Posted inଫୁରସତ

ଜନ୍ମ ମାସରୁ ଜାଣନ୍ତୁ ବ୍ୟକ୍ତିତ୍ୱ

* ଜାନୁୟାରୀ: ଏହି ବ୍ୟକ୍ତିମାନେ ଜନ୍ମଜାତ ନେତା ଥା’ନ୍ତି। ଏମାନେ ସ୍ବାଧୀନ ଚିନ୍ତାଧାରା ତଥା ସୃଜନଶୀଳ ବ୍ୟକ୍ତିସମ୍ପନ୍ନ ହୋଇଥାନ୍ତି।

* ଫେବୃୟାରୀ: ଏହି ବ୍ୟକ୍ତିମାନେ ବୁଦ୍ଧିମାନ ତଥା ଚତୁର ହୋଇଥାନ୍ତି। ଏମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ବଦ୍ଧପରିକର ଥାନ୍ତି।

* ମାର୍ଚ୍ଚ: ଏହି ବ୍ୟକ୍ତିମାନେ ଆକର୍ଷକ ବ୍ୟକ୍ତିତ୍ୱସମ୍ପନ୍ନ ହୋଇଥାନ୍ତି। ଏମାନେ ଏକାଧାରରେ ସ୍ନେହୀ, ସଚ୍ଚୋଟ, ସହାନୁଭୂତିଶୀଳ ତଥା ଲାଜକୁଳା ସ୍ବଭାବର ଥାନ୍ତି।

* ଏପ୍ରିଲ: ଏହି ମାସରେ ଜନ୍ମିତ ବ୍ୟକ୍ତି ଉଚ୍ଚାଭିଳାଷୀ, କର୍ମଠ, ବନ୍ଧୁତ୍ୱପୂର୍ଣ୍ଣ ତଥା ଦୁଃସାହସୀ ହୋଇଥାନ୍ତି।

* ମେ: ଏହି ବ୍ୟକ୍ତିମାନେ ସାଧାରଣତଃ କଳାପ୍ରେମୀ ହୋଇଥାନ୍ତି। ଏମାନେ ଦୃଢ ଇଚ୍ଛାଶକ୍ତି ସମ୍ପନ୍ନ,କର୍ମଠ, ଭ୍ରମଣପ୍ରିୟ ତଥା ଜିଦ୍‌ଖୋର ସ୍ବଭାବର ହୋଇଥାନ୍ତି।

* ଜୁନ: ଏହି ବ୍ୟକ୍ତିମାନେ ଦୟାଳୁ, ପରୋପକାରୀ, ସମ୍ବେଦନଶୀଳ ତଥା ନମ୍ର ସ୍ବଭାବର ହୋଇଥାନ୍ତି।

*ଜୁଲାଇ: ଏହି ବ୍ୟକ୍ତିମାନେ ସଚ୍ଚୋଟ, ବନ୍ଧୁତ୍ୱପୂର୍ଣ୍ଣ ତଥା କ୍ରୋଧି ହୋଇଥାନ୍ତି। ଲୋକଙ୍କ ଭାବନା ପ୍ରତି ଏମାନେ ବେଶ୍‌ ଯତ୍ନବାନ ଥା’ନ୍ତି।

* ଅଗଷ୍ଟ: ଏହି ବ୍ୟକ୍ତିମାନେ ପରିମାର୍ଜିତ, ସାହସୀ ତଥା ସ୍ବାଧୀନ ଚିନ୍ତା ସମ୍ପନ୍ନ ବ୍ୟକ୍ତି ହୋଇଥାନ୍ତି।

*ସେପ୍ଟେମ୍ବର: ଏମାନେ ବୁଦ୍ଧିମାନ, ସତର୍କ, ସଙ୍ଗଠିତ, ବିଶ୍ୱସ୍ତ ତଥା ଭାବନାଶକ୍ତିସମ୍ପନ୍ନ ବ୍ୟକ୍ତି ହୋଇଥାନ୍ତି।

* ଅକ୍ଟୋବର: ଏମାନେ ବନ୍ଧୁବତ୍ସଳ, ସଚ୍ଚୋଟ ତଥା ବଦରାଗୀ, ଭ୍ରମଣପ୍ରିୟ ବ୍ୟକ୍ତି ହୋଇଥାନ୍ତି।

* ନଭେମ୍ବର: ଏମାନେ ସମ୍ବେଦନ ଶୀଳ, ଧୈର୍ଯ୍ୟବାନ, ସାହସୀ ତଥା ତୀକ୍ଷ୍ଣ ଓ ସକାରାତ୍ମକ ଚିନ୍ତାଧାରାସମ୍ପନ୍ନ ବ୍ୟକ୍ତି ହୋଇଥାନ୍ତି।

* ଡିସେମ୍ବର: ଏମାନେ ବିଶ୍ୱସ୍ତ, ହୃଦୟବାନ ତଥା କର୍ମଠ ସ୍ବଭାବର ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…

ବାପା-ମାଆଙ୍କ ଅନୁମତି ବିନା ଆପଣ ବିବାହ କରିପାରିବେନି, ବିଧାନସଭାରେ ବଡ଼କଥା କହିଦେଲେ ସରକାର

ନୂଆଦିଲ୍ଲୀ,୨୦।୨: ଗୁଜୁରାଟ ବିଧାନସଭାରେ ବିବାହ ପଞ୍ଜିକରଣକୁ ନେଇ ଏକ ଐତିହାସିକ ପ୍ରସ୍ତାବ ଦିଆଯାଇଛି । ବାପା ମାଆଙ୍କ ଅନୁମତି ବିନା କେହି ବି ବିବାହ କରିପାରିବେ ନାହିଁ, ଅର୍ଥାତ୍ ବିବାହ…

ଫର୍ମଫିଲପରେ ତ୍ରୁଟି : ଓଡ଼ିଆ ବଦଳରେ ହିନ୍ଦୀ ଥିବାରୁ ଯୁକ୍ତ ୨ ପରୀକ୍ଷାରୁ ବଞ୍ଚିତ…

ନନ୍ଦପୁର,୨୦ା୨(ତୁଷାର କାନ୍ତ ମହାନ୍ତି): ଯୁକ୍ତଦୁଇ ପରୀକ୍ଷା ପାଇଁ ଫର୍ମଫିଲପ ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଅଧୀନ ପାଡୁଆ ରାଧାକୃଷ୍ଣ ଉଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri