ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିଦ୍ୟାଳୟରେ ତୁମୁଳକାଣ୍ଡ

ଠାକୁରମୁଣ୍ଡା, ୨୮।୯( ଡି.ଏନ.ଏ.)-ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ ଅଧୀନ ହାତୀବାରିସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀନିବାସରେ ରହୁଥିବା ଜଣେ ଆଦିବାସୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ଘଟିଛି। ପରିବାର ଲୋକେ ଶୁକ୍ରବାର ଛାତ୍ରୀଙ୍କ ମୃତଦେହକୁ ବିଦ୍ୟାଳୟ ଆଗରେ ରଖି କ୍ଷତିପୂରଣ ଦାବି କରିଥିଲେ। ଠିକ୍‌ ସମୟରେ ଚିକିତ୍ସା କରା ନ ଯିବାରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଲା ବୋଲି ସେମାନେ ଅଭିଯୋଗ କରି ଦାୟୀ ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସ୍ଥାନୀୟ ଲୋକେ ଓ ମୃତ ଛାତ୍ରୀଙ୍କ ଗ୍ରାମବାସୀ ଏହି ଦାବିକୁ ସମର୍ଥନ ଜଣାଇ ପାଟିତୁଣ୍ଡ କରିବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ବିଦ୍ୟାଳୟର ମାଟ୍ରନ ଓ ଜଣେ ଶିକ୍ଷକଙ୍କୁ ଉତ୍ତ୍ୟକ୍ତ ଲୋକେ ମାରପିଟ କରିଥିଲେ। ଫଳରେ ସେମାନେ ଆହତ ହୋଇଥିଲେ। ପରେ ଆମ୍ବୁଲାନ୍ସ ଅଣାଯାଇ ଆହତ ଦ୍ୱୟଙ୍କୁ ଚିକିତ୍ସା ଲାଗି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗଣ୍ଡଗୋଳ ଖବର ପାଇ କରଞ୍ଜିଆ ତହସିଲଦାର ତାପସରଞ୍ଜନ ଦେହୁରୀ, ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାୟକ, କରଞ୍ଜିଆ ଥାନା ଅଧିକାରୀ ଲକ୍ଷ୍ମୀଧର ସ୍ବାଇଁ ପ୍ରମୁଖ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ଅପରାହ୍ନ ଗୋଟାଏ ବେଳେ ପହଞ୍ଚିଥିଲେ। ସେମାନେ ଉତ୍ତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରି ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ନିୟମ ଅନୁଯାୟୀ ସରକାରୀ ସହାୟତା ମିଳିବ ବୋଲି ପ୍ରତିଶ୍ରୁତି ଦେବାରୁ ପରିସ୍ଥିତି ଶାନ୍ତ ପଡିଥିଲା। ଏହି ଅବସରରେ ମୃତଦେହର ସତ୍କାର ଲାଗି ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।
ପୋଲିସ ସୂଚନା ଅନୁଯାୟୀ, କରଞ୍ଜିଆଠାରୁ ୧୫ କି.ମି. ଦୂରରେ ଥିବା ହାତୀବାରି ବିଦ୍ୟାଳୟ ହଷ୍ଟେଲରେ ଏହି ଥାନା ଅଧୀନ ଖଡ଼ିକୁଦର ଗ୍ରାମର ସ୍ବର୍ଗତ ଟିକାରାଣୀ ସୋରେନଙ୍କ ୨ ଝିଅ ରହି ପାଠ ପଢ଼ୁଥିଲେ। ତାଙ୍କ ସାନ ଝିଅ ସିନଗା ସୋରେନ (୧୪) ନବମ ଶ୍ରେଣୀରେ ପଢୁଥିଲେ। କିଛି ଦିନ ତଳେ ତାଙ୍କୁ ଜ୍ୱର ହୋଇଥିଲା। ଗତ ୨୪ ତାରିଖରେ ମାଟ୍ରନ ତାଙ୍କୁ ପରାସିଟାମଲ ବଟିକା ଖାଇବାକୁ ଦେଇଥିଲେ। ଜ୍ୱର ନ କମି ବଢିବାରୁ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ ଗୁରୁବାର କରଞ୍ଜିଆ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ପରେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଛାତ୍ରୀଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ନିଆଯିବା ବେଳେ ବାଟରେ ମୃତ୍ୟୁ ଘଟିଥିଲା । ପରିବାର ଲୋକେ ମୃତଦେହକୁ ଗୁରୁବାର ରାତିରେ ଘରକୁ ଫେରାଇ ଆଣି ଶୁକ୍ରବାର ପର୍ବାହ୍ନରେ ବିଦ୍ୟାଳୟକୁ ଆଣିଥିଲେ। ସେମାନେ ମୃତଦେହ ରଖି କ୍ଷତିପୂରଣ ଦାବି କରିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ବିଦ୍ୟାଳୟ ପରିଚାଳନା ସମସ୍ୟା ନେଇ ଶିକ୍ଷକ ଓ ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ଫଳରେ ପରିସ୍ଥିତି ଅଣାୟତ୍ତ ହୋଇପଡିଥିଲା। ପୋଲିସ ପହଞ୍ଚି ଅବସ୍ଥାକୁ ନିୟନ୍ତ୍ରଣ କରି ଛାତ୍ରୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଇଥିଲା। ଲୋକଙ୍କ ଆକ୍ରମଣରେ ଆହତ ଜଣେ ହିନ୍ଦୀ ଶିକ୍ଷକଙ୍କୁ ପରେ ବାରିପଦା ମେଡିକାଲକୁ ପଠାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୨ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ: ଓମସାର କାର୍ଯ୍ୟବନ୍ଦ ଆନ୍ଦୋଳନ

ବାରିପଦା, ୧।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ  …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri