Posted inରାଜ୍ୟ

ଜଗତ୍‌ସିଂହପୁର ଜିଲା ଚିଠି: କାଗଜପତ୍ରରେ କଟକଣା, ଟ୍ରାଫିକ ସମସ୍ୟା ଜଟିଳ

ଜଗତ୍‌ସିଂହପୁର ଜିଲାରେ ଟ୍ରାଫିକ ସମସ୍ୟା ଜଟିଳ ହୋଇପଡିଛି। ପ୍ରତ୍ୟହ କେଉଁଠି ନା କେଉଁଠି ଦୁର୍ଘଟଣାରେ ଧନଜୀବନ ହାନି ଘଟୁଛି। ଏହାର ପ୍ରତିକାର ପାଇଁ ଯଦିଓ ଜିଲା ପ୍ରଶାସନ ପକ୍ଷରୁ ପ୍ରତି ମାସରେ ଜିଲା ସଦରମହକୁମା ଓ ପାରାଦୀପରେ ଭାରିଯାନ ଚଳାଚଳ ଉପରେ କଟକଣା ଲଗାଯାଉଛି, ତେବେ ତାହାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉନି। ତେଣୁ ପରିସ୍ଥିତିରେ ସୁଧାର ଆସୁନାହିଁ। ପୋଲିସ ଓ ପରିବହନ କର୍ମଚାରୀ ସବୁ ଜାଣି ନୀରବ ରହୁଛନ୍ତି। ଏହି ନୀରବତା ଅନେକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଦୁର୍ଘଟଣାରେ ମୃତ୍ୟୁ ପରେ ଅନେକ ସ୍ଥାନରେ ଆନ୍ଦୋଳନ ହେଉଛି। ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି। ଏସବୁ ସତ୍ତ୍ବେ ଜିଲା ପୋଲିସ କିମ୍ବା ଆର୍‌ଟିଓ ଚେତୁ ନାହାନ୍ତି। ଜଗତ୍‌ସିଂହପୁର ସହରରେ ଦିନବେଳା ଭାରିଯାନ ଚଳାଚଳ ଯୋଗୁ ନାହିଁ ନ ଥିବା ସମସ୍ୟା ସୃଷ୍ଟି ହେଉଛି। ତେଣୁ ସହରରେ ପୂର୍ବାହ୍ଣ ୧୧ରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ସହରର ଅତି ଜନଗହଳିପୂର୍ଣ୍ଣ ଥାନା ଛକରୁ ଟାଉନ ହଲ୍‌ ଛକ ଓ ଥାନା ଛକରୁ ଜଇପୁର ରାସ୍ତାର ଏକ ପ୍ରତିଷ୍ଠିତ ଲୁଗାଦୋକାନ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱକୁ ନୋ ପାର୍କିଂ ଜୋନ୍‌ ଘୋଷଣା କରାଯାଇଛି। ଏଥିସହ ଆଳିପିଙ୍ଗଳରୁ ଜଗତ୍‌ସିଂହପୁର ରାସ୍ତାରେ ମଧ୍ୟ ଭାରିଯାନ ଚଳାଚଳ ଉପରେ ଅନୁରୂପ କଟକଣା ରହିଛି। ପ୍ରତ୍ୟହ ପୂର୍ବାହ୍ଣ ୧୧ରୁ ଅପରାହ୍ଣ ୫ଟା ଯାଏ ଭାରିଯାନ ଚଳାଚଳ ନିଷେଧ କରାଯାଇଛି। ଆଳିପିଙ୍ଗଳ ପୋଲ ପୁରୁଣା ଓ ଦୁର୍ବଳ ହୋଇଯାଇଥିବାରୁ ଏହା ଉପରେ ଭାରିଯାନ ଚଳାଚଳ ନ କରିବାକୁ ନିର୍ଦ୍ଦେଶ ରହିଛି। ସେହିପରି କଟକ-ପାରାଦୀପ ରାଜ୍ୟ ରାଜପଥ ନଂ.୧୨ରେ ଟ୍ରକ୍‌, ଟିପ୍ପର ଆଦି ଦ୍ୱାରା ଲୁହାପଥର, କ୍ରୋମ ପଥର, କୋଇଲା ଆଦି ପରିବହନ କରାଯାଉଛି। ଏହି ଭାରିଯାନ ସମେତ ଗ୍ୟାସ୍‌ ଟ୍ୟାଙ୍କର, ତୈଳ ଟ୍ୟାଙ୍କର ଓ ଭାରି ଯନ୍ତ୍ରାଂଶ ପରିବହନ ଯୋଗୁ ରାସ୍ତା ବିପର୍ଯ୍ୟସ୍ତ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଅନୁରୂପ ଭାବେ ପାରାଦୀପ ଜିରୋ ପଏଣ୍ଟରୁ ଅଠରବାଙ୍କୀ ପର୍ଯ୍ୟନ୍ତ ନୋ ପାର୍କିଂ ଜୋନ୍‌ ଘୋଷଣା କରାଯାଇଛି। ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଭାରିଯାନ ରଖାଯାଇପାରିବ ନାହିଁ ବୋଲି କୁହାଯାଇଛି। ପାରାଦୀପ ଅଏଲ ଟର୍ମିନାଲ ନିକଟରୁ କାରଗିଲ ଛକ ମଧ୍ୟରେ ତୈଳ ଟ୍ୟାଙ୍କର ପରିବହନ ସମୟରେ ଅନେକ ସମସ୍ୟା ଉପୁଜୁଛି। ଏସବୁକୁ ଦୃଷ୍ଟିରେ ରଖି ଜିଲାପାଳ ପ୍ରତି ମାସରେ କଟକଣା ଜାରି କରୁଛନ୍ତି। କିନ୍ତୁ ଏହି କଟକଣା କେବଳ କାଗଜପତ୍ରରେ ସୀମିତ। ଜଗତ୍‌ସିଂହପୁରରୁ ଆଳିପିଙ୍ଗଳ ରାସ୍ତାରେ ପ୍ରତ୍ୟହ ଶତାଧିକ ଟ୍ରିପ୍‌ ବାଲି ବୋଝେଇ ହାଇୱା, ଟ୍ରକ୍‌, ଟ୍ରାକ୍ଟର ଆଦି ଯାତାୟାତ କରୁଛି। ଏହି ରାସ୍ତା ନବୀକରଣ ମାସାଧିକ କାଳ ହେବ ଚାଲିଥିଲେ ସୁଦ୍ଧା ଶେଷ ହେଉନାହିଁ। ରାସ୍ତା କାମ ଯୋଗୁ ଟ୍ରାଫିକ ସମସ୍ୟା ଜଟିଳ ହେଉଛି। ବାଲିବୋଝେଇ ଯାନରୁ ବାଲି ପଡି ରାସ୍ତାରେ ଗଦା ହେଉଛି। ଆଳିପିଙ୍ଗଳ ପୋଲ ଉପରେ ଜାରି କରାଯାଇଥିବା କଟକଣା ମଧ୍ୟ ପ୍ରହସନ ପାଲଟିଛି। ଅନୁରୂପ ଭାବେ ଜଗତ୍‌ସିଂହପୁର, ପାରାଦୀପ ସମେତ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ମଧ୍ୟ ଟ୍ରାଫିକ ସମସ୍ୟା ଚିନ୍ତାର ବିଷୟ ହୋଇଛି। ଏଥିପ୍ରତି ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ।
– ପ୍ରମୋଦ କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୋରାପୁଟ,୨୦ା୨(ଅମିତାଭ ବେହେରା): କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କୋରାପୁଟ ଜିଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍‌ରେ ତାଲା…

ଲିଭ୍ ଇନ୍‌ରେ ରହୁଥିଲେ: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମିକା ଫେରାର୍

ଭୁବନେଶ୍ୱର,୨୦ା୨: ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏକ ହୋଟେଲ୍ ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

ଓଡ଼ିଶାରେ ଚାଲିଛି ସୁଚିନ୍ତିତ ରାଜନୀତି: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ …

ଭୁବନେଶ୍ୱର, ୨୦।୨(ସୁନିତ୍‌ ମିଶ୍ର):ଚାଷୀ ପ୍ରସଙ୍ଗ ନେଇ ୩ ଦିନ ହେଲା ଓଡ଼ିଶା ବିଧାନସଭାର ବିରୋଧୀ ସଦସ୍ୟମାନେ ଗୃହ ଚଲାଇ ଦେଉନାହାନ୍ତି। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ପରେ…

ସୌନ୍ଦର୍ଯ୍ୟକରଣ ବଦଳରେ ଫୁଡ୍‌କୋର୍ଟ-ଦୋକାନ ଗୃହ ନିର୍ମାଣ, ଐତିହ୍ୟ ହରାଉଛି…

ପୁରୁଷୋତ୍ତମପୁର,୨୦ା୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ୯ ନଂ. ୱାର୍ଡ ରେ ଥିବା କିମ୍ବଦନ୍ତୀପୂର୍ଣ୍ଣ ଐତିହାସିକ ଗୋପାଳବନ୍ଧଟି ଦୀର୍ଘବର୍ଷ ହେଲା ଅବହେଳିତ ଅବସ୍ଥାରେ ପଡିରହି ତାର ଐତିହ୍ୟ…

ଆପଣଙ୍କ e-KYC ଅପଡେଟ୍ ଅଛି ତ? ଖୁବଶୀଘ୍ର ଆସିବାକୁ ଯାଉଛି ସୁଭଦ୍ରା ଯୋଜନାର ୪ର୍ଥ କିସ୍ତି

ଭୁବନେଶ୍ୱର,୨୦ା୨: ଖୁବଶୀଘ୍ର ଆସିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି। ଏନେଇ ଓଡ଼ିଶା ସରକାର ଆଗୁଆ ସୂଚନା ଦେଇ ସାରିଛନ୍ତି। ଯଦି ଆପଣ ଜଣେ ଆବେଦନକାରୀ, ତେବେ ଟଙ୍କା…

ଶଟର ପକାଇ ଜଗି ରହୁଛନ୍ତି ବାଉନ୍‌ସର, ଭିତରେ ବାର୍‌ ଡ୍ୟାନ୍ସରଙ୍କ ଉପରେ ଉଡୁଛି ଟଙ୍କା

ଭୁବନେଶ୍ୱର,୨୦ା୨(ତ୍ରିନାଥ ମହାନ୍ତି): ସବୁ ନିୟମ ଓ କଟକଣାକୁ ଫୁ’ କରିଦେଉଛନ୍ତି ବାର୍‌ ମାଲିକ। ପୋଲିସ ଓ ଅବକାରୀ ଚଢ଼ାଉକୁ ଖାତିର ନ କରି ଚଳାଉଛନ୍ତି ବେଆଇନ ବେପାର।…

ଅନ୍ୟନାମରେ ଆକାଉଣ୍ଟ ଖୋଲି ଠକେଇ: ୭ଦିନରେ ଧରାପଡ଼ିଲେଣି ୯ ଅଭିଯୁକ୍ତ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଗତ ୧୩ ତାରିଖରୁ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସାଇବର କବଚ ଅଭିଯାନ ଚାଲିଛି। ତେବେ ଏହି ଅଭିଯାନକୁ ବରଗଡ଼ ଜିଲା ପୋଲିସ୍‌ ଜୋରଦାର୍‌…

ବିଚ୍‌ ରାସ୍ତାରେ ପଡ଼ିଛି ନବଜାତ ଶିଶୁର ମୃତଦେହ, ଜନ୍ମ ପରେ…

ରାୟଗଡ଼ା,୨୦ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ ପୁଣି ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ସହରର ଗୋଦାବରୀଶ ନଗର ତଥା ରାୟଗଡ଼ା କଲେଜ ପଛ ପାର୍ଶ୍ୱ ବିଚ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri