Posted inଫୁରସତ

ଜଣେ ରୋଗୀ ମୋତେ କନ୍ଦାଇ ଦେଇଥିଲେ

ମାନସିକ ରୋଗ ଚିକିତ୍ସା କ୍ଷେତ୍ରରେ ଯୁବ ବୟସରେ ବେଶ୍‌ ପ୍ରତିଷ୍ଠା ଲାଭ କରିଛନ୍ତି ଡା. ସମ୍ରାଟ କର। ଭାରତର ଆଗଧାଡ଼ିର ଡାକ୍ତରମାନଙ୍କ ମଧ୍ୟରେ ସେ ଅନ୍ୟତମ। କଟକ ନିବାସୀ ଡା. ସମ୍ରାଟ ମଧ୍ୟ ଜଣେ ସ୍ବେଚ୍ଛାସେବୀ। ଏଥର ତାଙ୍କ ଅନୁଭୂତିରୁ କିଛି..

ଅନେକ ମାନସିକ ରୋଗୀଙ୍କୁ ଚିକତ୍ସା କରିଛି। ଯେଉଁମାନେ ଭଲ ହୋଇ ଯାଇ ପୂର୍ବ ଅବସ୍ଥାକୁ ଫେରି ଆସନ୍ତି ସେମାନଙ୍କୁ ଦେଖି ମୋତେ ଖୁସି ଲାଗେ। ହେଲେ ଏପରି ଜଣେ ରୋଗୀଙ୍କୁ ମୁଁ ଭଲ କରିଥିଲି, ଯାହା ପରବର୍ତ୍ତୀ ସମୟରେ ମୋତେ କନ୍ଦାଇ ଦେଇଥିଲା। ବେଳେବେଳେ ଅନୁତାପ ମଧ୍ୟ କରେ। ସେ ସୁସ୍ଥ ହୋଇଯିବା ଠିକ୍‌ ନା ଭୁଲ୍‌ ଥିଲା, ତାହାର ହିସାବ ମୋ ପାଖରେ ନାହିଁ। ଏବେ ମୋ ପାଖକୁ ଚିକିତ୍ସା ପାଇଁ ଆସୁଥିଲେ ମଧ୍ୟ ତାଙ୍କ ସହ ଜଣେ ଡାକ୍ତର ଭାବେ କଥା ହୋଇପାରେନା। ଡା. ସମ୍ରାଟ କହନ୍ତି, ରୋଗୀ ଜଣଙ୍କ ହେଉଛନ୍ତି କଟକ ଉପକଣ୍ଠରେ ରହୁଥିବା ଜଣେ ମହିଳା। ତାଙ୍କ ସ୍ବାମୀ ଆର୍ମି ଅଫିସର ଥିଲେ। କିଛି ବର୍ଷ ପୂର୍ବେ ଏକ ଯୁଦ୍ଧରେ ତାଙ୍କ ସ୍ବାମୀ ଶହୀଦ ହୋଇଥିଲେ। ଯେଉଁଦିନ ତାଙ୍କ ସ୍ବାମୀଙ୍କ ମରଶରୀର ଆସିଲା ସେଦିନ ମହିଳା ଜଣଙ୍କ ବାରମ୍ବାର ଚେତା ହରାଉଥିଲେ। ସମଗ୍ର ଘଟଣାବଳୀ ସେ ଦେଖି ପାରି ନ ଥିଲେ। ସ୍ବାଭାବିକ ପରିସ୍ଥିତିକୁ ଆସିବାକୁ ତାଙ୍କୁ ୨/୩ ଦିନ ସମୟ ଲାଗିଥିଲା। ହେଲେ ଏହାପରେ ସେ ଅଦ୍ଭୁତ ବ୍ୟବହାର କରିଥିଲେ। ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇନି ବୋଲି ସେ ଜିଦ୍‌ ଧରି ବସିଥିଲେ। ସଧବା ନାରୀ ଭଳି ସିନ୍ଦୂର, ଶଙ୍ଖା ପିନ୍ଧୁଥିଲେ। ମନରେ ଟିକେ ବି ଦୁଃଖ ନ ଥିଲା। ସ୍ବାମୀଙ୍କର ମୃତ୍ୟୁ ହୋଇଛି ବୋଲି ବୁଝାଇଲେ ସୁଦ୍ଧା ସେ ବୁଝିବାକୁ ଆଦୌ ରାଜି ହେଉ ନ ଥିଲେ। କିଛି ମାସ ପରେ ମହିଳାଙ୍କ ପରିବାର ଲୋକ ମୋ ପାଖକୁ ଚିକିତ୍ସା ନିମନ୍ତେ ଆଣିଥିଲେ। ପ୍ରାୟ ୬/୭ ମାସର ଚିକିତ୍ସା କରାଯିବା ପରେ ମହିଳା ଜଣଙ୍କ ମାନସିକ ଭାବେ ସୁସ୍ଥ ହୋଇଥିଲେ। ଯେଉଁଦିନ ସୁସ୍ଥ ହୋଇ ମହିଳା ଜଣଙ୍କ ମୋ ଚାମ୍ବରକୁ ଆସିଥିଲେ, ମୁଁ ଭାବି ନ ଥିଲି ଏପରି କିଛି ଘଟଣା ଘଟିବ ବୋଲି। ଚାମ୍ବରକୁ ଆସିବା ମାତ୍ରେ ସେ ଖୁବ୍‌ ଜୋରରେ କାନ୍ଦିଥିଲେ। ଏହାସହ ମନକୁ ଯାହା ଆସିଲା ତାକୁ ନେଇ ମୋତେ ଗାଳି ଦେଇଥିଲେ। ସେ ଏମିତି କିଛି କଥା କହିଲେ, ଯାହାର ଉତ୍ତର ମୋ ପାଖରେ ନ ଥିଲା। ମହିଳା ଜଣଙ୍କ କହିଥିଲେ ଯେ, ଆପଣଙ୍କ ଯୋଗୁ ଏବେ ମୁଁ ସାରା ଜୀବନ ଦୁଃଖରେ ରହିବି। ମୁଁ କିଛି ମାସ ହେବ ଖୁସିରେ ଥିଲି। ସ୍ବାମୀ ମୋ ସାଥିରେ ସବୁବେଳେ ଅଛନ୍ତି ବୋଲି ମୋ ମନରେ ଥିଲା। ‘ଆପଣଙ୍କ ଯୋଗୁଁ ଏବେ ମୋତେ ସବୁଦିନ କାନ୍ଦିବାକୁ ପଡ଼ୁଛି’ ବୋଲି ମହିଳାଙ୍କ ଗାଳିମିଶା କିଛି ଅନ୍ତରର କଥା ମୋତେ କନ୍ଦାଇ ଦେଇଥିଲା। ଏହି ଦିନକୁ କେବେ ବି ଭୁଲି ପାରିବିନି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri