ସମ୍ବଲପୁର, ୩।୪ (ବ୍ୟୁରୋ)- ସମଗ୍ର ରାଜ୍ୟରେ କରୋନା କଟକଣା ଲାଗିଥିବା ବେଳେ ସମସ୍ତ ଉନ୍ନୟନମୂଳକ କାମ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ରହିଛି । ହେଲେ ସଚେତନ ଅଭାବ ଯୋଗୁ ସମ୍ବଲପୁର ଜିଲା ଗଡଲୁଇସିଂ ପଞ୍ଚାୟତ ଗହିରପାଲି ଗ୍ରାମର ଦୟାନିଧି ବଘାର ତାଙ୍କ ନିଜସ୍ବ ଜମିରେ ପୋଖରୀ ଖନନ କରୁଥିଲେ । ଖବର ପାଇଁ ଯୁଯୁମୁରା ପୋଲିସ ଓ ତହସିଲଦାର ସୁମନ ମିଞ୍ଜ ଚଢ଼ାଉ କରି ୪ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଥିଲେ । ଉକ୍ତ ଗାଡିଗୁଡିକୁ ପୋଲିସ ମୋଟା ଅଙ୍କର ଟଙ୍କା ନେଇ ଛାଡି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ସରପଞ୍ଚ ମଧ୍ୟସ୍ତ କରିଥିବା ଚର୍ଚ୍ଚା ହେଉଛି । ଏସ୍ପି କନୱର ବିଶାଳ ସିଂଙ୍କ ପାଖରେ ଅଭିଯୋଗ ହେଲାପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଏସପି ସିଂ ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କୁ ତଦନ୍ତ ଭାର ଦେଇଛନ୍ତି। ଶୁକ୍ରବାର ଯୁଯୁମୁରା ଥାନା ପୋଲିସ ଟାକ୍ଟର ଓ ଜେସିବି ମାଲିକ ଏବଂ ପୋଖରୀ ଖୋଳୁଥିବା ଦୟାନିଧିଙ୍କ ଘରକୁ ଯାଇ ଆପୋଷ ବୁଝାମଣା କରି ଅନୁରୋଧ କରିଥିବା ଜଣାପଡିଛି । ଏହି ଘଟଣାରେ ମୂଲଚାଲ ହେଉଥିବା ଅଡିଓ ଟେପ୍ ମଧ୍ୟ ଭାଇରାଲ ହୋଇଛି । ଅଭିଯୋଗରେ ୪ଟି ଟ୍ରାକ୍ଟର ଓ ପୋଖରୀ ଖୋଳୁଥିବା ଜମି ମାଲିକ ଦିବାକର ମୋଟ ୨୮ ହଜାର ଟଙ୍କା ଦେଇଥିବା ସ୍ବୀକାର କରିଛନ୍ତି । ସେହିରି ପୋଲିସ ପିସିଆର ଭ୍ୟାନରେ ଡିଜେଲ ପକାଇଥିବା ଅଭିଯୋଗ ହୋଉଛି । ବାଧ୍ୟତାମୂଳକ ଭାବେ ଗାଡିକୁ ମୁକାଳିବା ପାଇଁ ଟଙ୍କା ଦେଇଥିବା ସେ ସ୍ବୀକାର କରିଛନ୍ତି । ଅନ୍ୟପଟେ ପୋଲିସ ଜେସିବି ମାଲିକଙ୍କଠାରୁ ୫୦ ହଜାର ଟଙ୍କା ନେଇଥିବା ମଧ୍ୟ ଅଭିଯୋଗ ହେଉଛି । ତହସିଲଦାର ମିଞ୍ଜ ଅଭିଯୋଗ ପତ୍ରରେ ଦର୍ଶାଇଥିବା ଗାଡି ନମ୍ବର ଓ ପୋଲିସ ମାମଲା ରୁଜୁ କରିଥିବା ଗାଡି ନମ୍ବରର ତାଳମେଳ ରହୁନାହିଁ । ସେହିପରି ଟ୍ରାକ୍ଟର ଗୁଡିକର ଟ୍ରଲି ରେଜିଷ୍ଟ୍ରେସନ ହୋଇ ନ ଥିବା ବେଳେ କେତୋଟି ଗାଡିର ବୀମା, ପଲ୍ୟୁସନ ପ୍ରମାଣପତ୍ର ମଧ୍ୟ ନ ଥିବା ଜଣାପଡିଛି । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନାରେ ଏକ ବାଇକ ନମ୍ବର ରହିଛି । କରୋନା କଟକଣା ଥିବା ସମୟରେ ଗାଡି ଜବତ କରିବା ପୋଲିସକୁ ଏକ ସଫଳତା ମିଳିଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା । ହେଲେ ପୋଲିସର ଏଭଳି କାର୍ଯ୍ୟକୁ ନେଇ ନିନ୍ଦା କରାଯାଇଛି । ତେଣୁ ଏହି ଘଟଣାକୁ ଉଚିତ ଭାବେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଅଞ୍ଚଳରେ ଦାବି ହେଉଛି । ତେବେ ଏ ସମ୍ପର୍କରେ ଯୁଯୁମୁରା ଥାନା ଅଧିକାରୀ ତାରାବତୀ ପ୍ରଧାନ କହିଛନ୍ତି ଯେ, ହାତୀ ଆକ୍ରମଣରେ ଗୋଟିଏ ପରିବାରର ୩ଜଣ ଓ ପାଣିରେ ବୁଡି ଜଣେ ମୃତ୍ୟୁ ଘଟିଥିବା ଘଟଣାରେ ଦୁଇ ଦିନ ହେଲା ସେ ତଦନ୍ତରେ ବ୍ୟସ୍ତ ରହିଥିଲେ। ଥାନାରେ କର୍ମଚାରୀ ଅଭାବ ରହିଛନ୍ତି। ତେଣୁ ସେହି ମାମଲାର ତଦନ୍ତରେ ବିଳମ୍ବ ହୋଇଛି ବୋଲି କହିଥିଲେ।
Posted inHome, Home Left, ଆମ ଜିଲା ଖବର, ସମ୍ବଲପୁର View All
୫ଟି ଷ୍ଟ୍ରେସ୍ ଫ୍ରି ଚାକିରି, ଚାପ କମ୍ ଦରମା ଅଧିକ
ସମ୍ପ୍ରତି, କର୍ପୋରେଟ ଜଗତରେ “Quiet Quitting” ଧାରା ଭାଇରାଲ ହୋଇଥିଲା। ଏଥିରେ କର୍ମଚାରୀମାନେ କେବଳ ସେମାନଙ୍କ ଚାକିରି ବର୍ଣ୍ଣନାରେ ର୍ନିଦ୍ଦିଷ୍ଟ କାର୍ଯ୍ୟଗୁଡ଼ିକ କରୁଥିଲେ ଏବଂ ଅତିରିକ୍ତ...
ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ
ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...
ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…
ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...
ସ୍କୁଲ ପରିସରରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ନବମ ଶ୍ରେଣୀ ଛାତ୍ରୀ, ମା’ କହିଲେ ଏହି କାରଣ ପାଇଁ…
ଗଜପତି, ୧୦।୧୨(ଗିରିଧାରୀ ପରିଛା): ଗଜପତି ଜିଲା କାଶୀନାଗର ବ୍ଲକ କାଶୀନାଗର ବାରଣାସୀ ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ପରିସରରେ ମୂଷା ମରା...
ପ୍ରବଳ ଶୀତ ଯୋଗୁ ଘୋଷଣା ହେଲା ସ୍କୁଲ ଛୁଟି, ଡିସେମ୍ୱର ୧୪ ଯାଏ…
ନୂଆଦିଲ୍ଲୀ,୧୦।୧୨: ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ଲହରୀ, ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଡିସେମ୍ୱର ଦ୍ୱିତୀୟ ସପ୍ତାହ ପାଇଁ ସ୍କୁଲଗୁଡ଼ିକୁ ବନ୍ଦ ଘୋଷଣା...
ପୋଲିସକୁ ଦେଖି ହାଇସ୍ପିଡ୍ରେ ନେଉଥିଲେ ଗାଡ଼ି, ସିଧା ଯାଇ ଇଲେକ୍ଟ୍ରି ଖୁଣ୍ଟରେ…
ବଲାଙ୍ଗୀର,୧୦।୧୨(ସୁନିଲ ମହାନ୍ତି): ମଙ୍ଗଳବାର ବିଳମ୍ବିତ ରାତିରେ ଟାଉନଥାନା ପୋଲିସ ପାଟ୍ରୋଲିଂ ସମୟରେ ରେଲୱେ ଷ୍ଟେଶନ ସାଲେପାଲି ଛକ ନିକଟରେ କାରରେଆସି କିଛି ଯୁବକ ରାସ୍ତାରେ ଯାଉଥିବା...
ସମସ୍ତେ ଆତ୍ମସମ୍ମାନର ସହ ବଞ୍ଚିବା ଜରୁରୀ: ମାନବାଧିକାରକୁ ଗୁରୁତ୍ୱାରୋପ
ପୁରୁଷୋତ୍ତମପୁର,୧୦/୧୨(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ତାରାତାରିଣୀ କଲେଜ ପରିସରରେ ବୁଧବାର ମାନବ ଅଧିକାର...
ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…
ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...
Archives


