ଛେଉଁଡ୍‌ ଭାଇବହେନ୍‌କୁଁ ସାହାଯ୍‌ର ହାତ୍‌ ବଢ଼ାଲା ପରଶାସନ

ପର୍ଲା, ୩୧।୧ (ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ପଁଚେତ୍‌ ବେହେରାଗୁଡ଼ା ଗଁାର ମା’ବାପ୍‌ ଛେଉଁଡ୍‌ ଭାଇବହେନ୍‌କୁ ଜିଲା ଶିଶୁ ୟୁନିଟ କତୁରପକ୍ଷ ସାହାଯ୍‌ର ହାତ୍‌ ବଢ଼େଇଛନ୍‌। ଗୁରୁବାର ଜିଲା ଶିଶୁ ମଙ୍ଗଲ ୟୁନିଟର ନିରଦେଶକ ଗୋଲାପ ଅବ୍‌ବୁଲ୍ଲା ଖଁାକଁର ଦେଖ୍‌ରେଖରେ ଗୁଟେ ଦଲ ଗଁାକେ ଆସି ଛୁଆକର ଆଈବୁଢ଼ୀ ସୁଲୋଚନା(୬୫)କଁର ସଂଗେ ଆଲୋଚନା କରିଥିଲେ। ସୁଲୋଚନା ବି ପୁଓ ସୁବାସର ଶୁଧିକାଯ୍‌ ସଏଲେ ନାତିନାତେନ୍‌କେ ଥଇଥାନ ଲାଗି ଛାଡ଼ିଦେବେ ବଲି କଥା ଦେଇଥିବାର ଜନାଯାଇଛେ।
ସୂଚନା ଅନ୍‌ସାରେ ବେହେରାଗୁଡ଼ା ଗଁାର କୁଷ୍ଠ ରୋଗ୍‌ରେ ପୀଡ଼ିତ ସୁବାସ ଦୋରୁଆନକଁର ଗଲା ୧୭ ତାରିଖ୍‌ ମୁର୍‌ତୁ ହେଇଥିଲା। ସେନ୍‌ତା ବଛ୍‌ରେ ଆଗ୍‌ରୁ ତାକର ମାଏକିନା ଝି’ ଦିବ୍ୟାଭାରତୀ(୭) ଆର ପୁଓ ମାନସ(୪)କେ ଶାଶ୍‌ ପାସେ ଛାଡ଼ି ପଲେଇ ଯାଇଛନ୍‌। ଏନ୍‌ତାଥି ସୁବାସକଁର ବୁଢ଼ୀ ମା’ ସୁଲୋଚନା ନାତିନାତେନକେ ପାଲ୍‌ପୋଷ କରୁଥିଲେ। ହେଲେ ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଟଁକା ପଏସା ଅଭାବୁ ସୁଲୋଚନା ପୁଓର ଶୁଧିକାଯ୍‌ ଲାଗି ନିଜର ରାଶନକାର୍ଡ ଗହନା କରିଥିଲେ। ସେନ୍‌ତା ସେ ନାତିନାତେନକଁର ଭବିଷତ୍‌କେ ନେଇ ସବୁବେଲେ ଚିନ୍‌ତାରେ ରହୁଥିଲେ। ଇ ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ଇ ଦୁଖି ପରିବାରକେ ଅନେକ ସହୁରୁଦ୍‌ ଲୋକ୍‌, ସ୍ବେଚ୍ଛାସେବୀ ସଂଗଠନ ସାହାଯ୍‌ର ହାତ୍‌ ବଢ଼େଇଥିଲେ। ସେନ୍‌ତା ମା’ବାପ୍‌ ଛେଉଁଡ୍‌ ଭାଇବହେନ୍‌କର ଥଇଥାନ ଲାଗି ମୂଲ ନିବାସୀ ଯୁବ ଫେଡେରେଶନର ସଦସିଅମାନେ ଜିଲା ଶିଶୁ ୟୁନିଟ ସଂଗେ କଥା ହେଇଥିଲେ। ସେହିସାବେ ଗୁରୁବାର ଶିଶୁ ୟୁନିଟର ନିରଦେଶକ ଅବ୍‌ବୁଲ୍ଲା ଖଁା, ଆଇନ ପରୀବେକ୍ଷକ ଅଧିକାରୀ ସୁଧାଂଶୁ ମହାପାତ୍ର, ବିଜେଡି ସଭାନେତ୍ରୀ କଲ୍ୟାଣି ନାଏକ, ଶ୍ୟାମସୁନ୍ଦର ମାଝି, ଢଗମାଳିଆ ନାଏକ, ସୁରେନ୍ଦ୍ର ସୁନାନୀ ସଂଗେ ମୂଲ ନିବାସୀ ଯୁବ ଫେଡେରେଶନର ସଭାପତି କମଳାକାନ୍ତ ବିହାରୀ, ନିରଦେଶକ ଯୁଗେଶ ତାଣ୍ଡି, ଫକିର ନାରାୟଣ ଜାଲ ପରମୁଖ ସୁଲୋଚନାକଁର ସଂଗେ ଆଲୋଚନା କରିଛନ୍‌। ଆଏବାର ହପ୍‌ତେ ଭିତରେ ଦିବ୍ୟାଭାରତୀ ଆର ମାନସକୁଁ ଭବାନୀପାଟଣାରେ ଥିବାର ଶିଶୁ ୟୁନିଟକେ ନେବାର ସଂଗେ ସେଠାନେ ତାକର ଥଇଥାନର ବେବସ୍‌ତା କରାଯିବା ବଲି ୟୁନିଟ ତରଫୁ ସୂଚନା ମିଲିଛେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri