ଜରାସିଂହା ପାଟଖଣ୍ଡା ଯାତ୍ରା ସମ୍ପନ୍ନ

ଦେଓଗାଁ,୧୨।୧୦(ଡି.ଏନ.ଏ.):
ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଜରାସିଂହାରେ ବିଜୟା ଦଶମୀରୁ ୫ଦିନ ଧରି ଚାଲିଥିବା ମା’ ପାଟଖଣ୍ଡା ଯାତ୍ରା ଶୁକ୍ରବାର ସମ୍ପନ୍ନ ହୋଇଯାଇଛି। ଅପରାହ୍ନରେ ପାଟଖଣ୍ଡାଙ୍କ କାଳିସୀ ବରୁଆଙ୍କ ଦେହରେ ଲାଗି ସ୍ବତନ୍ତ୍ର ବାଦ୍ୟର ତାଳେ ତାଳେ ନୃତ୍ୟ କରି ମାନସିକଧାରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ରାଜ ନଅର ପରିକ୍ରମା କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏହି ଅବସରରେ ଛେଳି, ମେଣ୍ଢା ଆଦି ବଳି ପ୍ରଦାନ କରାଯାଇଥିଲା। ପୂଜାର୍ଚ୍ଚନା ପରେ ଭକ୍ତଙ୍କୁ ଶେଷ ଦର୍ଶନ ସହ ଆଶୀର୍ବାଦ ପ୍ରଦାନ କରି ଦେବତା ସ୍ବସ୍ଥାନ ଦେଝାର ଜଙ୍ଗଲକୁ ପ୍ରତ୍ୟାବର୍ତ୍ତନ ପରେ ଯାତ୍ରା ସମ୍ପନ୍ନ ହୋଇଥିଲା।
ଗୁରୁବାର ପାହାନ୍ତାରେ ମାନସିକ ରୋଗୀଙ୍କ ସହ ବିଭିନ୍ନ ରୋଗୀଙ୍କୁ ଦେବତା ଲୁହାର ଏକ ଶିକୁଳି ସ୍ପର୍ଶ କରି ରୋଗ ଛଡାଇବାର କାର୍ଯ୍ୟକ୍ରମ ହୋଇଥିଲା। ରାତିରେ ଅନୁଷ୍ଠିତ ନିଶିଗୁଡି ଯାତ୍ରାରେ ଶତାଧିକ ମାନସିକଧାରୀ ମା’ଙ୍କ ନିକଟରେ ଗୁହାରି କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏପରିକି ଅପୁତ୍ରିକଙ୍କୁ ପୁତ୍ରପ୍ରାପ୍ତି ନିମନ୍ତେ ଫଳ ପ୍ରଦାନ କାର୍ଯ୍ୟକ୍ରମ ହୋଇଥିଲା ା ଅଧିଆ ପଡିଥିବା ଅପୁତ୍ରିକ ମାନସିକଧାରୀଙ୍କ ଉପରେ ନୃତ୍ୟରତ ଅବସ୍ଥାରେ ଦେବତା ଛିଡା ହୋଇ ବରପ୍ରଦାନ କାର୍ଯ୍ୟକ୍ରମ ଏଠାରେ ସମ୍ପୂର୍ଣ୍ଣ ନିଆରା। ଯାତ୍ରାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦଣ୍ଡନୃତ୍ୟ ଅନୁଷ୍ଠିତ ହୋଇଥିଲା ା ମା’ ପାଟଖଣ୍ଡା ଦେବୀଙ୍କ ଉପରେ ମାନସୀକଧାରୀଙ୍କ ଆସ୍ଥା ରହିଥିବାରୁ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ମଧ୍ୟ ଯାତ୍ରାରେ ଜିଲା ତଥା ଜିଲା ବାହାରରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଯାତ୍ରାରେ ମୀନା ବଜାର, ଦୋଳି ଲୋକଙ୍କ ଆକର୍ଷଣର କେନ୍ଦ୍ର ରହିଥିଲା। ମୁଖ୍ୟ ସେବାୟତ ସନ୍ତୋଷ ଥନାପତି, ମୁଖ୍ୟ ସେବକ ସାମନ୍ତ ଦୁର୍ଗାପ୍ରସାଦ ସିଂ ଦେଓ, ପଣ୍ଡିତ ଅସିତ କୁମାର ତ୍ରୀପାଠୀ, ଆଲୋକ ତ୍ରୀପାଠୀ, ଉଜ୍ଜ୍ୱଲ ଝାଙ୍କର, ଡା.ସରୋଜ କୁମାର ସାହୁ, ବିଏନ୍‌ଏଏ ସଭାପତି ସୁନ୍ଦରମଣି ଦଣ୍ଡସେନା, ୩୨ଦେହୁଲି ଗଣ, ବିଏନ୍‌ଏଏ ଯୁବକ ସଂଘ ଏବଂ ଜରାସିଂହା ଗ୍ରାମବାସୀ ଯାତ୍ରାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ବାପାଙ୍କ ମୃତଦେହକୁ ଛୁଇଁଲେନି କେହି: ୧୦ ଘଣ୍ଟା ପରେ…

ପାଟଣାଗଡ଼,୩।୭(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲାର ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ତୁଳସୀଡୁଙ୍ଗରି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧାଙ୍କ ପୁଅ ଅନ୍ୟଜାତିର ବାହା…

ଅଙ୍ଗନଦୀ ସେତୁରୁ ଉଠିଗଲା କଂକ୍ରିଟ: ଦୁର୍ଘଟଣା ଆଶଙ୍କା

ଲୋଇସିଂହା,୩।୭ (ସୁଶାନ୍ତ ବାରିକ):ବଲାଙ୍ଗୀର-ବରଗଡ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ସାଲେଭଟା ଅଙ୍ଗନଦୀ ସେତୁ ମଝି ଅଂଶ ଶୋଚନୀୟ ହୋଇ ପଡିଥିବା ସ୍ଥାନକୁ ଗତ ମଙ୍ଗଳବାର ମରାମତି କରାଯାଇଥିଲା।…

ରାଜ୍ୟ ପାଇଁ ଗୌରବ ଆଣିଲେ ଖୁସିରାମ: ଜାତୀୟ ଜୁନିୟର ପେନ୍‌ଚାକ୍‌ ସିଲାଟ୍‌ ଚାମ୍ପିୟନଶିପ୍‌ରେ…

ବଲାଙ୍ଗୀର,୩ା୭(ବୀରେନ୍ଦ୍ର କୁମାର ଝାଙ୍କର):ମହାରାଷ୍ଟ୍ରର ନାସିକଠାରେ ଗତ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୧୪ତମ ସିଙ୍ଗା, ମାକାନ, ପ୍ରି-ଟିନ୍‌, ପ୍ରି-ଜୁନିୟର ଓ ଜାତୀୟ ଜୁନିୟର ପେନ୍‌ଚାକ୍‌ ସିଲାଟ୍‌…

୧୮ ଦଫା ଦାବି ନେଇ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ରୋଗୀ ସେବା ଠପ୍‌

ବଲାଙ୍ଗୀର, ୩/୭ (ବୀରେନ୍ଦ୍ର କୁମାର ଝାଙ୍କର)- ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ (ଓଏମଏସଏ) ବଲାଙ୍ଗୀର ଶାଖା ପକ୍ଷରୁ ସ୍ଥାନୀୟ ସିଡ଼ିଏମଓ ଅଫିସ ସମ୍ମୁଖରେ ଧାରଣା ଦିଆଯାଉଥିଲା। ଏଥିରେ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ଘରୋଇ ସ୍କୁଲ ବସ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ: ଚାଲିଛି ସିସିଟିଭି ଫୁଟେଜ୍‌ ଯାଞ୍ଚ

ବଲାଙ୍ଗୀର, ୧।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍କିଟ ହାଉସ ନିକଟରେ ବୁଧବାର ସକାଳେ ଏକ ଘରୋଇ ସ୍କୁଲ ବସ୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri