ଛାତ୍ର ସଂସଦ ନିର୍ବାଚନକୁ ନେଇ ଆରମ୍ଭ ହେଲାଣି ଛକାପଞ୍ଝା: ଛାତ୍ରଙ୍କୁ ନିର୍ଯାତନା, କଲେଜ ଯିବାକୁ ବାରଣ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ବର୍ତ୍ତମାନ ସୁଦ୍ଧା ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନ ଥିବା ବେଳେ ଏ ନେଇ ବିଭିନ୍ନ କଲେଜରେ ଚକାପଞ୍ଝା ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳୁଛି। ନିର୍ବାଚନକୁ କେନ୍ଦ୍ରକରି ୩ ମାସ ହେବ ଜଣେ ଛାତ୍ରଙ୍କୁ ମାନସିକ, ଶାରୀରିକ ନିର୍ଯାତନା ଦିଆଯାଉଛି। ଏ ନେଇ ବଡଗଡ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରିକି କଲେଜ ଯିବାକୁ ଛାତ୍ରଙ୍କୁ ବାରଣ କରାଯିବା ସହ ଯିବା ପରେ କିଛିଦିନ ତଳେ ଆକ୍ରମଣ କରାଯାଇଥିଲା। ସେ ସୁରକ୍ଷିତ ଭାବେ କଲେଜ ଯିବାକୁ ଚାହୁଁଥିବା ବେଳେ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ସେ ଗଣମାଧ୍ୟମକୁ ଜଣାଇଛନ୍ତି। ଏ ନେଇ ସମ୍ପୃକ୍ତ ଛାତ୍ରଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି।
ସୂଚନା ମୁତାବକ, ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟରେ (ବିଜେବି କଲେଜ) ଯୁକ୍ତ ୩ ଦ୍ୱିତୀୟ ବର୍ଷ କଳା ବିଭାଗ ଛାତ୍ର ଆଦିତ୍ୟ କୁମାର। ଆଦିତ୍ୟଙ୍କ ଅଭିଯୋଗ ମୁତାବକ, ଗତବର୍ଷ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳରେ ରହି ସେ କଲେଜ ନିର୍ବାଚନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ମାତ୍ର ଚଳିତବର୍ଷ ରାଜନୈତିକ ନେତାଙ୍କ ମଧ୍ୟରେ ମନୋମାଳିନ୍ୟ ହେବା ପରେ ଉକ୍ତ ଛାତ୍ର ଗୋଷ୍ଠୀ ଦୁଇଭାଗ ହୋଇଯାଇଛି। ଫଳରେ ନିର୍ବାଚନ ପୂର୍ବରୁ ଉକ୍ତ ଦୁଇ ଗୋଷ୍ଠୀ ଛାତ୍ରମାନଙ୍କ ଭିତରେ ଛକାପଞ୍ଝା ଏବେ ଆରମ୍ଭ ହୋଇଛି। ୩ ମାସ ହେବ ଆଦିତ୍ୟ ଅପରପକ୍ଷର ଛାତ୍ରଗୋଷ୍ଠୀଙ୍କୁ ସମର୍ଥନ କରିବା, ତାଙ୍କ ସହ ଥିବା ଛାତ୍ରଗୋଷ୍ଠୀଙ୍କ ସହ ବୁଲାବୁଲି ନ କରିବାକୁ ଫୋନରେ ଧମକ ଦିଆଯାଉଛି। ଏପରିକି କଲେଜ ଖୋଲିବା ପରେ ନ ଆସିବାକୁ ଧମକ ଦିଆଯାଇଥିଲା। ବୁଧବାର ସେମାନଙ୍କ କଥା ନ ମାନି କଲେଜ ସାରି ଏକୁଟିଆ ଫେରିବା ବେଳେ କଲେଜ ପଡିଆ ନିକଟରେ ତାଙ୍କୁ କେତେଜଣ ଯୁବକ ଆକ୍ରମଣ କରିଥିଲେ। ସେ ଭୟଭୀତ ହେବା ସହ ସୋମବାର ବଡଗଡ ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଥାନାରେ ଅଭିଯୋଗ କରିବା ନେଇ ଆଦିତ୍ୟଙ୍କୁ ଅପରଗୋଷ୍ଠୀର କେତେଜଣ ଛାତ୍ର ଧମକ ଦେଇଥିବା ସେ ଗଣମାଧ୍ୟମକୁ କହିଥିଲେ। ଏ ନେଇ ଥାନା ଅଧିକାରୀ ଦିଲୀପ କୁମାର ସ୍ବାଇଁଙ୍କୁ ପଚାରିବାରେ ଉଭୟପକ୍ଷର ଛାତ୍ରମାନଙ୍କୁ ଥାନାକୁ ଡକାଇ ତାଗିଦ୍‌ କରାଯିବା ସହ ଘଟଣାର ସମାଧାନ କରାଯାଇଛି। ମାତ୍ର ପରବର୍ତ୍ତୀ ସମୟରେ ଯେଉଁମାନେ ଆଇନକୁ ହାତକୁ ନେବା ପାଇଁ ଚେଷ୍ଟା କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ମୋଦିଙ୍କ ଭିଡ଼ିଓକୁ ନେଇ କଡ଼ା ଟାର୍ଗେଟ କଲେ ରୋହଣୀ

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପିଲାମାନଙ୍କୁ କ୍ଷମା କରିଦେଇଛନ୍ତି। ସାମ୍ପ୍ରତିକ…

ଗୋରୁଙ୍କୁ ରାସ୍ତା କାଟି ଯିବାବେଳେ ସାଇକେଲରୁ ଖସି ୨ ଛାତ୍ର ଗୁରୁତର

ଥୁଆମୂଳ ରାମପୁର,୧।୮ (ଦୁର୍ଗା କୀର୍ତ୍ତି): ସକାଳୁ ସ୍କୁଲକୁ ଯିବା ବେଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ରାସ୍ତାରେ ଥିବା ଗାଈମାନଙ୍କୁ କାଟି ଯିବା ବେଳେ ସାଇକେଲର ଭାରସାମ୍ୟ…

ପାଟଣା ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧିତ ହେବେ କୃତୀ ପ୍ରତିଭା

ପାଟଣା, ୧।୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ଆସନ୍ତା ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ…

ରାସ୍ତାରେ ଖୁଚୁରା ଟଙ୍କା ପକାଇ ମୁହୂର୍ତ୍ତକ ଭିତରେ ନେଇଗଲେ ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ

ଗଜପତି,(ଗିରିଧାରୀ ପରିଛା) ୧।୮: ଦିନଦ୍ୱିପ୍ରହରରେ ବ୍ୟାଙ୍କ ସାମ୍ନାରେ ଫିଲ୍ମ ଷ୍ଟାଇଲରେ ଲୁଟ୍। ରାସ୍ତାରେ ଖୁଚୁରା ଟଙ୍କା ପକାଇ ଧ୍ୟାନ ଭୁଲାଇଦେଲେ, ଆଉ ମୁହୂର୍ତ୍ତକ ଭିତରେ ୫ ଲକ୍ଷ…

୪୦ ଫୁଟ ତଳକୁ ଖସିଲା ବାଇକ୍; ଜଣେ ମୃତ, ଜଣେ ଗୁରୁତର

ଗୁଣୁପୁର, ୧/୮ (ସଂକେତ ପାତ୍ର): ରାୟଗଡ଼ା ଜିଲା ପୁଟାସିଂ ଥାନା ଅନ୍ତର୍ଗତ ଆରାଡୁଲ ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ…

ମା’ ପାଇଁ ଭକ୍ତଙ୍କ ଉପହାର :ମନ୍ଦିରକୁ ୨ ଲକ୍ଷ ୫୪ ହଜାର ଟଙ୍କା ସହ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମନ୍ଦିର ପରିଚାଳନା କମିଟି ଓ ବହୁ…

ଜ୍ଞାନବିଜ୍ଞାନ ମେଳା: ୨୧୦ ପ୍ରକଳ୍ପ ପ୍ରଦର୍ଶିତ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶନିବାର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri