ଛୋଟ ବେଳୁ ମଡେଲିଂ ପ୍ରୀତି: ଇଚ୍ଛା ଦେଇଛି ସଫଳତା

ଇଚ୍ଛା ଥିଲେ ଉପାୟ ଆପେ ଆପେ ମିଳିଥାଏ। ଛୋଟ ବେଳୁ ମଡେଲ ଓ ଗ୍ଲାମର ଦୁନିଆରେ ନିଜ ପରିଚୟ ସୃଷ୍ଟି କରିବାର ଇଚ୍ଛା ଆଜି ତାଙ୍କୁ ଆଣି ଦେଇଛି ସଫଳତା। ମାତ୍ର ୧୫ ବର୍ଷ ବୟସରେ ଇଷ୍ଟଜୋନ୍‌ସ୍ତରରେ ଅନୁଷ୍ଠିତ ହୋଇଥିବା ‘ମିସ୍‌ ଏଣ୍ଡ ମିଷ୍ଟର ଟିନ୍‌ ଇଣ୍ଡିଆ ର଼୍ୟାମ୍ପ ଶୋ’ରେ ଭାଗ ନେଇ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ହେଉଛନ୍ତି ଅରବିନ୍ଦ ନଗରର ପ୍ରଦୀପ କୁମାର ମିଶ୍ର ଓ ସୌଦାମିନୀ ମିଶ୍ରଙ୍କ କନିଷ୍ଠା କନ୍ୟା ତନୁଶା ମିଶ୍ର। ରାମହରି ନଗର ଶିଶୁ ମନ୍ଦିରରେ ଅଧ୍ୟୟନ କରି ଚଳିତ ବର୍ଷ ୧୦ମ ଶ୍ରେଣୀ ପରୀକ୍ଷାରେ ୯୧.୨ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ମେ ୧୯ରେ ଭୁବନେଶ୍ୱରରେ ଅନୁଷ୍ଠିତ ‘ମିଷ୍ଟର ଏଣ୍ଡ ମିସ ଟିନ୍‌ ଇଣ୍ଡିଆ ର଼୍ୟାାମ୍ପ ସୋ’ରେ ତନୁଶା ଭାଗ ନେଇଥିଲେ। ଗତ ୭ରେ ବାହାରିଥିବା ଫଳାଫଳରେ ସେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆସନ୍ତା ୨୨ତାରିଖରେ ଦିଲ୍ଲୀରେ ସେମିଫାଇନାଲ ପ୍ରତିଯୋଗିତାରେ ଭାଗ ନେବେ। କମ ବୟସରୁ ମଡେଲିଂରେ ସଫଳତାର ପ୍ରଥମ ପାହାଚ ଚଢିଥିବା ତନୁଶାଙ୍କ ସହ ଧରିତ୍ରୀର ଆଳାପ…..

ମଡେଲିଂ କରିବାକୁ ଆଗ୍ରହ କାହିଁକି ?

ଛୋଟବେଳୁ ଅଭିନୟ ପ୍ରତି ଦୁର୍ବଳତା ରହିଛି। ଏପରିକି ହିନ୍ଦୀ ଚଳଚ୍ଚିତ୍ର ଦେଖିବା ପରେ ଅଭିନେତ୍ରୀଙ୍କ ଅଭିନୟକୁ ନକଲ କରି ଆସୁଥିଲି। ମୋର ନକଲି ଓ ଅଭିନୟକୁ ଦେଖି ଅଭିନୟ କରିବାକୁ ପରିବାରରେ ପ୍ରେରଣା ମିଳୁଥିଲା।
ଗ୍ଲାମର ତଥା ଅଭିନୟ କ୍ଷେତ୍ରରେ ପ୍ରବେଶ ପାଇଁ ମେଡେଲିଂ ଏକମାତ୍ର ରାସ୍ତା। ତେଣୁ ମଡେଲିଂ ପ୍ରତି ଆଗ୍ରହ ପ୍ରକାଶ କରିଛି।
ଫାଇନାଲ ପାଇଁ ନିଜକୁ କିପରି ପ୍ରସ୍ତୁତ କରୁଛନ୍ତି ?
ମଡେଲିଂ ତଥା ର଼୍ୟାମ୍ପ ଶୋ ସମ୍ପର୍କରେ ତାଲିମ ଦେବାକୁ କେହି ନାହାନ୍ତି। କେବଳ ସୋସିଆଲ ମିଡିଆ, ୟୁଟ୍ୟୁବରୁ ମଡେଲିଂ ଓ ର଼୍ୟାମ୍ପ ଶୋର ଟେକି୍ନକ୍‌କୁ ଅନୁକରଣ କରି ଅଭ୍ୟାସ କରୁଛି। ଏଥିସହ ଡ୍ୟାନ୍ସ ଓ ଅନ୍ୟାନ୍ୟ ଏକ୍ସଷ୍ଟ୍ରା କରିକୁଲାର ଆକ୍ଟିଭିଟି ସମ୍ପର୍କରେ ସୋସିଆଲ ମିଡିଆରୁ ହିଁ ଶିକ୍ଷା ଗ୍ରହଣ କରି ତାକୁ ଅନୁକରଣ କରୁଛି। ତଥାପି ଫାଇନାଲରେ ବିଜେତା ହେବା ନେଇ ଆଶା ରଖିଛି।
ଅଭିନୟ ଓ ମଡେଲିଂ କ୍ଷେତ୍ରରେ କାହାକୁ ନିଜର ଆଦର୍ଶ ମାନନ୍ତି ?
ଅଭିନୟ କ୍ଷେତ୍ରରେ ଶ୍ରୀଦେବୀଙ୍କୁ ନିଜର ଆଦର୍ଶ ମନେକରେ। ତାଙ୍କର ଅଭିନୟ ଶୈଳୀ ମୋତେ ଜଣେ ଅଭିନେତ୍ରୀ ହେବାକୁ ପ୍ରେରଣା ଦେଇଥାଏ। ମଡେଲିଂ କ୍ଷେତ୍ରରେ ୨୦୧୭ରେ ମିସ୍‌ ୱାଲର୍‌ଡ ଟାଇଟଲ ହାସଲ କରିଥିବା ମାନୁସୀ ଛିଲ୍ଲରଙ୍କୁ ଅନୁକରଣ କରେ।
ତାଙ୍କର ଆଟିଚ୍ୟୁଡ ମୋତେ ଅଧିକ ଅନୁପ୍ରାଣିତ କରିଥାଏ।
ଆଗକୁ କ’ଣ ଲକ୍ଷ୍ୟ ରହିଛି ?
ଗ୍ଲାମର ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହୁଁଛି। ଡାକ୍ତର ହେବାକୁ ଇଚ୍ଛା ରହିଛି। ସେହିପରି ଜଣେ ସଫଳ ଅଭିନେତ୍ରୀ ଭାବେ ମଧ୍ୟ ପରିଚୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିଛି।
ମଡେଲିଂ ତଥା ଅଭିନୟ କ୍ଷେତ୍ରରେ ସଫଳ ହେବାକୁ କ’ଣ ଆବଶ୍ୟକ ମନେ କରୁଛନ୍ତି ?
ପ୍ରତିଯୋଗିତା ଛୋଟ ହେଉ ଅବା ବଡ, ସେଥିପାଇଁ ସର୍ବଦା ନିଜକୁ ପ୍ରସ୍ତୁତ କରି ଭାଗ ନେବାକୁ ହେବ। ମଡେଲିଂର ଟେକ୍ନିକ୍‌ ତଥା ସଫଳ ବ୍ୟକ୍ତିତ୍ୱଙ୍କ ଜୀବନ ଆଦର୍ଶକୁ ଅନୁକରଣ କରି ଶିକ୍ଷା ଗ୍ରହଣ କରିବାକୁ ହେବ। ଆମତ୍ବିଶ୍ୱାସକୁ ବଜାୟ ରଖି ସଫଳତା ହାସଲ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଚୁକ୍ତିରୁ ବାଦ ପଡ଼ିଲା ପାକିସ୍ତାନ! ନୂତନ ମୁସଲିମ ରାଷ୍ଟ୍ରର ହେଲା ଏଣ୍ଟ୍ରି

ତେହରାନ,୨୬।୫: କତାରର ରାଜଧାନୀ ଦୋହାରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଏବେ ଏକ ପ୍ରମୁଖ ଚୁକ୍ତିନାମା ଆଡ଼କୁ ଗତି କରୁଥିବା ପରି ମନେ…

ଅନିଶ୍ଚିତତା ଘେରରେ ରାମନଗର ଔଷଧୀୟ ନର୍ସରି: ବନ ବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନ

ମହାକାଳପଡ଼ା, ୨୬ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ରାମନଗର କାଜୁଜଙ୍ଗଲ ସଫା କରାଯାଇ ୧୨ ଏକର ବାଲିଆ ଜମିରେ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଏକ…

ପଦ୍ମଶ୍ରୀ ଗ୍ରହଣ କରିବାକୁ ଆସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଷ୍ଟାଙ୍ଗ ଦଣ୍ଡବତ କଲେ ସିଲାମ୍ବମ ଗୁରୁ, ଭାବପ୍ରବଣ ମୁହୂର୍ତ୍ତର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୬।୫: ସୋମବାର (୨୫ ମଇ) ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ।…

ଭାରତଗସ୍ତରେ ଥିବା ମାର୍କୋ ରୁବିଓଙ୍କୁ କାହିଁକି ପରିହାସ କଲା ଇରାନ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୬।୫: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ସୋମବାର (୨୫ ମଇ) ସେ ତାଜମହଲ ପରିଦର୍ଶନ କରିବାକୁ ଆସିଥିଲେ। ଏହି ଗସ୍ତକୁ…

କୋଇଲା ପରିବହନକୁ ବିରୋଧ କରି ରାସ୍ତାରୋକୋ: ବିଧାୟକ-ଗ୍ରାମବାସୀ ଆଲୋଚନା ପରେ…

ରିଆମାଳ,୨୬।୫(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ବୁଢାପାଳ ଓ ପରା ପଞ୍ଚାୟତର ୩ ଗ୍ରାମ ଦେଇ କୋଇଲା ପରିବହନକୁ ବିରୋଧ କରି ତିନି ପଞ୍ଚାୟତର…

ବିଶେଷଜ୍ଞଙ୍କ ବଡ଼ ଆକଳନ, ଅନ୍ତର୍ଜାତୀୟ ବଜାର ଦର ହ୍ରାସ ସତ୍ତ୍ୱେ କମି ନ ପାରେ ପେଟ୍ରୋଲ ମୂଲ୍ୟ

ନୂଆଦିଲ୍ଲୀ,୨୬।୫: ଇତିମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଛି। ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ବୁଝାମଣା ସହ ବହୁଚର୍ଚ୍ଚିିତ ହର୍ମୁଜ୍‌ ପ୍ରଣାଳୀକୁ ମୁକ୍ତ…

ପଦ୍ମଶ୍ରୀ ନେବାକୁ କାହିଁକି ଆସିଲେନି ରୋହିତ ଶର୍ମା? ହିଟମ୍ୟାନଙ୍କୁ ନେଇ ଆସିଲା ଏମିତି କାରଣ

ନୂଆଦିଲ୍ଲୀ,୨୬।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ୨୫ ମଇରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପଦ୍ମଶ୍ରୀ ପଦାର୍ପଣ ଉତ୍ସବରେ ଯୋଗ ଦେଇ…

ଦେବଗଡରେ କାଳବୈଶାଖୀ ତାଣ୍ଡବ, ଟିଣ ଆଜବେଷ୍ଟ ପଡି କଟିଗଲା ଯୁବକଙ୍କ ହାତ

ଦେବଗଡ,୨୬।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି । ଅନେକ ଲୋକଙ୍କ ଘର ଦ୍ୱାର ଭାଙ୍ଗି ବାସହରା ହୋଇ ପଡିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri