ଜନ୍ମବେଳେ ମୃତ ଘୋଷଣା କରିଥିଲେ ଡାକ୍ତର: କେବିସି ମଞ୍ଚରେ ଟଙ୍କା ସହ ହୃଦୟ ଜିତିଲେ ନୂପୁର

ମୁମ୍ବାଇ: ଦୃଢ଼ ଇଚ୍ଛାଶକ୍ତି ଆଗରେ ହାରମାନେ ଜୀବନର ପ୍ରତିଟି ବାଧାବିଘ୍ନ। ଏଭଳି କିଛି ଦେଖିବାକୁ ମିଳିଛି ସୋନି ଚ୍ୟାନେଲରେ ପ୍ରସାରିତ ‘କୌନ୍‌ ବନେଗା କରୋଡପତି’ ମଞ୍ଚରେ। ଉତ୍ତରପ୍ରଦେଶର ଉନ୍ନାଓ ଜିଲାର ବିଘାପୁରରେ ଜନ୍ମିତ ଦିବ୍ୟାଙ୍ଗ ନୂପୁର ସିଂ କେବିସିରେ ଭାଗ ନେଇ ୧୨.୫ଲକ୍ଷ ଜିତିବାରେ ସକ୍ଷମ ହୋଇଛନ୍ତି। ଏପରିକି ତାଙ୍କ ଜୀବନକାହାଣୀ କୋଟି କୋଟି ହୃଦୟ ଜିଣିଛିି।

ନୂପୁର, ରାମ କୁମାର ସିଂ ଓ କଳ୍ପନା ସିଂହଙ୍କ ଝିଅ। ତାଙ୍କ ବାପା ଜଣେ କୃଷକ। ତେବେ ନୂପୁର ଜନ୍ମ ହେବା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ। ଜଣେ ସମ୍ପର୍କୀୟ ତାଙ୍କ ଦେହରେ ଜୀବନ ଥିବା ଅନୁଭବ କରି ତାଙ୍କୁ ଘରକୁ ନେଇଆସିଥିଲେ। ମାତ୍ର ଜନ୍ମର କିଛି ସମୟ ପୂର୍ବରୁ ଡାକ୍ତରଙ୍କ ଅସାବଧାନତା କାରଣରୁ ସେ ସବୁଦିନ ପାଇଁ ଦିବ୍ୟାଙ୍ଗ ପାଲଟି ଯାଇଥିଲେ।

ପିଲାଟି ବେଳୁ ଜଣେ ମେଧାବୀ ଛାତ୍ରୀଭାବେ ସେ ସ୍କୁଲ, କଲେଜରେ ନାମ କମାଇଥିଲେ। ଏପରିକି ପ୍ରଥମ ଥରରେ ବିଏଡ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଏବେ ସେ ଏକ ପ୍ଲେ ଗ୍ରୁପ୍‌ ସହ ଜଡିତ ଥିବା ବେଳେ ଦଶମ ଶ୍ରେଣୀର ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି।

କେବିସିରେ ଭାଗ ନେବା ଓ ଜିତିବା ନେଇ ନୂପୁରଙ୍କ ମା’ କଳ୍ପନା କୁହନ୍ତି,‘ ସେ ସବୁବେଳେ କେବିସି ଦେଖିବାକୁ ଭଲ ପାଉଥିଲା। ସବୁଥର ପ୍ରତିଯୋଗୀଙ୍କୁ ପ୍ରଶ୍ନ ପଚରାଯାଉଥିଲା। ହେଲେ ସେ ଘରେ ବସି ପ୍ରଥମେ ତାର ଉତ୍ତର ସହଜରେ ଦେଇ ଦେଉଥିଲା। ଝିଅର ଏଭଳି ଆଗ୍ରହ ଦେଖି ଏ ବର୍ଷ ତାକୁ ଏହି ଶୋ’ରେ ଭାଗ ନେବାକୁ କହିଥିଲୁ। ଆମ କଥା ଅନୁସାରେ ସେ ସମ୍ମତି ଜଣାଇଥିଲା ଏବଂ ଚେଷ୍ଟା କରିଥିଲା। ଶେଷରେ ସେ ଏଥିପାଇଁ ଚୟନ ହୋଇଥିଲା। ଏବେ ସେ ୧୨.୫ଲକ୍ଷ ଜିତିବାରେ ସଫଳ ହୋଇଛି। ନିଜ ଜୀବନକୁ ନେଇ ନୂପୁର କେବେ ହେଲେ ଅନ୍ୟ କାହାକୁ ଦୋଷ ଦିଏ ନାହିଁ। ଯାହା ହୋଇଛି ତାହା ହେବାର ଥିଲା ବୋଲି ସେ ଦୃଢ଼ତାର ସହ କହିଥାଏ ବୋଲି ବ୍ୟକ୍ତ କରନ୍ତି କଳ୍ପନା।’


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

କାନପୁରରେ ବାରମ୍ବାର ଖସୁଛି ଅତଡ଼ା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଛେନାପଦୀ/ହାଟଡିହୀ,୧୨l୯(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଦକ୍ଷିଣ ପାର୍ଶ୍ୱ ସାଳନ୍ଦୀ ନଦୀ ଦ୍ୱାରା ବାରମ୍ବାର ଅତଡ଼ା ଖସି କାନପୁର…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ ଘଟିଲା…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

୨ ଦିନ ହେଲା ବସ୍‌ଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ, ନିଦ୍ରାରେ ପ୍ରଶାସନ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍‌ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?