ଶ୍ରୀଲିଙ୍ଗରାଜଙ୍କ ଆଉ ଏକ ଜମି ଉଦ୍ଧାର ପାଇଁ ପ୍ରୟାସ: ବେଆଇନ ନିର୍ମାଣ କାର୍ଯ୍ୟ ଉପରେ ୧୪୪ ଧାରା ଜାରି

ପୁରୁଣା ଭୁବନେଶ୍ୱର, ୩୧। ୭ (ଡି.ଏନ.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଜମି ଉପରେ ବେଆଇନ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ରୋକ ଲାଗିଛି। ମିଳିଥିବା ଖବର ମୁତାବକ, ନୂଆଗଁା ମୌଜା, ଖାତା ନଂ. ୪୩୭, ପ୍ଲଟ ନଂ. ୧୧୮, ଚକ ନଂ. ୮୧ରେ ଶ୍ରୀଲିଙ୍ଗରାଜଙ୍କ ନାମରେ ଥିବା ଏ ୨.୬୩୦ ଡ଼ିସିମିଲ ଜମି ଉପରେ ଏହି ରୋକ ଲଗାଯାଇଛି। ୩୧୬ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଗଙ୍ଗୁଆ ବ୍ରିଜ୍‌ କଡ଼ରେ ଠାକୁରଙ୍କ ଏହି ସମ୍ପତ୍ତିର ମୂଲ୍ୟ ୫୦ କୋଟିରୁ ଅଧିକ ହେବ। ତେବେ ରାଜସ୍ବ ବିଭାଗର ତଳିଆ କର୍ମଚାରୀଙ୍କୁ ହାତ ପେଞ୍ଚ କରି ଏଠାରେ ଜବରଦସ୍ତ ଏକ ମାର୍କେଟ କମ୍ପ୍ଲେକ୍ସ ପାଇଁ ଜଣେ ବ୍ୟକ୍ତି କଂକ୍ର୍ରିଟ କାର୍ଯ୍ୟ ଜୋରସୋର ଚଳାଇଥିଲେ। ଏପରିକି ଗ୍ରାଉଣ୍ଡ ଫ୍ଲୋର ଛାତ ପକେଇବା ପରେ ଅନ୍ୟକାର୍ଯ୍ୟ ଦ୍ରୁତଗତିରେ ଚାଲିଥିଲା। ଖବରପାଇ ଏହି ଜମିର ମାର୍ଫତଦାର ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡର ତପତ୍ରତା ଦେଖା ଦେଇଥିଲା। ଏ ନେଇ ବୋର୍ଡ ଖୋର୍ଦ୍ଧା ଅତିରିକ୍ତ ଜିଲାପାଳକୁ ଘଟଣା ସମ୍ବନ୍ଧରେ ଅବଗତ କରାଇଥିଲା। ତେଣୁ ତାଙ୍କ ନିର୍ଦ୍ଦେଶରେ ବୋର୍ଡ ପକ୍ଷରୁ ଏକ କ୍ରିମିନାଲ ମିଶକେସ୍‌ ନଂ. ୧୧୬୨/୧୯ ସିଆରପିସିରେ ୧୪୪ ଧାରା ଅନୁଯାୟୀ ରହିତାଦେଶ ଜାରି କରିଛନ୍ତି। ମଙ୍ଗଳବାର ଏହାକୁ ଭିତ୍ତିକରି ନିର୍ମାଣରୁ ବିରତ ରହିବାକୁ କୋର୍ଟ ଆଦେଶ ପ୍ରଦାନ କରିଥିଲେ। ତେଣୁ କୋର୍ଟଙ୍କ ଆଦେଶକୁ କାର୍ଯ୍ୟ କରିବା ପୂର୍ବକ ମନ୍ଦିର ପ୍ରଶାସନ ପକ୍ଷରୁ ଧଉଳି ଏବଂ ଲିଙ୍ଗରାଜ ଥାନାରେ ଏହି ଆଦେଶ ପାଳନ ନିମନ୍ତେ ଅବଗତ କରାଯାଇଛି। ସୂଚନାଥାଉ କି ଶ୍ରୀଲିଙ୍ଗରାଜଙ୍କର ଉକ୍ତ ପ୍ଲଟ ସଂଲଗ୍ନ ଆହୁରି ୧୦ ଏକରରୁ ଊର୍ଦ୍ଧ୍ୱ ଜମି ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତିଙ୍କ କବ୍‌ଜାରେ ରହିଛି। ସେହିଭଳି ଠାକୁରଙ୍କ ଶତାଧିକ ଏକର ଜମି ଜବରଦଖଲକାରୀଙ୍କ କବ୍‌ଜାରେ ଥିବାବେଳେ ଯିଏ ଯେଉଁଠି ପାରିଲା ବେଆଇନ ନିର୍ମାଣ କରି ଠାକୁରଙ୍କ ଜମିକୁ ନିଜ ଦଖଲକୁ ନେବାକୁ ଏଭଳି ଦୁଃସାହସିକ ପଦକ୍ଷେପ ନେଉଛନ୍ତି। ଏଥିରେ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଜନପ୍ରତିନିଧିମାନଙ୍କ ପ୍ରଚ୍ଛଦପଟରେ ସହଯୋଗର ହାତ ରହିଛି। ନଚେତ୍‌ କୋଟି କୋଟି ଟଙ୍କାର ଠାକୁରଙ୍କ ଏହି ସମ୍ପତ୍ତିରେ ମନମୁଖି ଭାବେ ଟଙ୍କା ଖର୍ଚ୍ଚ କରି ନିର୍ମାଣ କାର୍ଯ୍ୟ କରିବାକୁ କେହି ଇଚ୍ଛା ପ୍ରକାଶ କରୁ ନ ଥାନ୍ତେ। ମନ୍ଦିର ପ୍ରଶାସନ ପକ୍ଷରୁ ଠାକୁରଙ୍କ ଜମିକୁ ଜବରଦଖଲ ମୁକ୍ତ କରିବାର ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଆସିବେ ରାଷ୍ଟ୍ରପତି: ପୋଲିସ ପ୍ରଶାସନର ଜୋରଦାର ପ୍ରସ୍ତୁତି, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ-ଏସ୍‌ପି

ଦିଗପହଣ୍ଡି,୧ା୮(ଅଶେଷ ନାଥ ମିଶ୍ର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ତାରିଖ ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ଣ ପ୍ରସବଣ ତପ୍ତପାଣି ପରିଦର୍ଶନ କରିବା ସହ ସେଠାରେ…

ଶ୍ରୀଲଙ୍କା ସିରିଜ ପୂର୍ବରୁ ଏମଏସ ଧୋନିଙ୍କୁ ଭେଟିଲେ ଋଷଭ ପନ୍ତ

ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳ ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି, ଅଗଷ୍ଟ ୧୫ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୱିକେଟ କିପର-ବ୍ୟାଟ୍ସମ୍ୟାନ…

ପୁଣି ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୫.୮

ଟୋକିଓ,୧।୮: ଜାପାନରେ ପ୍ରକୃତିର ପ୍ରକୋପ ନିରନ୍ତର ଜାରି ରହିଛି। ଶନିବାର, ଉତ୍ତର ଜାପାନର ଆଓମୋରି ପ୍ରିଫେକ୍ଚର ନିକଟରେ 5.8 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାପାନ ପାଣିପାଗ…

କେସିଙ୍ଗା ମହାବିଦ୍ୟାଳୟରେ ଯୋଗଦେଲେ ନୂଆ ପ୍ରିନ୍ସିପାଲ, କହିଲେ ଛାତ୍ରୀଛାତ୍ରଙ୍କୁ ଠିକ୍‌ ଭାବେ…

କେସିଙ୍ଗା,୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ କେସିଙ୍ଗା ମହାବିଦ୍ୟାଳୟରେ ନୂତନ ଭାବେ ପ୍ରିନ୍ସିପାଲ ଅଶ୍ୱିନୀ ପଟ୍ଟନାୟକ ଶନିବାର ଯୋଗଦାନ କରିଛନ୍ତି। ସେ ଏହି ମହାବିଦ୍ୟାଳୟ ଗତ…

ଏଟିଏମ ଭଙ୍ଗା ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୧।୮(ସଙ୍ଗୀତା ଜେନା): ଜରେଇକେଲାରେ ଥିବା ଏକ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଭଙ୍ଗା ଘଟଣାରେ ବିସ୍ରା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ପୋଲିସ ୮,୩୦୦…

ସାଧୁ ବେଶରେ ଅଭିନୟ ପଡ଼ିଲା ମହଙ୍ଗା, ପପୁ ଯାଦବଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୧।୮: ମୌସୁମୀ ଅଧିବେଶନ ୨୦୨୬ ସମୟରେ ସଂସଦରେ ରାମ ମନ୍ଦିର ଦାନ ଚୋରିକୁ ନେଇ ନାଟକ କରି ସାଂସଦ ପପୁ ଯାଦବ ଆଇନଗତ ଜାଲରେ ଫସିଯାଇଛନ୍ତି। କାରଣ…

‘ମୁଁ ଲଜ୍ଜିତ, ନିଜ ମୁହଁକୁ ଆଇନାରେ ଦେଖିପାରୁନି’ ପିଏମ ମୋଦିଙ୍କୁ ଅପଶବ୍ଦ କହିଥିବା ଯୁବତୀ ମାଗିଲେ କ୍ଷମା

ନୂଆଦିଲ୍ଲୀ,୧।୮: ଦିଲ୍ଲୀର ଜନ୍ତର-ମନ୍ତରରେ CJP ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଯୁବତୀଜଣକ ସୋସିଆଲ ମିଡିଆରେ ଭିଡିଓ ଜାରି କରି…

ସରେଣ୍ଡର କଲା ହମାସ! ଗାଜାରୁ ସେନା ପ୍ରତ୍ୟାହାର କରିବ ଇସ୍ରାଏଲ, ଟ୍ରମ୍ପ କଲେ ବଡ଼ ଘୋଷଣା

ଓ୍ବାଶିଂଟନ୍‌,୧।୮: ଗାଜା ସଂଘର୍ଷ ସମ୍ପର୍କରେ ଏକ ବଡ଼ କୂଟନୈତିକ ବିକାଶ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ହମାସ ଆତ୍ମସମର୍ପଣ କରିଛି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri