ଜଙ୍ଗଲରେ ଥିବା ୧୩ ପ୍ରବାସୀଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

ଲୋଇସିଂହା, ୨୫।୫(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଲୋଇସିଂହାା ବ୍ଲକ ମାଗୁରବେଡା ଗାଁର ୩ପରିବାରର ୧୩ପ୍ରବାସୀ ଶ୍ରମିକ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରହିବାର ବ୍ୟବସ୍ଥା ନ ହେବାରୁ ନିକଟସ୍ଥ ଜଙ୍ଗଲରେ ରହୁଛନ୍ତି। ସେମବାର ଏ ସମ୍ପର୍କରେ ଏକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା ା ଏହା ଜାଣିବା ପରେ ସ୍ଥାନୀୟ ମାହେଶ୍ୱରୀ ସଂଗଠନର କର୍ମକର୍ତ୍ତା ସଂପୃକ୍ତ ପ୍ରବାସୀଙ୍କୁ ଭେଟିଥିଲେ। ସଂଗଠନର ଦେବାଶିଷ ବିଷୋୟୀ, ଯଶୋବନ୍ତ ମାହାଣ ସ୍ଥାନୀୟ ଅଶାକର୍ମୀ କୁନ୍ତି ପଟେଲଙ୍କ ସହୟତାରେ ସଂପୃକ୍ତ ପରିବାରକୁ ଭେଟି ଚାଉଳ, ବିସ୍କୁଟ ଓ ଆନ୍ୟନ୍ୟ ସାମଗ୍ରୀ ପ୍ରଦାନ କରିଥିଲେ ା ଅନ୍ୟପକ୍ଷରେ ବିଡିଓ ରାମଚନ୍ଦ୍ର ଖାଡିଆଙ୍କ ପରାମର୍ଶରେ ସ୍ଥାନୀୟ ସରପଞ୍ଚ ସମ୍ପୃକ୍ତ ୩ ପରିବାରକୁ ୫୦ କେଜି ଚାଉଳ ଓ ୫ଶହ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ସେମାନେ ଜଙ୍ଗଲରେ ରହୁଥିବାରୁ ରାତି ସମୟରେ ଜୀବଜନ୍ତୁ ଭୟ ଘାରୁଥିବା ପ୍ରବାସୀ ଶ୍ରମିକମାନେ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ମାଗୁରବେଡା ଗାଁର ୩ ପରିବାରର ୭ ଜଣ ଶିଶୁଙ୍କ ସମେତ ୧୩ ଜଣ ବ୍ରହ୍ମପୁରକୁ ଇଟା ଗଢିବାକୁ ଯାଇଥିଲେ ା କରୋନା ଯୋଗୁ ୪ଦିନ ତଳେ ଗାଁକୁ ଚାଲି ଆସିଥିଲେ ା ସଙ୍ଗରୋଧ କେନ୍ଦ୍ରରେ ରଖିବାକୁ ଅନୁରୋଧ କରିଥିଲେ ମଧ୍ୟ ସରପଞ୍ଚ ଅସହାୟ ପ୍ରକାଶ କରି ହୋମ କ୍ୱାରାଣ୍ଟାଇନରେ ରହିବାକୁ କହିଥିଲେ ା ଏପଟେ ହୋମକ୍ୱାରଣ୍ଟାଇନ ପାଇଁ ଆବଶ୍ୟକ ଘର ନଥିବାରୁ ବାଧ୍ୟ ହୋଇ ଗାଁଠାରୁ ୧ କିମି ଦୂର ଜଙ୍ଗଲରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ସ୍କୁଲ ବସ୍‌ ଧକ୍କାରେ ଚାଲିଗଲା ଜୀବନ: ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ କୁଲୁଥିପାଲି ଗାଁ ନିକଟ ରାସ୍ତାରେ ସୋମବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି।…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?