରମଣୀ ରଞ୍ଜନ ବେହେରା

ବରଗଡ଼, ୨୩।୯ (ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ରେଳପଥ ମଣ୍ଡଳ (ଡିଭିଜନ୍)ର ‘ଡିଭିଜନାଲ୍ ରେଲୱେ ୟୁଜର୍ସ କନସଲଟେଟିଭ୍ କମିଟି’ (DRUCC) ର ନୂତନ ସଦସ୍ୟ ଭାବେ ବରଗଡ଼ର ଜଣାଶୁଣା…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

“କାହିଁକି ଜମିକୁ ପାଣି ଛାଡ଼ୁନୁ?” ଯୁବକଙ୍କ ବେକ-ହାତକୁ ଦା’ରେ ହାଣି ପ୍ରତିଶୋଧ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଚାଷଜମିକୁ ପାଣି ଛାଡ଼ିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମରେ ଏକ ସାଂଘାତିକ ଆକ୍ରମଣ ଘଟଣା…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ଲଘୁଚାପ ବର୍ଷାରେ ସୃଷ୍ଟି ହେଲା ବନ୍ୟା ଆଶଙ୍କା: ଭଞ୍ଜନଗରରେ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର, ସ୍ଥିତି ଉପରେ ନଜର ରଖିଛନ୍ତି ବିଧାୟକ

ଭଞ୍ଜନଗର, ୨୩।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି। ଫଳରେ…

ନାଳ ପାର ହେବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ ଚାଷୀ, ସ୍ତ୍ରୀଙ୍କ ସାହସିକତା-ପ୍ରଶାସନର ତତ୍ପରତାରୁ ବଞ୍ଚିଲା ଜୀବନ

ପାରଳାଖେମୁଣ୍ଡି, ୨୩।୯ (ଗିରିଧାରୀ ପରିଛା): ଅବପାତଜନିତ ଲଗାଣ ବର୍ଷା ଯୋଗୁ ନାଳର ପ୍ରଖର ସ୍ରୋତରେ ଭାସିଯାଇଥିବା ଜଣେ ଚାଷୀଙ୍କୁ ପ୍ରଶାସନ ଓ ଅଗ୍ନିଶମ ବାହିନୀର ତତ୍ପରତା ଯୋଗୁ…

ସ୍କୁଟିରେ ବ୍ରହ୍ମପୁର ଷ୍ଟେଶନ୍ ଚାଲାଣ ହେଉଥିଲା ଗଞ୍ଜେଇ! ପାଟ୍ରୋଲିଂ ବେଳେ ମାଡ଼ିବସିଲା ଅବକାରୀ ଟିମ୍

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?