ଜବରଦଖଲରେ ଶ୍ମଶାନ ଜମି

ଖୋର୍ଦ୍ଧା ଅଫିସ, ୧୦।୬ : ପ୍ରଶାସନର ସହଯୋଗ ନ ଥିବାରୁ ଅଧିକାଂଶ ଶ୍ମଶାନ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଏଥିରୁ କିଛି ଜମିରେ ଘର ନିର୍ମାଣ ହୋଇ ସାରିଲାଣି। ଜିଲା ସଦର ମହକୁମା, ଖୋର୍ଦ୍ଧା ତହସିଲରେ ଦିନକୁଦିନ ଶ୍ମଶାନ ଜମି ଜବରଦଖଲ ଚାଲିଥିବାରୁ ସମୟ ଆସିବ ମୃତଦେହ ପୋଡିବାକୁ ଜମି ରହିବ ନାହିଁ। ସବୁ ଜାଣି ଜିଲା ପ୍ରଶାସନ ଚୁପ ହୋଇ ରହିଛି। ଜବରଦଖଲ ମୁକ୍ତ ଲାଗି ପଦକ୍ଷେପ ନିଆଯାଉନାହିଁ। ଏଭଳିସ୍ଥଳେ ସ୍ଥିତି ସଙ୍ଗିନ ଆଡକୁ ଗତି କରୁଛି।
ଖୋର୍ଦ୍ଧା ତହସିଲ ଅଧୀନରେ ହଳଦିଆ, ପାଇକତିଗିରିଆ, ଖୋର୍ଦ୍ଧା, ଜଙ୍କିଆ, ଗୋଳବାଇ ୫ଟି ରାଜସ୍ବ ସର୍କଲ ରହିଛି। ଖୋର୍ଦ୍ଧା ସର୍କଲରେ ୫୪ଟି ମୌଜା ମଧ୍ୟରୁ ୮ଟି ମୌଜା ଖୋର୍ଦ୍ଧା ପୌରାଞ୍ଚଳରେ ରହିଛି। ସେଗୁଡିକ ହେଲା ମୁକୁନ୍ଦପ୍ରସାଦ, ଖୋର୍ଦ୍ଧା, ଯଯାରସିଂ, ଜେମାଦେଇ, ଜଗନ୍ନାଥପୁର, ସାନପଲ୍ଲା, ଗୁରୁଜଙ୍ଗ ଓ ରାଧାମୋହନପୁର। ସହରର ଏହି ୮ଟି ମୌଜାରେ ୩,୪୩୪ ସରକାରୀ ଜମି ରହିଛି। ଏଥିରୁ କିଛି ଗୋଚର, ପତିତ, ଅନାବାଦି ଆଦି କିସମର। ତେବେ ଏଥିରୁ ପ୍ରାୟ ୧୬ ଶହ ଏକର ସରକାରୀ ଜମି ଜବରଦଖଲ ହୋଇଥିବା ଅଭିଯୋଗ ରହିଛି। ଅନ୍ୟପକ୍ଷେ ଏହି ସରକାରୀ ଜମି ମଧ୍ୟରୁ ଶ୍ମଶାନ ଜମି ସବୁ ଜବରଦଖଲ ହୋଇଛି। ଖୋର୍ଦ୍ଧାର ଟିଏଲସି ଶ୍ମଶାନ ଏରିଆ ହେଉଛି ୨୧ ଏକର। ଏହାକୁ ଚଣ୍ଡୀଚୁଆ ରାସ୍ତା ଦୁଇ ଭାଗରେ ବିଭକ୍ତ କରିଛି। ଏଣୁ ରାସ୍ତାର ଗୋଟିଏ ପାର୍ଶ୍ୱରେ ଶ୍ମଶାନର ଦେଢ଼ ଏକର ରହିଥିବାବେଳେ ଅନ୍ୟପାର୍ଶ୍ୱରେ ୧୯ ଏକର ରହିଛି। ଉଭୟପାର୍ଶ୍ୱରେ ମୃତଦେହ ସଂସ୍କାର କରାଯାଉଛି। କିଛି ଜମିରେ ପଥରଖଣି, ସମାଧିପୀଠ ରହିଛି। ଏପରିସ୍ଥଳେ ଅବଶିଷ୍ଟ ଜମିରୁ କିଛି ଜବରଦଖଲ ସହ ବେଆଇନ ଭାବେ ଘର ନିର୍ମାଣ ସରିଛି। ଅପରପାର୍ଶ୍ୱରେ ୧୯ ଏକର ଜମିରେ ବନ ବିଭାଗ ବୃକ୍ଷରୋପଣ କରି ପାର୍କ ନିର୍ମାଣ କରୁଛି। ଖୋର୍ଦ୍ଧା ମ୍ୟୁନିସିପାଲିଟି ପକ୍ଷରୁ ଏଠାରେ ଏକ ଶବଦାହ ଗୃହ ନିର୍ମାଣ ହୋଇଥିଲା। ଏହି ଗୃହର ଲୌହ ଖୁମ୍ବଗୁଡିକ ଚୋରି ହୋଇଯାଇଥିବାରୁ ତାହା କାର୍ଯ୍ୟରେ ଲାଗୁନି। ଗୁରୁଜଙ୍ଗ ଶ୍ମଶାନର କିଛି ଅଂଶ ଜବରଦଖଲକାରୀଙ୍କ କବ୍‌ଜାରେ। ମୁକୁନ୍ଦପ୍ରସାଦ ଶ୍ମଶାନ ଜମିକୁ ଏକ ଶିଳ୍ପ ସଂସ୍ଥା ଆଂଶିକ ଅକ୍ତିଆର କରିଛି। ସ୍ଥାନୀୟ କେତେଜଣ ଲୋକ ମଧ୍ୟ ଶ୍ମଶାନ ଜମିର କିଛି ଅଂଶ ଜବରଦଖଲ କରିଛନ୍ତି। ଭାଲିଆବାଡି, ସାନପଲ୍ଲା ଶ୍ମଶାନ ଜମିର ଅବସ୍ଥା ମଧ୍ୟ ଏକା ପ୍ରକାରର।
ଅପରପକ୍ଷେ ଶ୍ମଶାନ ଜମିକୁ ଚିହ୍ନଟ କରି ଚତୁଃପାର୍ଶ୍ୱରେ ତାରବାଡ ଓ ପାଚେରି ନିର୍ମାଣ କରିବା ଲାଗି ରାଜ୍ୟ ସରକାରଙ୍କ ପ୍ରତି ତହସିଲ ଓ ପୌର କର୍ତ୍ତୃପକ୍ଷଙ୍କୁ ପ୍ରତିବର୍ଷ ଅନୁଦାନ ଦେଉଛନ୍ତି। ହେଲେ ଉକ୍ତ ଜମି ଚିହ୍ନଟ କରିବାରେ ପ୍ରଶାସନ ବିଫଳ ହୋଇଛି। ଖୋର୍ଦ୍ଧା ତହସିଲରେ ସେଇ ଏକା ଅବସ୍ଥା। ଏଠାରେ ସରକାରୀ ଅନୁଦାନ ଖର୍ଚ୍ଚ ହୋଇପାରୁନାହିଁ। ବରିଷ୍ଠ ନାଗରିକ ବିମଳ ଷଡଙ୍ଗୀ କୁହନ୍ତି, ମୁସଲମାନ, ଖ୍ରୀଷ୍ଟିଆନଙ୍କର ଶ୍ମଶାନଗୁଡିକ ପାଚେରିରେ ଆବଦ୍ଧ ହୋଇଛି। ହେଲେ ହିନ୍ଦୁମାନଙ୍କ ଶ୍ମଶାନଗୁଡିକ ପାଚେରି ହୋଇ ନ ଥିବାରୁ ଜବରଦଖଲ ହେଉଛି। ଆଇନଜୀବୀ ଶକ୍ତି ଶଙ୍କର ମିଶ୍ର କୁହନ୍ତି, ଟିଏଲସି ଶ୍ମଶାନର ଜମି ଚିହ୍ନଟ ପାଇଁ ସମିତି ତରଫରୁ ତହସିଲରେ ଡିମାରକେଶନ ପାଇଁ କେସ୍‌ ନଂ. ୭୮/୧୦ରେ ଦରଖାସ୍ତ ହୋଇଥିଲେ ମଧ୍ୟ ଏଯାବତ ମାପଚୁପ ହୋଇପାରିନାହିଁ। ଅନ୍ୟପକ୍ଷେ ପ୍ରତି ଶ୍ମଶାନରେ ଜିଲାପାଳଙ୍କ ରେଡକ୍ରସ ପାଣ୍ଠିରୁ ବିଦ୍ୟୁତ ଚୁଲା ନିର୍ମାଣ ପାଇଁ ପ୍ରସ୍ତାବ ରଖିଛନ୍ତି।
ଶ୍ମଶାନ ଜବରଦଖଲକୁ ନେଇ ଉତ୍ତେଜନା
ଖୋର୍ଦ୍ଧା ସହରର ଜେମାଦେଇ ମୌଜାରେ ଥିବା ହାଡଗାଡିଆ ଶ୍ମଶାନ ଜବରଦଖଲକୁ ନେଇ ଉତ୍ତେଜନା ଦେଖାଦେଇଛି। ଶ୍ମଶାନ ଉପରେ ନିର୍ଭର କରୁଥିବା ମୁକୁନ୍ଦପ୍ରସାଦ, ଜେମାଦେଇ, ସାମନ୍ତରାପୁର, ଶାଗୁଆନବଗିଚା, ବୁଢ଼ିବଗିଚା, ଠେଙ୍ଗାହାଟ, ନବୀନାବାଗ, ଉପରସାହି, ବାସେଳିସାହିର ଲୋକ ଜବରଦଖଲକୁ ବିରୋଧ କରୁଛନ୍ତି। ଏପରିକି ସୋମବାର ଜିଲାପାଳଙ୍କୁ ଭେଟି ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri