ଜନଧନ ଟଙ୍କା ପାଇଁ ଖଟିଆରେ ଟଣା ହେଲେ ଶତାୟୁ ମହିଳା

ନୂଆପଡ଼ା ଅଫିସ,୧୩ା୬-ଜନଧନ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଜଣେ ଶତାୟୁ ମହିଳାଙ୍କୁ ଖଟିଆରେ ଶୁଆଇ ଟାଣି ଟାଣି ବ୍ୟାଙ୍କ ସମ୍ମୁଖକୁ ଅଣାଯିବା ଘଟଣା ଏଠାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ା ନୂଆପଡା ଜିଲା ଖଡିଆଳ ବ୍ଲକ ବରଗାଁ ରାସ୍ତାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ା ଗାଁ ମୁଣ୍ଡରେ ରହିଛି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖା ା ସେଠାରୁ ମାତ୍ର ୩ଶହ ମିଟର ଦୂରରେ ୧ଶହ ବର୍ଷ ବୟସ୍କ ଲଭେ ହରିଜନଙ୍କ ଘର ା କରୋନା ସହାୟତା ପରିପ୍ରେକ୍ଷୀରେ ତାଙ୍କ ଜନଧନ ଆକାଉଣ୍ଟକୁ ୧୫ଶହ ଟଙ୍କା ଆସିଥିଲା ା ଏ କଥା ତାଙ୍କ ଝିଅ କୁଇନମତି ଜାଣିବା ପରେ ଟଙ୍କା ଉଠାଇବାକୁ ବ୍ୟାଙ୍କକୁ ଯାଇଥିଲେ ା ଏଥିପାଇଁ ସେ ବ୍ୟାଙ୍କ୍‌ର ନିୟମ ଅନୁସାରେ ଆବଶ୍ୟକ ଫର୍ମରେ ମା’ଙ୍କ ଟିପଚିହ୍ନ ଆଣିଥିଲେ ା ନିଜେ ସ୍ବାକ୍ଷର କରି ଟଙ୍କା ଉଠାଇବାକୁ ଚାହିଁ ଥିଲେ ା ହେଲେ ବ୍ୟାଙ୍କ ଅଧିକାରୀମାନେ କିଛି କଥା ଶୁଣି ନ ଥିଲେ ା ଆକାଉଣ୍ଟଧାରୀ ନ ଆସିଲେ ଟଙ୍କା ଉଠାଣ ହୋଇପାରିବ ନାହିଁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ ା ହେଲେ କୁଇନମତି ମା’ଙ୍କ ବୟସ କହିବା ସହ ସେ ଖଟରୁ ଉଠିବାର ଅବସ୍ଥାରେ ନାହାନ୍ତି ବୋଲି କହିଥିଲେ ା ବହୁ କାକୁତିମିନତି ପରେ ୯ତାରିଖରେ ବ୍ୟାଙ୍କ କର୍ମଚାରୀ ତୁମ ଘରକୁ ଯିବେ ବୋଲି ଦାୟିତ୍ୱରେ ଥିବା ଅଧିକାରୀ କହିଥିଲେ ା ୯ ତାରିଖ ସକାଳୁ ବ୍ୟାଙ୍କ କର୍ମଚାରୀଙ୍କୁ ଲଭେ ଓ କୁଇନମତି ଜଗି ରହିଥିଲେ ା ହେଲେ କେହି ଆସି ନ ଥିଲେ ା ଶେଷରେ ମା’ ଶୋଇଥିବା ଖଟିଆକୁ ବହୁ କଷ୍ଟରରେ ଘରୁ ବାହାର କରିଥିଲେ କୁଇନମତି ା ରାସ୍ତାରେ ୩ ଶହ ମିଟର ଦୂର ବ୍ୟାଙ୍କ ସମ୍ମୁଖକୁ ଟାଣି ଟାଣି ନେଇଥିଲେ। ଏପରି ପରିସ୍ଥିତିକୁ ସାମ୍‌ନା କରିବେ ବୋଲି କେବେ ଆଶା କରି ନ ଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କୁଇନମତିଙ୍କୁ ତୁରନ୍ତ ଟଙ୍କା ପ୍ରଦାନ କରିଥିଲେ ା ଏ ସଂକ୍ରାନ୍ତରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ଅଜିତ କୁମାର ପ୍ରଧାନଙ୍କୁ ପଚାରିବାରୁ ସମ୍ପୂର୍ଣ୍ଣ ଘଟଣାକୁ ସେ ସ୍ବୀକାର କରିଛନ୍ତି, କୁଇନମତିଙ୍କୁ ଆମେ ସମୟ ଦେଇଥିଲୁ ହେଲେ ବ୍ୟସ୍ତତା ଯୋଗୁ ତାଙ୍କ ଘରକୁ ଯାଇ ପାରି ନ ଥିଲୁ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିଲା ଭାଜପା ନେତାଙ୍କ ଗାଡି: ଘୋଷାଡ଼ି ଆଣି ପିଟିଲେ ଲୋକେ

କଟକ,୭।୯(ପ୍ରଭୁକଲ୍ୟାଣ ପାଲ): କଟକରେ ଭାଜପା ନେତା ଲଲାଟେନ୍ଦୁ ବଡୁଙ୍କ ଗାଡି ଧକ୍କାରେ ଚାରି ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେଥିରେ ଦୁଇ ଶିଶୁ ରହିଛନ୍ତି । ପ୍ରଥମେ…

ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଭାଇ, କୋର୍ଟ ଶୁଣାଇଲେ କଠୋର ଦଣ୍ଡ

କେନ୍ଦୁଝର,୭ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦୌରାଜଜ୍‌ ଗୋପାଳ ଚନ୍ଦ୍ର ବେହେରା ସୋମବାର ଏକ ହତ୍ୟା ମାମଲାରେ ଶୁଣାଣି କରି ଅଭିଯୁକ୍ତ ପ୍ରସନ୍ନ ବାରିକଙ୍କୁ ଆଜୀବନ…

ଶିକ୍ଷାଦାନକୁ ବ୍ରତ କରିଥିବା ନିଆରା ମଣିଷ ମହେଶ୍ୱର

ଖଡ଼ିଆଳ,୭ା୯(ସୁଜିତ କୁମାର ପ୍ରଧାନ): ଶିକ୍ଷାଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଜଣେ ନିଆରା ମଣିଷ ହେଉଛନ୍ତି ମହେଶ୍ୱର ରାଉତରାଏ। ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମର ମହେଶ୍ୱର…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri