ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ: ଖାଲି ପଡ଼ିଛି ୩୬ ଡାକ୍ତର ପଦବୀ

ଜଗତ୍‌ସିଂହପୁର ଅଫିସ,୧୬ା୧୨: ସ୍ବାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସରକାର ଯୋଜନା ପ୍ରଣୟନ କରିଛନ୍ତି। ଏହି ଅନୁଯାୟୀ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଉକ୍ତ ଯୋଜନା କାର୍ଯ୍ୟକାରୀ ହେଉଥିବା ଦର୍ଶାଯାଉଛି। ବାସ୍ତବରେ କିନ୍ତୁ ସରକାର ଲୋକଙ୍କୁ ଭଣ୍ଡାଉଥିବା ଅଭିଯୋଗ ହେଉଛି। କାରଣ ଜଗତ୍‌ସିଂହପୁର ଜିଲା ୧୯୯୩ ମସିହାରେ ଜନ୍ମ ନେଇଥିଲା। ସେତେବେଳେ ଜିଲା ମୁଖ୍ୟ ଚିକିତ୍ସାଳୟର ଶଯ୍ୟା ସଂଖ୍ୟା ୧୨୬ ଥିଲା। ଦୀର୍ଘ ୨୬ ବର୍ଷ ପରେ ମଧ୍ୟ ଏହି ସଂଖ୍ୟା ଯେତିକି ଥିଲା ସେତିକିରେ ରହିଛି। ଯାହାକି ସବୁଠାରୁ ବଡ଼ ସମସ୍ୟା ସୃଷ୍ଟି କରିଛି। ସର୍ବନିମ୍ନ ୩୦୦ ଶଯ୍ୟାର ଆବଶ୍ୟକତା ଥିବା ବେଳେ ଏତେ କମ ଶଯ୍ୟାରେ ରୋଗୀ କିପରି ସେବା ପାଉଥିବେ ତାହା ସହଯେ ଅନୁମେୟ। ସେହିପରି ଡାକ୍ତର ସଂଖ୍ୟା ଦିନକୁ ଦିନ କମି କମି ଚାଲିଛି। ଚିକିତ୍ସାଳୟରେ ମୋଟ ଅନୁମୋଦିତ ଡାକ୍ତର ପଦବୀ ସଂଖ୍ୟା ୫୮ ଥିବାବେଳେ ବାସ୍ତବରେ ଅଛନ୍ତି ମାତ୍ର ୨୨ ଜଣ। ଫଳରେ ୩୬ଟି ଡାକ୍ତର ପଦବୀ ଖାଲିପଡ଼ିଛି। ଯାହାକି ଚିନ୍ତାର କାରଣ ହୋଇଛି। ଜିଲାର ବିରିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବାଦଦେଲେ ଅନ୍ୟ ବ୍ଲକ ଅଞ୍ଚଳର କୌଣସି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରସୂତି ଓ ସ୍ତ୍ରୀ ରୋଗ ପରାମର୍ଶଦାତା ନାହାନ୍ତି। ତେଣୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭିଡ ହେଉଛି। ସେ ଦୃଷ୍ଟିରୁ ପ୍ରସୂତି ବିଭାଗରେ ସବୁବେଳେ ଭିଡ ଲାଗି ରହୁଛି। ରାଜ୍ୟର ଅନେକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ, ସିଟି ସ୍କାନ୍‌, ଏମ୍‌ଆର୍‌ଆଇ ଆଦି ଅତ୍ୟାଧୁନିକ ଯନ୍ତ୍ରପାତି ଓ ସେବା ଉପଲବ୍ଧ ଥିବାବେଳେ ଏଠାରେ ନାହିଁ। ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମାତୃ ଶିଶୁ ୱାର୍ଡ (ଏମ୍‌ସିଏଚ୍‌) ବିଲ୍ଡିଂ ନିର୍ମାଣ ପାଇଁ ୧୭ କୋଟି ଟଙ୍କା ଅନୁଦାନ ଆସିଛି। ଏହି ଅନୁଦାନରେ ଚିକିତ୍ସାଳୟ ପାର୍ଶ୍ୱ ଜଳସେଚନ ବିଭାଗ କର୍ମଚାରୀଙ୍କ କ୍ବାର୍ଟରରେ ବହୁତଳ ବିଶିଷ୍ଟ ବିଲ୍ଡିଂ ନିର୍ମାଣ ହେବା କଥା। କିନ୍ତୁ ଏଯାଏ ଜଳସେଚନ ବିଭାଗରୁ ସ୍ବାସ୍ଥ୍ୟ ବିଭାଗକୁ ଜମି ହସ୍ତାନ୍ତର ହୋଇପାରି ନ ଥିବାରୁ ଅନୁଦାନ ବିନିଯୋଗରେ ବିଳମ୍ବ ହେଉଛି।
ସୂଚନା ଅନୁଯାୟୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ମୋଟ ୧୨୬ ଶଯ୍ୟା ମଧ୍ୟରୁ ଭେଷଜରେ ୨୪, ସଲ୍ୟ ୨୪, ପ୍ରସୂତି ୨୪, ଶିଶୁରୋଗ ୨୪, ଟିବି/ସିଡି ୪, ଚକ୍ଷୁ ୨୦ ଓ ହଇଜାରେ ୬ଟି ରହିଛି। ଏତେ କମ ସଂଖ୍ୟକ ଶଯ୍ୟା ଯୋଗୁ ଅଧିକାଂଶ ସମୟରେ ରୋଗୀ ବାରଣ୍ଡାରେ ଅବହେଳିତ ଅବସ୍ଥାରେ ରହୁଛନ୍ତି। ଭିତ୍ତିଭୂମି ଅଭାବରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଚିକିତ୍ସାଳୟ ପକ୍ଷରୁ ସଫେଇ ଦିଆଗଲେ ମଧ୍ୟ ତାହା ଲୋକଙ୍କ ଅସନ୍ତୋଷକୁ ପ୍ରଶମିତ କରିପାରୁ ନାହିଁ। ଅନ୍ୟପକ୍ଷରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଯଥା ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ, ଜିଲା ମେଡିକାଲ ଅଫିସର ତଥା ଜିଲା ମୁଖ୍ୟାଳୟ ଡାକ୍ତରଖାନା ସୁପରିଣ୍ଟେଣ୍ଡେଣ୍ଟ, ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର ମଙ୍ଗଳ), ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ (ଭିବିଡି) ପଦବୀ ଖାଲି ପଡିଛି। ଏହାବାଦ୍‌ ସ୍ତ୍ରୀରୋଗ, ଭେଷଜ, ଚକ୍ଷୁ ଓ ନିଶ୍ଚେତକ ବିଭାଗର ବରିଷ୍ଠ ପରାମର୍ଶଦାତା ନାହାନ୍ତି। ଅସ୍ଥିଶଲ୍ୟ, ଚର୍ମରୋଗ ଓ ଟିବି ଆଦିର ପରାମର୍ଶଦାତା ପଦବୀ ପୂରଣ ହୋଇ ପାରୁନାହିଁ। ୩ଟି ଜିଡିଏମ୍‌ଓ(ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର) ଓ ୧୬ଟି ଏଲ୍‌ଟିଆର୍‌ଏମ୍‌ଓ (ଲିଭ୍‌ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର)ପଦବୀ ଖାଲି ପଡିଛି। ଜଣେ ଭେଷଜ ବରିଷ୍ଠ ପରାମର୍ଶଦାତା ୩ ମାସ ଓ ଜଣେ ଚକ୍ଷୁରୋଗ ପରାମର୍ଶଦାତା ଲମ୍ବା ଛୁଟିରେ ଯାଇଛନ୍ତି। ଜଣେ ରେଡିଓଲୋଜି ବିଶେଷଜ୍ଞ ୧ ବର୍ଷ ପାଇଁ ତାଲିମରେ ଅଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଳୟ ଭାରପ୍ରାପ୍ତ ଏଡିଏମ୍‌ଓ ଡା. ବସନ୍ତ ବାରିକଙ୍କୁ ପଚାରିବାରେ ସେ କହିଥିଲେ, ଶୀଘ୍ର ଖାଲି ପଦବୀ ପୂରଣ ଓ ସଜ୍ୟା ସଂଖ୍ୟା ବୃଦ୍ଧି ସମେତ ଅନ୍ୟାନ୍ୟ ଆବଶ୍ୟକତା ପୂରଣ ପାଇଁ ଜିଲାପାଳଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ସେହିପରି ନିକଟରେ ଗ୍ରାମ୍ୟ ଉନ୍ନୟନ ସଚିବ ପ୍ରଦୀପ ଜେନାଙ୍କ ଜିଲା ଗସ୍ତ ସମୟରେ ଏହି ପ୍ରସଙ୍ଗ ଉଠାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri