Posted inରାଜ୍ୟ

ଜଳ ଯୋଗାଣ ବନ୍ଦ, ଚୁଆ ପାଣି ଭରସା

ଖଣ୍ଡପଡା,୬ା୬(ସ୍ବ.ପ୍ର.): ନୟାଗଡ ଜିଲା ଧାନଚାଙ୍ଗଡା ପଞ୍ଚାୟତର ଲକ୍ଷ୍ମୀପ୍ରସାଦ ଗ୍ରାମବାସୀ ପାନୀୟ ଜଳ ପାଇଁ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଗତ ରବିବାର କାଳବୈଶାଖୀରେ ଉକ୍ତ ଗ୍ରାମକୁ ଯୋଗାଯାଉଥିବା ଜଳ ଯୋଗାଣ ପ୍ରକଳ୍ପର ଲୁହା ସ୍ଲାବ ସହ ଯୋଗାଣ ପାଇପ ଉଡିଯିବାରୁ ଜଳ ଯୋଗାଣ ବନ୍ଦ ରହିଛି । ଦୀର୍ଘ ୫ ବର୍ଷ ହେଲା ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ଲକ୍ଷ୍ମୀପ୍ରସାଦବାସୀଙ୍କ ବାରମ୍ବାର ଦାବି ପରେ ଗତ ୧୫ ଦିନ ତଳେ କାର୍ଯ୍ୟକ୍ଷମ ହୋଇଥିବା ଉକ୍ତ ଜଳ ଯୋଗାଣ ପ୍ରକଳ୍ପଟି ପୁଣି ବନ୍ଦ ହୋଇ ଯାଇଛି। ଫଳରେ ଗ୍ରାମବାସୀ ପୂର୍ବପରି ପାଣି ମୁନ୍ଦେ ପାଇଁ ଦୀର୍ଘ ପ୍ରାୟ ଏକ କିଲୋମିଟର ଦୂର କମେଇ ନଦୀକୁ ଯାଇ ଦୂଷିତ ଚୁଆ ପାଣିକୁ ସଂଗ୍ରହ କରୁଥିବା ପରିଲକ୍ଷିତ ହୋଇଛି । ସୂଚନାଯୋଗ୍ୟ ଯେ, ଧାନଚେଙ୍ଗଡା ପଞ୍ଚାୟତର ୧, ୨ ଓ ୩ ନମ୍ବର ୱାର୍ଡକୁ ନେଇ ଲକ୍ଷ୍ମୀପ୍ରସାଦ ଗ୍ରାମ ଗଠିତ ା ଗ୍ରାମର ଲୋକ ସଂଖ୍ୟା ୧ହଜାରରୁ ଊର୍ଦ୍ଧ୍ୱ। ଏହି ଗ୍ରାମରେ ୬ଟି ନଳକୂପ ରହିଥିଲେ ମଧ୍ୟ ତାହା ପାନୀୟ ଉପଯୋଗୀ ନୁହେଁ ଏବଂ ୨ଟି କୂଅ ରହିଥିଲେ ମଧ୍ୟ ସେଗୁଡିକ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ା ନୂଆଗାଁ(ଲକ୍ଷ୍ମୀପ୍ରସାଦ) ଗ୍ରମବାସୀଙ୍କୁ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟ ନେଇ ଦୀର୍ଘ ବର୍ଷ ତଳେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଏକ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରା ଯାଇଥିଲା ା ଏହି ଯୋଜନାରେ କମେଇ ନଦୀର ଦକ୍ଷିଣ ପାର୍ଶ୍ୱ ମାଳବନ୍ଧ ନିକଟରେ ଏକ ବୋର ୱେଲ ଖନନ କରାଯାଇ ମୋଟର ପମ୍ପ ମାଧ୍ୟମରେ ଲକ୍ଷ୍ମୀ ପ୍ରସାଦ ଗ୍ରାମବାସୀଙ୍କୁ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇଥିଲା ା ମାତ୍ର ଉକ୍ତ ଜଳ ପାନୀୟ ଉପଯୋଗୀ ହୋଇ ନଥିବାରୁ ଏହି ଜଳକୁ ବ୍ୟବହାର କରି ଅଧିକାଂଶ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିଲେ। ବିଶେଷ କରି ଏହି ପାଣିକୁ ବ୍ୟବହାର କରି ଗ୍ରାମର ଅଧିକାଶଂ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ରୁ ୧୫ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଉକ୍ତ ପ୍ରକଳ୍ପଟି ଦୀର୍ଘ ବର୍ଷ ହେବ ଅକାମୀ ହୋଇ ପଡିଥିବା ବେଳେ ଗ୍ରାମବାସୀଙ୍କ ବାରମ୍ବାର ଦାବି ପରେ କମେଇ ନଦୀ କୂଳରେ ଅନ୍ୟ ଏକ ଇନଟେକ ୱେଲ ଖନନ କରାଯାଇଥିଲେ ମଧ୍ୟ ଦୀର୍ଘ ବର୍ଷ ହେଲା ତାହା କାର୍ଯ୍ୟକ୍ଷମ ହେଉ ନ ଥିଲା । ଏ ସମ୍ପର୍କରେ ‘ନଳ କୂପ ଅଚଳ, ପାଣି ପାଇଁ ଲୋକେ ଡହଳ ବିକଳ, ଦୂଷିତ ଚୁଆପାଣି ବ୍ୟବହାର କରୁଛନ୍ତି ଲୋକେ’ଶୀର୍ଷକ ଖବର ଗତ ମେ ମାସ ୧୧ ତାରିଖରେ ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହା ପରେ ଗତ ୧୫ ଦିନ ତଳେ ଉକ୍ତ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇ ଲୋକମାନଙ୍କ ପାନୀୟ ଜଳ ଆବଶ୍ୟକତାକୁ ମେଣ୍ଟାଇଥିଲା। ମାତ୍ର ଗତ ୨ ତାରିଖ କାଳ ବୈଶାଖୀ କମେଇ ନଦୀ କୂଳରେ ଥିବା ଜଳ ଯୋଗାଣ ପ୍ରକଳ୍ପ ଟାଙ୍କିର ଉପରି ଭାଗ ଲୁହା ସ୍ଲ୍ଳାବ ସହ ସଂଯୋଗ ଥିବା ଜଳ ଯୋଗାଣ ପାଇପକୁ ନଷ୍ଟ କରି ଦେଇଛି । ଗ୍ରୀଷ୍ମ ପ୍ରବାହ ସମୟରେ ପୂର୍ବବତ ମହିଳା ମାନେ କମେଇ ନଦୀରେ ଚୁଆ ଖୋଳି ଦୂଷିତ ପାଣିକୁ ବ୍ୟବହାର ପାଇଁ ସଂଗ୍ରହ କରୁଥିବା ପରିଲକ୍ଷିତ ହୋଇଛି । ଏ ସମ୍ପର୍କରେ ନୟାଗଡ ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ.ରାଜୀବ କୁମାର ପାଣିଗ୍ରାହୀଙ୍କୁ ପଚାରିବାରେ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

ଭାଜପାରୁ ଲଢ଼ିବେ ବାଣୀକଲ୍ୟାଣ

ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ୍‌)ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ନବାଗତ ଯୁବନେତା ବାଣୀକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଭାଜପା ଶନିବାର ଘାଷଣା କରିଛି। ଯୁବ...

‘ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି’

ଭବାନୀପାଟଣା/କୋକସରା/ଗୋଲାମୁଣ୍ଡା/ କର୍ଲାମୁଣ୍ଡା,୨୮।୪(ଉତ୍ତମ କୁମାର ଦାଶ/ ଦୁଷ୍ମନ୍ତ ପଟ୍ଟଯୋଶୀ/ବଟକୃଷ୍ଣ ପଣ୍ଡା/ପ୍ରଦୀପ ସାହୁ): ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର କଳାହାଣ୍ଡି ଜିଲାର...

ପୁରୀ ସାହିଯାତରେ ପ୍ରଚାରକଲେ ନେତା

ପୁରୀ,୨୮ା୪(ଅଜିତ୍‌ ମହାନ୍ତି)ଶ୍ରୀକ୍ଷେତ୍ରରେ ସାହିଯାତକୁ ନେଇ ପୁରୀ ସହର ଏବେ ଉତ୍ସବମୁଖର। ସାହି ଯାତରେ ଶ୍ରୀକ୍ଷେତ୍ରର ପାରମ୍ପରିକ ସମରକଳା ନୃତ୍ୟ ଦେଖିବାକୁ ମଳୁଛି। ଶୁକ୍ରବାର ବାଲିସାହି ପକ୍ଷରୁ...

ସମସ୍ୟା ଘେରରେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ଟାଙ୍ଗୀ,୨୮ା୪(ରଘୁନାଥ ସାହୁ)ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ୨୬ ପଞ୍ଚାୟତ, ଚିଲିକା ବ୍ଲକ ଅନ୍ତର୍ଗତ ୫ ପଞ୍ଚାୟତ ଓ ରଣପୁର ବ୍ଲକ ଅନ୍ତର୍ଗତ...

କଟକ: ଆସନ୍ତା କାଲି ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି

କଟକ,୨୮ା୪(କାର୍ତ୍ତିକ ସାହୁ)ଆସନ୍ତା ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ନିର୍ବାଚନ ନିମନ୍ତେ...

ବଦଳୁଛି ଟ୍ରେଣ୍ଡ୍‌, ରୋଗ କିଣୁଛି ମଣିଷ

କଟକ,୨୮।୪(ଦିବାକର ସାହୁ)ମଣିଷ ଆଧୁନିକତାର ସ୍ରୋତରେ ଆଗେଇ ଚାଲିଛି। ସମୟ ସହ ତାଳ ଦେଇ ଦିନକୁ ଦିନ ଖାଦ୍ୟପେୟ, ଚାଲିଚଳଣିରେ ପରିବର୍ତ୍ତନ କରୁଛି। ପୂର୍ବରୁ କୌଣସି ଉତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri