ଜଟଣୀରେ କଂସେଇଖାନା ନାହିଁ: ଅବାଧରେ ବାହାରେ ଚାଲିଛି ମାଂସକଟା

ଜଟଣୀ,୯ା୧(ଡି.ଏନ.ଏ.): ଜଟଣୀରେ କଂସେଇଖାନାଟିଏ ନାହିଁ। ନିୟମକୁ ଉଲ୍ଲଂଘନ କରି ବିଭିନ୍ନ ସ୍ଥାନରେ ଖୁଲମ୍‌ଖୁଲା ଛେଳି, ମେଣ୍ଢା, କୁକୁଡ଼ା କଟାଯାଇ ବ୍ୟବସାୟ ଚାଲିଛି। ପ୍ରଶାସନ ପକ୍ଷରୁ ଏହା ଉପରେ କୌଣସି ଅଙ୍କୁଶ ରହୁନାହିଁ। ଏପରି କି ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ନିକଟରେ ମାଂସ ବେପାର ହେଉଛି। ସର୍ବସାଧାରଣ ଯାତାୟାତ କରୁଥିବା ଜନଗହଳିପୂର୍ଣ୍ଣ ରାସ୍ତାପାର୍ଶ୍ୱରେ ବିଭତ୍ସ ଭାବେ ଉପରୋକ୍ତ ପ୍ରାଣୀଙ୍କୁ କଟାଯାଇ ଖୋଲାରେ ଏହାକୁ ଝୁଲାଇ ରଖିବାକୁ ଅନେକେ ନାପସନ୍ଦ କରିଛନ୍ତି। ପୌରାଞ୍ଚଳ ଅନ୍ତର୍ଗତ ଟାଉନ୍‌ହଲ୍‌ ନିକଟ, ଦୁର୍ଗା ମାର୍କେଟ୍‌, ବ୍ଲକ ଛକ, ରେତଙ୍ଗ କଲୋନୀ, ହାଟବଜାର, ହରିଭାଇନା ଛକ, କୁଦିଆରୀ ଆଦି ବିଭିନ୍ନ ସ୍ଥାନରେ ଖୋଲାରେ ବେପାର ହେଉଛି। କଟା ଯାଉଥିବା ପ୍ରାଣୀଙ୍କୁ ବିଭତ୍ସ ଭାବେ ଖୋଲାରେ ଟଙ୍ଗା ଯିବା ଦ୍ୱାରା ଏହାକୁ ଦେଖି ଲୋକଙ୍କ ମଧ୍ୟରେ ବିଶେଷକରି ସ୍କୁଲ ବିଦ୍ୟାର୍ଥୀ ଶିଶୁଙ୍କ ମନରେ ଏହାର ନକାରାତ୍ମକ ପ୍ରଭାବ ପକାଉଛି। ଏପରି କି ଏଠାରେ ମାଂସର ଗୁଣବତ୍ତା ପରୀକ୍ଷଣ କରାଯାଉନାହିଁ। ଏହା ହେଉ ନ ଥିବାରୁ ରୋଗଣା ପ୍ରାଣୀର ମାଂସକୁ ଅଜାଣତରେ ଗ୍ରାହକ ଖାଉଛନ୍ତି। ନିୟମ ଅନୁଯାୟୀ ମାନ ପରୀକ୍ଷଣ ଓ ଷ୍ଟାମ୍ପ ମରାଯାଉ ନ ଥିବାରୁ କେଉଁଠି କିପରି ମାଂସ ବିକ୍ରି ହେଉଛି ଖାଉଟି ଜାଣିପାରୁନାହାନ୍ତି। ଏ ନେଇ ଗୌରୀ ପ୍ରସାଦ ସିଂହ କୁହନ୍ତି, ସେ ଜଟଣୀ ମ୍ୟୁନିସିପାଲିଟିର ପୌରାଧ୍ୟକ୍ଷ ଥିବା ବେଳେ ୧୯୮୮ରେ ସ୍ଥାନୀୟ ବାଛରା ପାହାଡ଼ ତଳେ କଂସେଇଖାନା କରାଯାଇଥିଲା। ଏଥିପାଇଁ ସେଠାରେ ମ୍ୟୁନିସିପାଲିଟି ପକ୍ଷରୁ ପାଣି, ଘର ଓ ସମସ୍ତ ଭିତ୍ତିଭୂମି ଯୋଗାଇ ଦିଆଯାଇଥିଲା। ସେତେବେଳେ ପ୍ରାଣୀ ଚିକିତ୍ସକ ଦୈନିକ ଆସି ମାଂସ ପରୀକ୍ଷା କରି ଷ୍ଟାମ୍ପ ମାରିବା ପରେ ଏହା ବିକ୍ରୟ ଉପଲବ୍ଧ ହେଉଥିଲା। ତେବେ ମାଂସ ବେପାରୀଙ୍କ ଅସହଯୋଗ ଯୋଗୁ ଗୋଟିଏ ସପ୍ତାହ ଚାଲିବା ପରେ ଏହି କଂସେଇଖାନା ବନ୍ଦ ହୋଇଯାଇଥିଲା। ମନଇଚ୍ଛା ଯେ ଯେଉଁଠି ପାରିଲା ମାଂସ ଦୋକାନ ଖୋଲିବା ଦ୍ୱାରା ଗୋଟିଏ ପକ୍ଷରେ ଲୋକଙ୍କ ମନରେ ଖରାପ ପ୍ରଭାବ ପଡୁଛି। ଅନ୍ୟପକ୍ଷରେ ଏଥିରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି ବୋଲି ଗୌରୀ ପ୍ରସାଦ କହିଛନ୍ତି। ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର କୁହନ୍ତି, କଂସେଇଖାନା ଖୋଲିବା ନେଇ ପ୍ରସ୍ତାବ ରହିଛି। ଜମି ନିଆଯାଇ ଏହା ଖୋଲାଯିବ। ଗୁରୁତର ସହ ଏଥିପ୍ରତି ଧ୍ୟାନ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri