ଜଗା, କାଳିଆଙ୍କୁ ଭେଟିଲେ ମନ୍ତ୍ରୀ ଅଶୋକ ପଣ୍ଡା

କଟକ ଅଫିସ,୨୫-୯: ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲାର ଜଗା, କାଳିଆଙ୍କୁ ମଙ୍ଗଳବାର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମାଜିକ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭେଟିଛନ୍ତି। ମନ୍ତ୍ରୀ ପଣ୍ଡା ଜଗା, କାଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କୁ ପଚାରି ବୁଝିବା ସହ ଜଗା ସହିତ କିଛି ସମୟ ଖେଳିଥିଲେ। ଏହା ପରେ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ଜଗା, କାଳିଆ ଏବେ ସୁସ୍ଥ ଅଛନ୍ତି। ଜଗା ହସ୍ପିଟାଲରେ ଚଲାବୁଲା କରୁଛି, ଖେଳୁଛି। କିନ୍ତୁ କାଳିଆ ଏ ପର୍ଯ୍ୟନ୍ତ ଚିକିତ୍ସାଧୀନ ରହିଛି। ଏମ୍‌ସ ଡାକ୍ତରଙ୍କ ସମେତ ୧୪ ଜଣିଆ ଡାକ୍ତରୀ ଟିମ୍‌ ଦୁହିଁଙ୍କୁ ଚିକିତ୍ସିତ କରୁଛନ୍ତି। ଜଗା ସ୍କୁଲ ଯିବା ପାଇଁ ପ୍ରସ୍ତୁତ। କିନ୍ତୁ ତା’ର ମୁଣ୍ଡରେ ଚିକିତ୍ସା ବାକି ଥିବାରୁ କିଛିଦିନ ବ୍ୟବଧାନରେ ସେ ସ୍କୁଲ ଯାଇପାରିବ। କାଳିଆ ଖୁବ୍‌ଶୀଘ୍ର ଭଲ ହୋଇ ଚଲାବୁଲା କରିବା ନେଇ ଆମେ ଆଶା ରଖିଛୁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ଡାକ୍ତରୀ ଟିମ୍‌ ସମେତ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ସି.ବି.କେ. ମହାନ୍ତି ଏବଂ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳବାରରେ ଏହି ରାଶି ଉପରେ ରହିବ ହନୁମାନଙ୍କ କୃପା, ସବୁ କାର୍ଯ୍ୟରେ ସଫଳତା

ଆଜି ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷର ଦ୍ୱିତୀୟା ତିଥି ପାଳନ କରାଯାଏ । ଏହି ମଙ୍ଗଳବାର ଦିନ ଜ୍ୟେଷ୍ଠ ମାସ ମଧ୍ୟରେ ପଡୁଥିବାରୁ, ଏହାକୁ ବଡ଼ ମଙ୍ଗଳ…

ଆନ୍ଦୋଳନ ଚେତାବନୀ ଦେଲେ ଚାଷୀ: ଟୋକନ ସମସ୍ୟାର ସମାଧାନ ନ ହେଲେ…

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ତେବେ ଅନ୍ୟବର୍ଷ ଅପେକ୍ଷା ଏଥର ଧାନବିକ୍ରି ଟୋକନରେ ହୋଇଥିବା ଅନିୟମିତତା ଚାଷୀଙ୍କୁ ଅଡୁଆରେ ପକାଇ ଦେଇଛି। ଅନେକ…

ଏହି ଦେଶର ଉପ-ପ୍ରଧାନମନ୍ତ୍ରୀ ବିରାଟଙ୍କର ଜଣେ ବଡ଼ ଫ୍ୟାନ, IPL ମ୍ୟାଚ ବିଜୟ ପରେ ସେ କହିଛନ୍ତି…

ନୂଆଦିଲ୍ଲୀ.୨।୬: ଅଷ୍ଟ୍ରେଲିଆର ଉପ-ପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲେସ, IPL 2026 ଫାଇନାଲରେ 75 ରନର ଏକ ଚମତ୍କାର ଇନିଂସ ସହିତ RCBକୁ ଚାମ୍ପିୟନସିପ ଟାଇଟଲ ହାସଲ କରିଥିବା ବିରାଟ…

ଇରାନ ଦେଲାଣି ଏମିତି ଚେତାବନୀ ଏବେ ଚୁଲି ଜଳିବା ହେବ ମୁସ୍କିଲ

ତେହରାନ,୨।୬: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ଚାଲିଥିବା ଆଲୋଚନା ମଧ୍ୟରେ, କୌଣସି ଦେଶ ଅନ୍ୟକୁ ଭୟଭୀତ କରିବାକୁ କୌଣସି ପ୍ରୟାସ ଛାଡ଼ୁନାହାଁନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ…

ସୁସ୍ମିତା ସେନଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଲଳିତ ମୋଦି, କହିଲେ ଏମିତି କଥା ସଭିଏଁ ଚକିତ

ନୂଆଦିଲ୍ଲୀ,୨।୬: ୨୦୨୨ ମସିହାରେ, ଏକ ଇନଷ୍ଟାଗ୍ରାମ ପୋଷ୍ଟ ଏତେ ଝଡ଼ ସୃଷ୍ଟି କରିଥିଲା ଯେ ଏହା ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ମନୋରଞ୍ଜନ ଜଗତ ପର୍ଯ୍ୟନ୍ତ…

ମଣ୍ଡିରୁ ଉଠୁନି ଧାନ,ଚାଷୀଙ୍କ ରାସ୍ତାରୋକୋ: ଅଟକି ରହିଛି ଶହ ଶହ ଯାନବାହନ

ଭବାନୀପାଟଣା,୨।୬(ଉତ୍ତମ କୁମାର ଦାଶ):ଧାନ ବିକ୍ରି ପ୍ରକ୍ରିୟାରେ ଅନିୟମିତତାକୁ ନେଇ ମଙ୍ଗଳବାର ସକାଳୁ କଳାହାଣ୍ଡି ଜିଲା ମୋଟର -ଜୟପାଟଣା ମୁଖ୍ୟ ରାସ୍ତା ବଡକୁଟରୁ ଛକ ନିକଟରେ ସ୍ଥାନୀୟ ଚାଷୀ…

ଦିଲ୍ଲୀ ଗଲେ ନବୀନ, ବଢୁଛି ଚର୍ଚ୍ଚା: ଦେବୀ କହିଲେ…

ଭୁବନେଶ୍ୱର,୨ା୬(ସୁନିତ୍‌ ମିଶ୍ର):ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ୭ଦିନିଆ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ନବୀନ ନିର୍ଦ୍ଦିଷ୍ଟ ଭାବେ କେଉଁ ଉଦ୍ଦେଶ୍ୟ ନେଇ ଦିଲ୍ଲୀ…

ଅସରପା ଗୋଟେ ଚଢ଼େଇ

କକ୍‌ରୋଚ ବା ଅସରପା ଏକ ପତଙ୍ଗ। ପରମାଣୁ ବିସ୍ଫୋରଣରେ ମଧ୍ୟ ତା’ର ମୃତ୍ୟୁ ଘଟେନାହିଁ। ଯେତେ ଅପରିଷ୍କାର ସ୍ଥାନ ସେଠାରେ ସେତିକି ଅସରପାର ବଂଶବୃଦ୍ଧି ଘଟିଥାଏ। ଓଡ଼ିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri