ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିଦ୍ୟାଳୟରେ ତୁମୁଳକାଣ୍ଡ

ଠାକୁରମୁଣ୍ଡା, ୨୮।୯( ଡି.ଏନ.ଏ.)-ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ ଅଧୀନ ହାତୀବାରିସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀନିବାସରେ ରହୁଥିବା ଜଣେ ଆଦିବାସୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ଘଟିଛି। ପରିବାର ଲୋକେ ଶୁକ୍ରବାର ଛାତ୍ରୀଙ୍କ ମୃତଦେହକୁ ବିଦ୍ୟାଳୟ ଆଗରେ ରଖି କ୍ଷତିପୂରଣ ଦାବି କରିଥିଲେ। ଠିକ୍‌ ସମୟରେ ଚିକିତ୍ସା କରା ନ ଯିବାରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଲା ବୋଲି ସେମାନେ ଅଭିଯୋଗ କରି ଦାୟୀ ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସ୍ଥାନୀୟ ଲୋକେ ଓ ମୃତ ଛାତ୍ରୀଙ୍କ ଗ୍ରାମବାସୀ ଏହି ଦାବିକୁ ସମର୍ଥନ ଜଣାଇ ପାଟିତୁଣ୍ଡ କରିବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ବିଦ୍ୟାଳୟର ମାଟ୍ରନ ଓ ଜଣେ ଶିକ୍ଷକଙ୍କୁ ଉତ୍ତ୍ୟକ୍ତ ଲୋକେ ମାରପିଟ କରିଥିଲେ। ଫଳରେ ସେମାନେ ଆହତ ହୋଇଥିଲେ। ପରେ ଆମ୍ବୁଲାନ୍ସ ଅଣାଯାଇ ଆହତ ଦ୍ୱୟଙ୍କୁ ଚିକିତ୍ସା ଲାଗି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗଣ୍ଡଗୋଳ ଖବର ପାଇ କରଞ୍ଜିଆ ତହସିଲଦାର ତାପସରଞ୍ଜନ ଦେହୁରୀ, ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାୟକ, କରଞ୍ଜିଆ ଥାନା ଅଧିକାରୀ ଲକ୍ଷ୍ମୀଧର ସ୍ବାଇଁ ପ୍ରମୁଖ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ଅପରାହ୍ନ ଗୋଟାଏ ବେଳେ ପହଞ୍ଚିଥିଲେ। ସେମାନେ ଉତ୍ତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରି ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ନିୟମ ଅନୁଯାୟୀ ସରକାରୀ ସହାୟତା ମିଳିବ ବୋଲି ପ୍ରତିଶ୍ରୁତି ଦେବାରୁ ପରିସ୍ଥିତି ଶାନ୍ତ ପଡିଥିଲା। ଏହି ଅବସରରେ ମୃତଦେହର ସତ୍କାର ଲାଗି ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।
ପୋଲିସ ସୂଚନା ଅନୁଯାୟୀ, କରଞ୍ଜିଆଠାରୁ ୧୫ କି.ମି. ଦୂରରେ ଥିବା ହାତୀବାରି ବିଦ୍ୟାଳୟ ହଷ୍ଟେଲରେ ଏହି ଥାନା ଅଧୀନ ଖଡ଼ିକୁଦର ଗ୍ରାମର ସ୍ବର୍ଗତ ଟିକାରାଣୀ ସୋରେନଙ୍କ ୨ ଝିଅ ରହି ପାଠ ପଢ଼ୁଥିଲେ। ତାଙ୍କ ସାନ ଝିଅ ସିନଗା ସୋରେନ (୧୪) ନବମ ଶ୍ରେଣୀରେ ପଢୁଥିଲେ। କିଛି ଦିନ ତଳେ ତାଙ୍କୁ ଜ୍ୱର ହୋଇଥିଲା। ଗତ ୨୪ ତାରିଖରେ ମାଟ୍ରନ ତାଙ୍କୁ ପରାସିଟାମଲ ବଟିକା ଖାଇବାକୁ ଦେଇଥିଲେ। ଜ୍ୱର ନ କମି ବଢିବାରୁ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ ଗୁରୁବାର କରଞ୍ଜିଆ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ପରେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଛାତ୍ରୀଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ନିଆଯିବା ବେଳେ ବାଟରେ ମୃତ୍ୟୁ ଘଟିଥିଲା । ପରିବାର ଲୋକେ ମୃତଦେହକୁ ଗୁରୁବାର ରାତିରେ ଘରକୁ ଫେରାଇ ଆଣି ଶୁକ୍ରବାର ପର୍ବାହ୍ନରେ ବିଦ୍ୟାଳୟକୁ ଆଣିଥିଲେ। ସେମାନେ ମୃତଦେହ ରଖି କ୍ଷତିପୂରଣ ଦାବି କରିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ବିଦ୍ୟାଳୟ ପରିଚାଳନା ସମସ୍ୟା ନେଇ ଶିକ୍ଷକ ଓ ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ଫଳରେ ପରିସ୍ଥିତି ଅଣାୟତ୍ତ ହୋଇପଡିଥିଲା। ପୋଲିସ ପହଞ୍ଚି ଅବସ୍ଥାକୁ ନିୟନ୍ତ୍ରଣ କରି ଛାତ୍ରୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଇଥିଲା। ଲୋକଙ୍କ ଆକ୍ରମଣରେ ଆହତ ଜଣେ ହିନ୍ଦୀ ଶିକ୍ଷକଙ୍କୁ ପରେ ବାରିପଦା ମେଡିକାଲକୁ ପଠାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ, ବଢ଼ିଲା ବିଜେଡି-ଭାଜପା ଚିନ୍ତା

ଭୁବନେଶ୍ୱର,୩।୫: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ...

ମାଡ଼ି ଚାଲିଛି ଶିମିଳିପାଳ ନିଆଁ

ବାରିପଦା,୩ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ପାରଦ ସୀମା ଲଂଘୁଥିବା ବେଳେ ଅଣାୟତ୍ତ ହୋଇପଡ଼ିଛି ଶିମିଳିପାଳ ନିଆଁ। ପ୍ରତିଦିନ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଓ ଦକ୍ଷିଣ...

ବିଜେଡିରୁ ସବୁ ସମ୍ପର୍କ ଛିନ୍ନ କଲେ ପୂର୍ବତନ ବିଧାୟକ

ଠାକୁରମୁଣ୍ଡା,୩୦।୪(ତାରାକାନ୍ତ ପଟ୍ଟନାୟକ): ମୟୁରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ଆଶାୟୀ ଥିବା ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ବିଜେଡିରୁ ଇସ୍ତଫା ଦେବା...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri