ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ: ଖାଲି ପଡ଼ିଛି ୩୬ ଡାକ୍ତର ପଦବୀ

ଜଗତ୍‌ସିଂହପୁର ଅଫିସ,୧୬ା୧୨: ସ୍ବାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସରକାର ଯୋଜନା ପ୍ରଣୟନ କରିଛନ୍ତି। ଏହି ଅନୁଯାୟୀ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଉକ୍ତ ଯୋଜନା କାର୍ଯ୍ୟକାରୀ ହେଉଥିବା ଦର୍ଶାଯାଉଛି। ବାସ୍ତବରେ କିନ୍ତୁ ସରକାର ଲୋକଙ୍କୁ ଭଣ୍ଡାଉଥିବା ଅଭିଯୋଗ ହେଉଛି। କାରଣ ଜଗତ୍‌ସିଂହପୁର ଜିଲା ୧୯୯୩ ମସିହାରେ ଜନ୍ମ ନେଇଥିଲା। ସେତେବେଳେ ଜିଲା ମୁଖ୍ୟ ଚିକିତ୍ସାଳୟର ଶଯ୍ୟା ସଂଖ୍ୟା ୧୨୬ ଥିଲା। ଦୀର୍ଘ ୨୬ ବର୍ଷ ପରେ ମଧ୍ୟ ଏହି ସଂଖ୍ୟା ଯେତିକି ଥିଲା ସେତିକିରେ ରହିଛି। ଯାହାକି ସବୁଠାରୁ ବଡ଼ ସମସ୍ୟା ସୃଷ୍ଟି କରିଛି। ସର୍ବନିମ୍ନ ୩୦୦ ଶଯ୍ୟାର ଆବଶ୍ୟକତା ଥିବା ବେଳେ ଏତେ କମ ଶଯ୍ୟାରେ ରୋଗୀ କିପରି ସେବା ପାଉଥିବେ ତାହା ସହଯେ ଅନୁମେୟ। ସେହିପରି ଡାକ୍ତର ସଂଖ୍ୟା ଦିନକୁ ଦିନ କମି କମି ଚାଲିଛି। ଚିକିତ୍ସାଳୟରେ ମୋଟ ଅନୁମୋଦିତ ଡାକ୍ତର ପଦବୀ ସଂଖ୍ୟା ୫୮ ଥିବାବେଳେ ବାସ୍ତବରେ ଅଛନ୍ତି ମାତ୍ର ୨୨ ଜଣ। ଫଳରେ ୩୬ଟି ଡାକ୍ତର ପଦବୀ ଖାଲିପଡ଼ିଛି। ଯାହାକି ଚିନ୍ତାର କାରଣ ହୋଇଛି। ଜିଲାର ବିରିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବାଦଦେଲେ ଅନ୍ୟ ବ୍ଲକ ଅଞ୍ଚଳର କୌଣସି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରସୂତି ଓ ସ୍ତ୍ରୀ ରୋଗ ପରାମର୍ଶଦାତା ନାହାନ୍ତି। ତେଣୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭିଡ ହେଉଛି। ସେ ଦୃଷ୍ଟିରୁ ପ୍ରସୂତି ବିଭାଗରେ ସବୁବେଳେ ଭିଡ ଲାଗି ରହୁଛି। ରାଜ୍ୟର ଅନେକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ, ସିଟି ସ୍କାନ୍‌, ଏମ୍‌ଆର୍‌ଆଇ ଆଦି ଅତ୍ୟାଧୁନିକ ଯନ୍ତ୍ରପାତି ଓ ସେବା ଉପଲବ୍ଧ ଥିବାବେଳେ ଏଠାରେ ନାହିଁ। ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମାତୃ ଶିଶୁ ୱାର୍ଡ (ଏମ୍‌ସିଏଚ୍‌) ବିଲ୍ଡିଂ ନିର୍ମାଣ ପାଇଁ ୧୭ କୋଟି ଟଙ୍କା ଅନୁଦାନ ଆସିଛି। ଏହି ଅନୁଦାନରେ ଚିକିତ୍ସାଳୟ ପାର୍ଶ୍ୱ ଜଳସେଚନ ବିଭାଗ କର୍ମଚାରୀଙ୍କ କ୍ବାର୍ଟରରେ ବହୁତଳ ବିଶିଷ୍ଟ ବିଲ୍ଡିଂ ନିର୍ମାଣ ହେବା କଥା। କିନ୍ତୁ ଏଯାଏ ଜଳସେଚନ ବିଭାଗରୁ ସ୍ବାସ୍ଥ୍ୟ ବିଭାଗକୁ ଜମି ହସ୍ତାନ୍ତର ହୋଇପାରି ନ ଥିବାରୁ ଅନୁଦାନ ବିନିଯୋଗରେ ବିଳମ୍ବ ହେଉଛି।
ସୂଚନା ଅନୁଯାୟୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ମୋଟ ୧୨୬ ଶଯ୍ୟା ମଧ୍ୟରୁ ଭେଷଜରେ ୨୪, ସଲ୍ୟ ୨୪, ପ୍ରସୂତି ୨୪, ଶିଶୁରୋଗ ୨୪, ଟିବି/ସିଡି ୪, ଚକ୍ଷୁ ୨୦ ଓ ହଇଜାରେ ୬ଟି ରହିଛି। ଏତେ କମ ସଂଖ୍ୟକ ଶଯ୍ୟା ଯୋଗୁ ଅଧିକାଂଶ ସମୟରେ ରୋଗୀ ବାରଣ୍ଡାରେ ଅବହେଳିତ ଅବସ୍ଥାରେ ରହୁଛନ୍ତି। ଭିତ୍ତିଭୂମି ଅଭାବରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଚିକିତ୍ସାଳୟ ପକ୍ଷରୁ ସଫେଇ ଦିଆଗଲେ ମଧ୍ୟ ତାହା ଲୋକଙ୍କ ଅସନ୍ତୋଷକୁ ପ୍ରଶମିତ କରିପାରୁ ନାହିଁ। ଅନ୍ୟପକ୍ଷରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଯଥା ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ, ଜିଲା ମେଡିକାଲ ଅଫିସର ତଥା ଜିଲା ମୁଖ୍ୟାଳୟ ଡାକ୍ତରଖାନା ସୁପରିଣ୍ଟେଣ୍ଡେଣ୍ଟ, ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର ମଙ୍ଗଳ), ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ (ଭିବିଡି) ପଦବୀ ଖାଲି ପଡିଛି। ଏହାବାଦ୍‌ ସ୍ତ୍ରୀରୋଗ, ଭେଷଜ, ଚକ୍ଷୁ ଓ ନିଶ୍ଚେତକ ବିଭାଗର ବରିଷ୍ଠ ପରାମର୍ଶଦାତା ନାହାନ୍ତି। ଅସ୍ଥିଶଲ୍ୟ, ଚର୍ମରୋଗ ଓ ଟିବି ଆଦିର ପରାମର୍ଶଦାତା ପଦବୀ ପୂରଣ ହୋଇ ପାରୁନାହିଁ। ୩ଟି ଜିଡିଏମ୍‌ଓ(ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର) ଓ ୧୬ଟି ଏଲ୍‌ଟିଆର୍‌ଏମ୍‌ଓ (ଲିଭ୍‌ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର)ପଦବୀ ଖାଲି ପଡିଛି। ଜଣେ ଭେଷଜ ବରିଷ୍ଠ ପରାମର୍ଶଦାତା ୩ ମାସ ଓ ଜଣେ ଚକ୍ଷୁରୋଗ ପରାମର୍ଶଦାତା ଲମ୍ବା ଛୁଟିରେ ଯାଇଛନ୍ତି। ଜଣେ ରେଡିଓଲୋଜି ବିଶେଷଜ୍ଞ ୧ ବର୍ଷ ପାଇଁ ତାଲିମରେ ଅଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଳୟ ଭାରପ୍ରାପ୍ତ ଏଡିଏମ୍‌ଓ ଡା. ବସନ୍ତ ବାରିକଙ୍କୁ ପଚାରିବାରେ ସେ କହିଥିଲେ, ଶୀଘ୍ର ଖାଲି ପଦବୀ ପୂରଣ ଓ ସଜ୍ୟା ସଂଖ୍ୟା ବୃଦ୍ଧି ସମେତ ଅନ୍ୟାନ୍ୟ ଆବଶ୍ୟକତା ପୂରଣ ପାଇଁ ଜିଲାପାଳଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ସେହିପରି ନିକଟରେ ଗ୍ରାମ୍ୟ ଉନ୍ନୟନ ସଚିବ ପ୍ରଦୀପ ଜେନାଙ୍କ ଜିଲା ଗସ୍ତ ସମୟରେ ଏହି ପ୍ରସଙ୍ଗ ଉଠାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri