ଜରୁରୀ ସେବାରେ ଏନ୍‌ଜେନର ମନମାନି:ସନ୍ଦେହରେ ପ୍ରଶାସନର ନୀରବତା

ତାଳଚେର, ୧୫ା୬(ମନୋଜ ନନ୍ଦ)କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବି କରି ତାଳଚେର ବିଦ୍ୟୁତ୍‌ ସବ୍‌ଡିଭିଜନ ଚାଇଁପାଳ ଅଧୀନରେ କାର୍ଯ୍ୟ କରୁଥିବା ଏନ୍‌ଜେନର ୩୯୩ କର୍ମଚାରୀ ଏପ୍ରିଲ ୨୨ରୁ ଆନ୍ଦୋଳନରେ ବସିଛନ୍ତି। ଫଳରେ ରକ୍ଷଣାବେକ୍ଷଣଠାରୁ ମରାମତି ଯାଏ କୌଣସି କାର୍ଯ୍ୟ ଠିକଣା ଭାବେ ହୋଇପାରୁ ନାହିଁ। ସେସୁର କେତେଜଣ କର୍ମଚାରୀ ସେବା ଯୋଗାଇଦେବାକୁ ଚେଷ୍ଟା ଜାରି ରଖିଥିଲେ ହେଁ ବଡ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ବିଦ୍ୟୁତ୍‌ ଉପଭୋକ୍ତା। ସମସ୍ୟାର ସମାଧାନ ଦାୟିତ୍ୱ ଏନ୍‌ଜେନର ହୋଇଥିଲେ ବି କମ୍ପାନୀ କର୍ତ୍ତୃପକ୍ଷ ଏ ଦିଗରେ ଏଯାଏ ଆଗ୍ରହ ପ୍ରକାଶ କରିନାହାନ୍ତି। ଏପରି କି ଶର୍ମାଛକସ୍ଥିତ ଅଫିସରେ ୫୨ ଦିନ ଧରି ପଡ଼ିଥିବା ତାଲା କିପରି ଖୋଲିବ ସେ ନେଇ କର୍ତ୍ତୃପକ୍ଷ ଆଦୌ ଚେଷ୍ଟା କରୁ ନ ଥିବା ବେଳେ ଉପଖଣ୍ଡ ଓ ଜିଲା ପ୍ରଶାସନ ଏତେଦିନ ଧରି ନୀରବ ରହିବା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି।
ତାଳଚେର ବିଦ୍ୟୁତ୍‌ ସବ୍‌ଡିଭିଜନ ଅଧୀନରେ ରହିଛି ତାଳଚେର, ବଲଣ୍ଡା, ସମଲ, କଣିହାଁ ଓ ହାଟତୋଟା ଅଞ୍ଚଳ। ଏଠାରେ ପ୍ରାୟ ୩୫ ହଜାର ଉପଭୋକ୍ତା ରହିଛନ୍ତି। ୨୦୧୨ରୁ ବିଦ୍ୟୁତ୍‌ ବଣ୍ଟନ ସହଭାଗିତାରେ ଏନଜେନ କମ୍ପାନୀ ତାଳଚେରରେ କାମ କରୁଛି। ରକ୍ଷଣାବେକ୍ଷଣ କରିବା, ଉନ୍ନତମାନର ସେବା ଯୋଗାଇବା, ବିଲ୍‌ ଆଦାୟ ସହ ପଇଠ, ବିଦ୍ୟୁତ୍‌ ସଂକ୍ରାନ୍ତୀୟ ଲୋକଙ୍କ ସମସ୍ୟାର ସମାଧାନ, ବିଦ୍ୟୁତ୍‌ ଚୋରି ଓ କ୍ଷତି କମାଇବା ଏନଜେନର କାମ। କିନ୍ତୁ ଗତ ଏପ୍ରିଲ ୨୨ରେ ମରାମତି ବେଳେ ଠିକା ଶ୍ରମିକ ରାସୋଳର ଅଭିଜିତ ସାହୁଙ୍କ ମୃତ୍ୟୁ ପରେ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି କର୍ମଚାରୀଙ୍କ ଆନ୍ଦୋଳନ ପରଠାରୁ ଏନଜେନ ଏଠାରେ ଆଉ ସେବା ଠିକ୍‌ ଭାବେ ଯୋଗାଇ ଦେଉ ନାହିଁ। ଏପରି କି ଶର୍ମାଛକ ଠାରେ ଥିବା ଅଫିସରେ କର୍ମଚାରୀମାନେ ଝୁଲାଇଥିବା ତାଲା କିପରି ଖୋଲିବ ସେ ନେଇ କିଛି ବି ପଦକ୍ଷେପ ସଂସ୍ଥା ପକ୍ଷରୁ ନିଆଯାଉ ନାହିଁ। ଏଠାରେ ଥିବା ୨ଜଣ ଜେଇ, ଜଣେ ଏସ୍‌ଡିଓ, ଜଣେ କମର୍ସ ମ୍ୟାନେଜର, ଜଣେ ଟେକନିକାଲ ମ୍ୟାନେଜର, ଜଣେ କମର୍ସହେଡ ମୋବାଇଲ ବନ୍ଦକରି ଚୁପ୍‌ଚାପ୍‌ ବସିଯାଇଥିବା ବେଳେ ସାଧାରଣ ଉପଭୋକ୍ତାମାନେ ବାରମ୍ବାର ଅଫିସ ଧାଇଁ ନିରାଶରେ ଫେରିବାକୁ ବାଧ୍ୟ ହେଉଛନ୍ତି। ଗତ ୨ମାସ ହେଲା ବଦ୍ୟୁତ୍‌ ବିଲ୍‌ ଦିଆଯାଇ ନାହିଁ। ଉପଭୋକ୍ତାଙ୍କ ଲାଇନ ଖରାପ ହେଲେ ଠିକ୍‌ କରିବାକୁ କେହି ନାହିଁ। ନିର୍ବାଚନ ଓ ଭୋଟଗଣତି ବେଳେ ମଧ୍ୟ ଏନ୍‌ଜେନ କର୍ମଚାରୀ କାମ କଲେ ନାହିଁ। ସେସୁର କେତେଜଣ କର୍ମଚାରୀ ସେବେଠାରୁ କାମଚଳା ଭାବେ କିଛି କିଛି କାମ କରୁଛନ୍ତି। ମାତ୍ର ଉପଭୋକ୍ତାଙ୍କ ସମସ୍ୟା ଦୂର ହୋଇ ପାରୁ ନ ଥିବାରୁ ଉପଖଣ୍ଡ କିମ୍ବା ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବା କଥା। କିନ୍ତୁ ପ୍ରଶାସନ ଯେପରି ୫୨ ଦିନ ହେଲା ନୀରବରେ ବସିରହିଛି ତାହାକୁ ନେଇ ଉପଭୋକ୍ତାମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।
ଉପଭୋକ୍ତା ଚୈତନ୍ୟ ପ୍ରଧାନ କହିଛନ୍ତି, ଏଭଳି ସଂସ୍ଥା କେବେ ଦେଖି ନ ଥିଲୁ। ବିନା ନୋଟିସରେ ଜରୁରୀ ବିଦ୍ୟୁତ୍‌ ସେବା ଅଫିସରେ ୨ମାସ ହେଲା ତାଲା ଝୁଲୁଛି। ପ୍ରଶାସନ ଏଠି କରୁଛି କ’ଣ ତାହା ବୁଝି ହେଉ ନାହିଁ। ଧୀରମୋହନ ରାୟ କହିଛନ୍ତି, ଏନଜେନର ବରିଷ୍ଠ ଅଧିକାରୀ ଜାଣିଶୁଣି କିଛି କରୁ ନାହାନ୍ତି। ଲୋକ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଥିବା ବେଳେ ପ୍ରଶାସନ ଏ ଦିଗରେ କୌଣସି ଠୋସ ନିଷ୍ପତ୍ତି ନେଇ ପାରୁ ନାହିଁ। ଆଇନଜୀବୀ ଜ୍ଞାନରଞ୍ଜନ ପାଣି କହିଛନ୍ତି, ଏନଜେନ ରାଜ୍ୟ ସରକାରଙ୍କ ସହିତ କରିଥିବା ଏଗ୍ରିମେଣ୍ଟ ଖିଲାପ କରୁଛି। ଭିତ୍ତିଭୂମିର ବିକାଶ ନାହିଁ। ତୁରନ୍ତ ଏଠାରୁ ସରକାର ଏନଜେନକୁ ବିଦା କରିବା ଦରକାର। ପ୍ରେସ୍‌କ୍ଲବ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ କହିଛନ୍ତି, ଲୋକଙ୍କ କଥା ଶୁଣିବାକୁ ଏଠି କେହିନାହିଁ। ଅନ୍ୟପକ୍ଷରେ ଏନଜେନ କର୍ମଚାରୀ ପ୍ରଦୀପ୍ତ ଭୂତିଆ ଓ ଆଲୋକ ସାହୁ କହିଛନ୍ତି, କାଳବୈଶାଖୀ ବେଳେ କୁହାଗଲା କାମ କର, ସମସ୍ୟା ସମାଧାନ ହେବ। ଉପଜିଲାପାଳଙ୍କ କଥା ମାନି କାମକଲୁ। କିନ୍ତୁ ସମାଧାନ ପାଇଁ ଏବେ କେହି ଆଗକୁ ଆସୁନାହାନ୍ତି। ଏନଜେନ ଓଡ଼ିଶା ହେଡ୍‌ ଫିଲିପ ନାୟକ କହିଛନ୍ତି, ସମସ୍ୟା ସମାଧାନ ପାଇଁ ସମସ୍ତଙ୍କ ପାଖକୁ ଦୌଡି ଦୌଡି ନିରାଶ ହେଲୁଣି। ଶକ୍ତିସଚିବ ସ୍ଥାନୀୟ ବିଧାୟକଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ବିଧାୟକ ଏବେ ନାହାନ୍ତି। ସେ ଫେରିବା ପରେ ତାଙ୍କ ସହିତ ବସି ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ। ସେସୁ ଏସ୍‌ଡିଓ ମନୋଜ ପାଣି କହିଛନ୍ତି, ୨ମାସ ହେଲା ଏନଜେନ କର୍ମଚାରୀ କାମ କରୁନାହାନ୍ତି। ୩୩ କେଭି, ୧୧ କେଭି କାମ କରିବାକୁ ଆମ ପାଖରେ ଲୋକ ନାହାନ୍ତି। ଏନଜେନ ବିରୋଧରେ ଚାରିଆଡେ ଅସନ୍ତୋଷ ଓ ବିଦ୍ରୋହ ଦେଖାଦେଲାଣି। ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟ ଓ ଲାଇନ କଟିବା ବେଳେ ଲୋକେ ଏନଜେନ ଅଫିସରଙ୍କୁ ନ ପାଇ ସେସୁ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ଘଟଣା ସମ୍ପର୍କରେ ଉପଜିଲାପାଳ ପରେଶ ନାୟକଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଛୁଟିରେ ଥିବାରୁ ମତାମତ ଦେବାକୁ ମନା କରି ଦେଇଥିଲେ। ତେବେ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ସେସୁ ନିର୍ବାହୀ ଯନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯିବ। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri